ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଥିଲା ବେଳେ ଚଳିତ ବର୍ଷ ଏଥିରେ ଏକ ନୂଆ ଧାରା ସୃଷ୍ଟି ହେବାକୁ ଯାଉଛି। ସ୍ୱତନ୍ତ୍ର ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ। ୨୦୨୪ ସାଧାରଣତନ୍ତ୍ର ଦିବସକୁ ଖାସ୍ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥର ପରେଡ଼ରେ କେବଳ ମହିଳା ହିଁ ପରେଡ଼ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ମହିଳା ଶସକ୍ତିକରଣ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି କୁହାଯାଉଛି।
ପରେଡ଼ରେ ମହିଳା ସଶକ୍ତିକରଣର ଝଲକ
ସାଧାରଣତନ୍ତ୍ର ଦିବସରେ ମହିଳା ଶସକ୍ତିକରଣର ସ୍ୱତନ୍ତ୍ର ବାର୍ତ୍ତା ଦେବ ଭାରତ। ଏଥର କେବଳ ମହିଳା ହିଁ ପରେଡ କରିବେ। କର୍ତ୍ତବ୍ୟ ପଥରେ ପରେଡ, ମାର୍ଚ୍ଚପାଷ୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କେବଳ ମହିଳା ହିଁ ନଜର ଆସିବେ। ବ୍ୟାପକ ବିଚାରବିମର୍ଷ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ସହ ସମସ୍ତ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି।
୨୦୧୫ରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଦଳ ପରେଡରେ ସାମିଲ ହୋଇଥିଲା। ୨୦୧୯ରେ କ୍ୟାପିଟେନ ଶିଖା ସୁରଭି ପ୍ରଥମ ମହିଳା ଅଫିସର ଭାବରେ ବାଇକ ଷ୍ଟଣ୍ଟ ଡେୟାର ଡେଭିଲସର ନେତୃତ୍ୱ ନେଇଥିଲେ। କିନ୍ତୁ ଏଥର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଭାଗୀଦାରିତା ରହିବ। କେବଳ ମହିଳା ହିଁ ପରେଡ଼ରେ ନଜର ଆସିବେ। ଦେଶରେ ଏହା ଏକ ନୂଆ ଧାରା ସୃଷ୍ଟି କରିବ।