ଲୋକଙ୍କର ଇମୋସନର ଫାଇଦା ଉଠାଇ, ପଲିଟିକ୍ସରେ ସଫଳତା ପାଇଛନ୍ତି ଅନେକ ସିନେ ଷ୍ଟାର। ବିଶେଷ କରି ତାମିଲୁନାଡୁ ପଲିଟିକ୍ସକୁ ସଂପୂର୍ଣ୍ଣ କଣ୍ଟ୍ରୋଲ କରିଛନ୍ତି ସିନେ ଷ୍ଟାର। ତାମିଲି ସୁପରଷ୍ଟାର MGR ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। MGRଙ୍କ ବନ୍ଧୁ ତଥା ସିନେମା Script ରାଇଟର କରୁଣାନିଧି ୧୯୬୯ ମସିହାରେ ତାମିଲିନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ଅଭିନେତ୍ରୀ ଜୟଲଳିତା ମଧ୍ୟ ତାମିଲିନାଡୁର ସଫଳ ମୁଖ୍ୟମନ୍ତ୍ରୀ ଭାବେ ଗଣା ହେଉଛନ୍ତି। ତାମିଲିନାଡୁରେ ଆକ୍ଟରଙ୍କ ପଲିଟିକାଲ୍ ସଫଳତାକୁ ଦେଖି,ବିଜୁ ପଟ୍ଟନ।ୟକ ସେହି ଫର୍ମୂଲାକୁ ଓଡ଼ିଶାରେ ପ୍ରୟୋଗ କରିଥିଲେ।
MGR,ଜୟଲଳିତା
୭୦ଦଶକରେ ଓଡ଼ିଶାର ସଞ୍ଜିବୀ କୁମାର ଭାବେ ପରିଚିତ ଶରତ ପୂଜ।ରୀଙ୍କୁ ରାଜନେତା କରିବାକୁ ଲାଗି ପଡିଲେ ବିଜୁ ବାବୁ। ୧୯୭୧ରେ ଶରତ ପୂଜାରୀଙ୍କୁ ଉତ୍କଳ କଂଗ୍ରେସର ବିଧାୟକ ପ୍ରାର୍ଥୀ କରିବାକୁ ଯୋଜନା କଲେ ବିଜୁ ବାବୁ। ଅଭିନେତା ଶରତ ପୂଜାରୀ ମଧ୍ୟ ରାଜନେତା ହେବାକୁ ଆଗ୍ରହ ଦେଖାଇଲେ। ସମ୍ବଲପୁରରୁ ବିଧ।ନସଭ। ଆସନରୁ ନିର୍ବାଚନ ଲଢିଲେ ଶରତ ପୂଜାରୀ। ମାତ୍ର, କାମ ଦେଲାନି ଆକ୍ଟର ଇମେଜ୍। ଅଭିନୟରେ ମନ ଜିଣୁଥିବା ଶରତ,ହାରିଯାଆନ୍ତି ନିର୍ବାଚନର ବାଜି। ବିଜୟୀ ହୁଅନ୍ତି କଂଗ୍ରସେ ପ୍ରାର୍ଥୀ ଶ୍ରୀବଲ୍ଲଭ ପାଣିଗ୍ରାହୀ। ରାଜନୀତିରୁ ଅବସର ନିଅନ୍ତି,ଶରତ ପୂଜାରୀ। ସେବେଠୁ ରାଜନୀତିରେ ଓଡ଼ିଆ ଅଭିନେତାଙ୍କ ଏଣ୍ଟ୍ରିରେ ଲାଗିଯାଏ ବ୍ରେକ୍।
ଶରତ ପୂଜାରୀ
ଅନ୍ୟପକ୍ଷରେ ତାମିଲିନାଡୁ ପରେ ସାଉଥ୍ ଇଣ୍ଡିଆାର ଆନ୍ଧ୍ର ପଲିଟିକ୍ସକୁ, ତେଲଗୁ ସୁପରଷ୍ଟାର ଏନ୍.ଟି. ରାମରାଓ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହୁଅନ୍ତି। କଂଗ୍ରେସର ଗଡ଼କୁ ଚୁରମାର କରି ଏନ୍.ଟି ରାମାରାଓ ଆନ୍ଧ୍ରର ହୁଅନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ କିନ୍ତୁ, ଦୀର୍ଘ ୩ଦଶନ୍ଧି ଯାଏଁ ପଲିଟିକ୍ସ ଠାରୁ ଦୂରେଇ ରୁହନ୍ତି ଅଭିନେତା।
ଏନ୍.ଟି. ରାମରାଓ
ତେବେ ୨୦୦୦ ମସିହାରେ ପଲିଟିକ୍ସରେ ଏଣ୍ଟ୍ରି ମାରିବାକୁ ରିସ୍କ ନେଲେ ସିନେ ଷ୍ଟାର୍ ପ୍ରଶାନ୍ତ ନନ୍ଦ। BJP ଟିକେଟରେ ଲଢ଼ି ବିଜୟୀ ହେଲେ ଏବଂ ମନ୍ତ୍ରୀ ମଧ୍ୟ ହୋଇଗଲେ। କିନ୍ତୁ ଦୁର୍ନୀତି ଅଭିଯୋଗରେ ପ୍ରଶାନ୍ତ ନନ୍ଦଙ୍କୁ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଦେଲେ। ହେଲେ ସଫଳ ଅଭିନେତା ପ୍ରଶାନ୍ତ ନନ୍ଦ, ବିଚକ୍ଷଣ ରାଜନେତାର ପରିଚୟ ଦେଲେ। BJP ଛାଡି NCPରୁ ଟିକେଟ ନେଇ ଦ୍ୱିତୀୟ ଥର ବିଧାୟକ ହୋଇଗଲେ। ଆଉ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ଅଭିଯୋଗକୁ ମିଛ ପ୍ରମାଣ କରି BJD ଟିକେଟରେ ରାଜ୍ୟସଭାରେ ପହଞ୍ଚି ଗଲେ ପ୍ରଶାନ୍ତ ନନ୍ଦ।

