ଓଡ଼ିଆ ଫିଲ୍ମ ଦମନ ରିଲିଜ୍ ହେବା ପରଠୁ ଓଡ଼ିଶାରେ ବେଶ୍ ଲୋକପ୍ରିୟତା ସାଉଁଟିଛି। ବିପର୍ଯ୍ୟୟ ମୁଖି ଓଡ଼ିଆ ସିନେମାକୁ ରାହା ଦେଖାଇଛି ଦମନ। ନିକଟ ଅତୀତରେ ଓଡ଼ିଆ ଫିଲ୍ମ ରିଲିଜ୍ ପାଇଁ ହଲ୍ ମିଳୁନଥିଲା ବେଳେ ଦମନକୁ ନେଇ କିନ୍ତୁ ବେଶ୍ ଉତ୍ସାହ ଦେଖାଇଛନ୍ତି ଦର୍ଶକ। ରିଲିଜ୍ ହେବା ପରଠୁ ହିଁ ଏ ଶୋ ହାଉସଫୁଲ୍ ରହୁଛି। ରାଜ୍ୟ ବାହାରେ ମଧ୍ୟଏ ଫିଲ୍ମ ବେଶ୍ ଲୋକପ୍ରିୟତା ସାଉଁଟିଛି। ଓଡ଼ିଆ ଭାଷାରେ ବେଶ୍ ସଫଳତା ପାଇବା ପରେ ଜାତୀୟ ସ୍ତରରେ ଏହାକୁ ପହଞ୍ଚାଇବାକୁ ଚେଷ୍ଟା ଚାଲିଛି। ଖୁବ୍ ଶିଘ୍ର ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଯାଉଛି।

ଜାତୀୟ ସ୍ତରରେ ପହଞ୍ଚିବ ଅନୁନ୍ନତ ଅଞ୍ଚଳର କାହାଣୀ
ଅନୁନ୍ନତ ଅଞ୍ଚଳ ମାଲକାନଗିରିର ସ୍ୱାସ୍ଥ୍ୟଗତ ଅସୁବିଧା, ଜୀବନଶୈଳୀ ତଥା ଜୀବନ ବଞ୍ଚାଇବାକୁ ଡ଼ାକ୍ତର କରିଥିବା ସଙ୍ଘର୍ଷକୁ ନେଇ ତିଆରି ହୋଇଛି ଫିଲ୍ମ ‘ଦମନ’। ସତ ଘଟଣା ଉପରେ ଏହା ଆଧାରିତ ଥିବାରୁ ଓ ତଥାକତଥିତ ଧାରାରୁ ଭିନ୍ନତା ରଖିଥିବାରୁ ବେଶ୍ ସଫଳତା ହାସଲ କରିଛି ଏହି ଫିଲ୍ମ। ଅନାବଶ୍ୟକ ସଂଗୀତ, ଭିତ୍ତିହୀନ ଚରିତ୍ର ଚିତ୍ରଣରୁ ଦୂରରେ ରହି ଏ ଫିଲ୍ମ  ତିଆରି ହୋଇଛି। କାହାଣୀଟି ସତ ଘଟଣା ଉପରେ ଆଧାରିତ ଥିବାରୁ ଏହାର ଏକ ନିଆରା କ୍ରେଜ୍ ରହିଛି। ଏହି ଫିଲ୍ମରେ ବାବୁସାନ୍ ମହାନ୍ତି ନାୟକ ଚରିତ୍ରରେ ଅଭିନୟ କରିଥିଲା ବେଳେ କୋ ଆକ୍ଟର ଭୂମିକାରେ ଅଛନ୍ତି ଦୀପାନ୍ୱୀତ ଦାସ ମହାପାତ୍ର। ଉଭୟଙ୍କ ଅଭିନୟକୁ ଦର୍ଶକ ଖୁବ୍ ଭଲ ପାଇବା ଦେଇଛନ୍ତି।

ଏହି ଫିଲ୍ମ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଅହମଦାବାଦ, କୋଲକତା, ରାୟପୁର ଭଳି ସହର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ବେଶ୍ ସଫଳତା ସାଉଁଟିଛି।ଦମନକୁ ଜାତୀୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ଜାରୀ ରହିଛି।ଖୁବ୍ ଶିଘ୍ର ହୀନ୍ଦି ଭାଷାରେ ଏହା ରିଲିଜ୍ ହେବ ବୋଲି ପ୍ରଯୋଜକ ବିଶାଲ ମୋର୍ଯ୍ୟ ମତ ରଖିଛନ୍ତି। ଜାତୀୟ ସ୍ତରରେ ଏ ଫିଲ୍ମକୁ କେତେ ଲୋକପ୍ରିୟତା ମିଳୁଛି ତାହା ଦେଖିବା ବାକି।
 ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା