୨୦୦୮ରେ IPL ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ସେବେଠୁ ଏ ଖେଳକୁ ନେଇ ଦେଶରେ ଅଲଗା କ୍ରେଜ୍ ରହି ଆସିଛି। ପ୍ରଥମ ସିଜନରେ ବିଜେତା ଦଳକୁ ମିଳିଥିଲା ୪.୮ କୋଟି ଟଙ୍କା। ରନର୍ସ ଅପ ଦଳକୁ ଦିଆଯାଇଥିଲା ୨.୪ କୋଟି ଟଙ୍କା। ୨୦୦୯ରେ ମଧ୍ୟ ଏହି ନିୟମ ଲାଗୁ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ପୁରସ୍କାର ରାଶି ରେ ପରିବର୍ତ୍ତନ ଆସିଛି।କେବଳ ବିଜୟୀ ଦଳ ନୁହେଁ ବିସିସିଆଇ ପକ୍ଷରୁ ରନର୍ସ ଅପ,ତୃତୀୟ ଓ ୪ର୍ଥ ସ୍ଥାନରେ ରହିଥିବା ଦଳ ଗୁଡ଼ିକୁ ମଧ୍ୟ ଆର୍ଥିକ ପୁରସ୍କାର ଦିଆଯାଉଛି।
କାହାକୁ ମିଳିବ କେତେ ଟଙ୍କା
ଆଇପିଏଲ୍ ବିଜେତା ଟିମ- ୨୦ କୋଟି
ରନର୍ସ ଅପ ଟିମ- ୧୩ କୋଟି
୩ ନଂ ସ୍ଥାନରେ ଥିବା ଦଳ- ୭ କୋଟି ଟଙ୍କା (ମୁମ୍ବାଇ ଇଣ୍ଡିଆନ୍ସ)
୪ ନଂରେ ଥିବା ଦଳ- ୬.୫ କୋଟି (ଲକ୍ଷ୍ନୌ ସୁପର ଜଏଣ୍ଟସ)
ସର୍ବାଧିକ ରନ ହାସଲକାରୀ ଖେଳାଳି (ଅରେଞ୍ଜ କ୍ୟାପ୍)- ୧୫ ଲକ୍ଷ
ସର୍ବାଧିକ ୱିକେଟ ଦଖଲକାରୀ ଖେଳାଳି (ପର୍ପଲ କ୍ୟାପ୍)- ୧୫ ଲକ୍ଷ
ଆଇପିଏଲର ଉଦୀୟମାନ ଖେଳାଳି – ୨୦ ଲକ୍ଷ
ଆଇପିଏଲର ଶ୍ରେଷ୍ଠ ମୂଲ୍ୟବାନ ଖେଳାଳି- ୧୨ ଲକ୍ଷ
ସିଜିନର ଗେମ୍ ଚେଞ୍ଜର ଖେଳାଳି- ୧୨ ଲକ୍ଷ
ସିଜନର ସୁପର ଷ୍ଟ୍ରାଇକର- ୧୫ ଲକ୍ଷ
ପାୱାର ପ୍ଲେୟାର ଅଫ ଦି ଇୟର-୧୫ ଲକ୍ଷ