ନଭେମ୍ବର ୩ ରେ ଧାମନଗର ଉପନିର୍ବାଚନ। ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତିର ରୋଚକତା ମଧ୍ୟ ସେତିକି ବଢ଼ୁଛି। ଧାମନଗରରେ ବିଜୁ ଜନତା ଦଳ ଏବେ ହରଡ଼ଘଣାରେ। ଦଳ ତରଫରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥି କରିଛି ବିଜେଡି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ସିଟ୍ ପାଇଁ ତାଙ୍କ ପୁଅ ସୂରଜ ସୁର୍ଯ୍ୟବଂଶୀଙ୍କୁ ବିଜେପି ପ୍ରାର୍ଥି କରିଛି। ବାବା ହରେକୃଷ୍ଣ ସେଠି କଂଗ୍ରେସରୁ ପ୍ରାର୍ଥି ହୋଇଛନ୍ତି। ଧାମନଗରରେ ବିଷ୍ଣୁଙ୍କ ଲୋକପ୍ରିୟତା ଓ ଅନୁକମ୍ପା କାର୍ଡକୁ ବିଜେପି ଅସ୍ତ୍ର କରିଥିବା ବେଳେ ବିଜେଡ଼ି ବାଜିମାତ୍ ଦେବାକୁ ମହିଳା କାର୍ଡ ଖେଳିଛି। ବିଜେଡ଼ିର ଗେମପ୍ଲାନକୁ ଭଣ୍ଡୁର କରିବାକୁ ଅଣ୍ଟା ଭିଡ଼ିଛନ୍ତି ପୁର୍ବତନ ବିଧାୟକ ରାଜେନ୍ଦ୍ର କିଶୋର ଦାସ। ସେ ମଧ୍ୟ ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ କରିଛନ୍ତି। ବିଜେଡ଼ିରୁ ଟିକେଟ ନ ମିଳିବାରୁ ସେ ସ୍ୱାଧିନ ପ୍ରାର୍ଥି ସାଜିଛନ୍ତି। ରାଜେନ୍ଦ୍ରଙ୍କ ଏହି ନିଷ୍ପତ୍ତି ବିଜେଡି ପାଇଁ ଭାରୀ ସାବ୍ୟସ୍ତ ହେବା ନେଇ ଚର୍ଚ୍ଚା ହେଉଛି।

ଚତୁର୍ମୁଖି ଲଢ଼େଇରେ କିଏ କରିବ ବାଜିମାତ୍
ଓଡ଼ିଶା ରାଜନୀତିରେ ପ୍ରାୟତଃ ତ୍ରୀମୁଖି ଲଢ଼େଇର ଉଦାହରଣ ଦେଖିବାକୁ ମିଳେ। ବିଜେଡି,କଂଗ୍ରେସ ଓ ବିଜେପି ପ୍ରାର୍ଥି ମଧ୍ୟରେ ଆପାତତଃ ଲଢ଼େଇ ହୁଏ। ମାତ୍ର ଧାମନଗର ଉପନିର୍ବାଚନରେ ଚତୁର୍ମୁଖି ଲଢ଼େଇର ଚିତ୍ର ସାମ୍ନାକୁ ଆସୁଛି। ଧାମନଗରରେ ଏବେ ବିଜେଡି ଦୁଇଫାଳ। ଗୋଟାଏ ପଟେ ପୁରୁଣା ବିଜେଡ଼ି ସମର୍ଥକ ରାଜେନ୍ଦ୍ରଙ୍କୁ ସପୋର୍ଟ କରୁଥିଲା ବେଳେ ଅନ୍ୟ ପାର୍ଶ୍ୱରେ ଦଳର ସମର୍ଥନ କିନ୍ତୁ ଦଳୀୟ ପ୍ରାର୍ଥି ଅବନ୍ତୀଙ୍କୁ ହିଁ ରହିଛି। ଗତ ଦୁଇ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେଠାରେ ବିଜେଡି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ମଧ୍ୟ କମ୍। ଗତ ନିର୍ବାଚନରେ ଭୋଟ୍ ବ୍ୟବଧାନ ମାତ୍ର ୫୦୪୪ ଥିଲା। ସେହି ଅନୁପାତରେ ଦେଖିଲେ ବିଜେଡ଼ିର ଭୋଟ୍ ଦୁଇଭାଗ  ହେଲେ ଜିତିବାର ଆଶଙ୍କା କମ୍ ଥିଲାବେଳେ ବିରୋଧିଙ୍କୁ ଏହା ବେଶ୍ ସୁହାଇବ ବୋଲି ଚର୍ଚ୍ଚା ହେଉଛି। ର।ଜେନ୍ଦ୍ର ପୁର୍ବରୁ ଦୁଇ ଦୁଇଥର ନିର୍ବ।ଚନ ଲଢ଼ି ପକେଟ ଭେ।ଟ ସୃଷ୍ଟି କରିବ।ରେ ସଫଳ ହେ।ଇଛନ୍ତି। ୨୦୦୯ରେ ସେ୭୧,୫୩୮ ଭେ।ଟ୍ ପ।ଇ ବିଧ।ୟକ ହେ।ଇଥିଲେ।।୨୦୧୯ରେ ପୁନଶ୍ଚ ତ।ଙ୍କୁ ଟିକେଟ ଦେଇଥିଲା ବିଜେଡ଼ି। ମ।ତ୍ର ବିଷ୍ଣୁଙ୍କଠୁ ୫୦୪୪ ଭେ।ଟରେ ପଛରେ ରହି ସେ ହ।ରିଯ।ଇଥିଲେ। ତାଙ୍କୁ ଅଣଦେଖା କରି ବିଜେଡ଼ି ଅବନ୍ତୀଙ୍କୁ ପ୍ରାର୍ଥି କରି ବିରୋଧି ପାଇଁ ପଥ ପରିସ୍କାର କରିଛି।

ପଲଟି ଯିବ କି ବିଜେଡ଼ି ବାଜି?