ପ୍ରଶାନ୍ତ ନନ୍ଦଙ୍କ ଠାରୁ ରାଜନୈତିକ କଳା ଛଡ଼ାଇ ନେଲେ ଓଡ଼ିଆ ସିନେଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତି। ବ୍ରହ୍ମପୁର ଭଳି ହାଇ-ପ୍ରୋଫାଇଲ୍ ଲୋକସଭା ଆସନରୁ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସକ୍ସେସ ପାଇଲେ ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତଙ୍କୁ ସାଂସଦ କରିବା ପରେ, ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତିଙ୍କୁ ପଲିଟିଆସନ୍ କରିବାକୁ ଚେଷ୍ଟା କଲା BJD। ଅନୁଭବ ମହାନ୍ତିଙ୍କ ପରି ଅନଭିଜ୍ଞଙ୍କୁ ରାଜ୍ୟସଭା ସାଂସଦ କରିବାର ରିସ୍କ ନେଲା ବିଜୁ ଜନତା ଦଳ। ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ କେନ୍ଦ୍ରାପଡ଼ା ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଅନୁଭବଙ୍କୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କଲା BJD। ପ୍ରଥମେ ରାଜ୍ୟସଭା ଏବଂ ପରେ କେନ୍ଦ୍ରାପଡ଼ାକୁ ଲୋକସଭାରେ ପ୍ରତିନିଧିତ୍ୱ କଲେ ସିନେଷ୍ଟାର ଅନୁଭବ।
ଅନୁଭବ ମହାନ୍ତି
ସେପଟେ ଅଭିନୟରେ ଏତେଟା ନାଁ କରି ନଥିବା ମୁନା ଖାଁ, ପଞ୍ଚାୟତ ନିର୍ବାଚନ ଲଢ଼ି ସଫଳତା ପାଇଥିଲେ। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ୨୦୨୦ରେ ରାଜ୍ୟସଭା ସାଂସଦ ହୋଇଗଲେ ମୁନା ଖାଁ। ହେଲେ ବିଜୁ ଜନତା ଦଳ ବିରୋଧରେ ଲଢ଼ି ଓଡ଼ିଶାର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ଏବଂ ଅପରାଜିତା ମହାନ୍ତି ରାଜନୈତିକ ପ୍ଲାଟଫର୍ମରେ ମାରନ୍ତି ଚିତପଟାଙ୍ଗ। ଅବଶ୍ୟ କମେଡି କିଙ୍ଗ ପପୁ ପମ୍ ପମ୍ ୨୦୧୪ ନିର୍ବାଚନରେ BJDର ପ୍ରାର୍ଥୀ ହୋଇ ମଧ୍ୟ ପଲଟିକାଲ୍ ସକ୍ସେସର ମଜା ପାଇନାହାନ୍ତି।
୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ଭୁବନେଶ୍ୱର ଲୋକସଭା ସାଂସଦ ଲଢ଼ି ବିଜୟ ମହାନ୍ତି, ହୋଇଛନ୍ତି ପରାଜିତ। ୨୦୧୯ ଅପରାଜିତା ମଧ୍ୟ BJP ଟିକେଟରୁ ଭୁବନେଶ୍ୱର ଉତ୍ତର ଆସନରୁ ଲଢି ପରାଜିତ ହେଲେ। ସେହିଭଳି BJP ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ,୨୦୧୯ରେ ଦିଗପହଣ୍ଡି ଆସନରୁ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ଲଢ଼ି ବିଫଳ ହୋଇଛନ୍ତି। କଟକ ମହାନଗର ନିଗମର ମେୟର ପଦ ପାଇଁ BJP ଟିକେଟରେ ଲଢ଼ି ଅଭିନେତା ଶ୍ରୀତମ୍ ଦାସଙ୍କର ଶୋଚନୀୟ ପରାଜୟ ହୋଇଛି।
ତେବେ ସାଉଥର ସିନେ ଷ୍ଟାର, ପଲିଟିକ୍ସରେ ରାଜ୍ କରୁଥିଲା ବେଳେ ଓଡ଼ିଆ ଆକ୍ଟରଙ୍କ ପଲିଟିକାଲ୍ କ୍ୟାରିୟର ପ୍ରଚାର ଗାଡ଼ିରେ ଅଟକିଛି। ମହେଶ୍ୱତା, ଅନୁ ଚୌଧୁରୀ, କମେଡିଆନ୍ ହରି ଏବଂ ଅରିନ୍ଦମଙ୍କ ଅଭିନୟ, ମନକୁ ଛୁଉଁଥିଲା ବେଳେ ପାଓ୍ୱାର ପଲିଟିକ୍ସରେ ଏମାନଙ୍କୁ ମିଳୁନାହିଁ ସଫଳତା।