ଉପନିର୍ବାଚନର ବାଜିରେ ସବୁବେଳେ ବିଜେଡି ବାଜି ଜିତି ବାଜିଗର ସାଜିଛି। ବ୍ରଜରାଜନଗର,ପିପିଲି,ବିଜେପୁର ଆଦି ଉପନିର୍ବାଚନରେ ବିଜେଡିର ହିଁ ବିଜୟ ହୋଇଆସିଛି। ମାତ୍ର ଧାମନଗରର ସ୍ଥିତି କିନ୍ତୁ ସମ୍ପୁଣ୍ଣ ଭିନ୍ନ। ଯଦି ରାଜେନ୍ଦ୍ର ଅଲଗା ନିର୍ବାଚନ ଲଢ଼ୁ ନ ଥାଆନ୍ତେ ତେବେ ହୁଏତ ବିଜେଡିର ରଣନୀତି ଠିକ ରେ କାମ ଦେଇ ଥାଆନ୍ତା। ବିଜେପିର ଅନୁକମ୍ପା କାର୍ଡକୁ ଟକ୍କର ଦବାକୁ ଯାଇ ବିଜେଡି ଯେଉଁ ମହିଳା କାର୍ଡ ଖେଳିଛି ତାହା ହୁଏତ ସକ୍ସେସ ହୋଇ ନ ପାରେ। ରାଜେନ୍ଦ୍ରଙ୍କର ବ୍ୟକ୍ତିଗତ ଭୋଟ ତାଙ୍କ ପକେଟକୁ ହିଁ ଯିବ। ଦଳୀୟ ଆଳରେ ବିଜେଡ଼ିର ଭୋଟ ଭାଗବାଣ୍ଟ ହେଲେ ସୁରଜ ହିଁ ଲାଭରେ ରହିବେ ବୋଲି ପୁର୍ବାନୁମାନ କରାଯାଉଛି। ଦଳୀୟ କନ୍ଦଳ ନ ଥିବା ହେତୁ ଦଳୀୟ ଭୋଟ୍ ସହ ଅନୁକମ୍ପା ଭୋଟ ପାଇବେ ସୁରଜ ସୁର୍ଯ୍ୟବଂଶୀ। କଂଗ୍ରେସର ସ୍ଥିତି ଏତେଟା ସୁଦୃଢ଼ ନ ଥିବା ହେତୁ ଫାଇଦାରେ ରହିପାରେ ବିଜେପି। ଏଣେ ସବୁ ନିର୍ବାଚନରେ ବିଜୟ ଲାଭ କରୁଥବା ବିଜେଡି ପାଇଁ ଧାମନଗରରେ ବ୍ୟତିକ୍ରମ ହୋଇପାରେ ବୋଲି ଚର୍ଚ୍ଚା ଧ।ମନଗର ନିର୍ବ।ଚନରେ ବିଜେଡ଼ିକୁ ପର।ଜୟର ସ୍ୱ।ଦ ଚଖିବ।କୁ ପଡ଼ିପ।ରେ। ବିଷ୍ଣୁଙ୍କ ଦେହ।ନ୍ତ ପରେ ସ।ନ୍ତ୍ୱନ। ଭେ।ଟ ତ।ଙ୍କ ଭେ।ଟବ୍ୟ।ଙ୍କ ବଢ଼।ଇପ।ରେ।ବିଜେଡ଼ିର ଦୁଇ ନେତ। ନିର୍ବ।ଚନକୁ ଓହ୍ଲ।ଇବ। ଦଳ ପ।ଇଁ ଭାରୀ ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି। ଧାମନଗରରେ ବିଜେଡିର ବିଜୟର ବ୍ୟତିକ୍ରମ ହେବା ସହ ବାଜି ପଲଟି ପାରେ ବୋଲି  ଅନୁମାନ କରାଯାଉଛି ।
ଏ ଷ୍ଟୋରୀ ଲେଖିଛନ୍ତି –ରଶ୍ମିତା ବେହେରା