Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଓଡ଼ିଶାରେ ରହିଛି ଆଞ୍ଚଳିକ ଦଳର ଦବଦବା: କିନ୍ତୁ କ୍ରେଜ୍ କମୁଥିବା ବିଜୁଙ୍କ ନାଁରେ, ପାର୍ଟି ଗଢ଼ିବେ ଦାମ

By admin • November 7, 2018 • ପଲିଟିକ୍ସ
dama-rout

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାକୁ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ, ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ଗଢ଼ିବେ। ନଭେମ୍ବର ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠନ ହେବ ବୋଲି ପାରାଦୀପ ବିଧାୟକ ଦାମ ରାଉତ ସୂଚନା ଦେଇଛନ୍ତି।“ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପଶାସନର ପ୍ରତିରୋଧ କରିବା ପାଇଁ ନୂଆ ଆଞ୍ଚଳିକ ଦଳ ଗଠନ କରିବାକୁ ମସୁଧା କରୁଛୁ। ଆସନ୍ତା ୯ ଓ ୧୦ତାରିଖରେ ଏନେଇ ଏକ ବୈଠକ କରିବୁ, ୧୧ ବା ୧୨ ତାରିଖରେ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯିବ” ବୋଲି ଦାମ ରାଉତ କହିଛନ୍ତି।“ବିଜୁ ବାବୁଙ୍କ ଆଦର୍ଶ ପରିପନ୍ଥୀ କାମକୁ ପ୍ରତିହତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜୁଙ୍କ ନାଁରେ ଦଳ ଗଠନ ପାଇଁ ଆଲୋଚନାରେ ପ୍ରସ୍ତାବ ଦେବି। କାରଣ ବିଜୁବାବୁଙ୍କ ନାଁ ବ୍ୟବହାର କରି ଦଳେ ସମ୍ପତ୍ତି ଠୁଳ କରୁଛନ୍ତି ଓ ରାଜ୍ୟର ସ୍ୱାର୍ଥ ବିରୋଧରେ ଯାଉଛନ୍ତି। ଯେଉଁମାନେ ବିଜୁବାବୁଙ୍କ ସଭା ଭାଙ୍ଗୁଥିଲେ, ସେମାନେ ଆଜି ବିଜୁ ଆଦର୍ଶର ପ୍ରବକ୍ତା ହୋଇଛନ୍ତି। ଅପରପକ୍ଷରେ ମୋ ସହ ଯେଉଁମାନେ ଦଳ ଗଠନ କରିବାକୁ ଯାଉଛନ୍ତି, ସେମାନେ ବିଜୁବାବୁଙ୍କ ଅନୁଗତ ଥିଲେ”Dama-Jay Flopତେବେ “ନୂଆ ଆଞ୍ଚଳିକ ଦଳ ହେଲେ କାହା ସହ ଗଠବନ୍ଧନ କରିବନି। କିନ୍ତୁ ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ରଖିବା ପାଇଁ ସେ ଆଗ୍ରହୀ। ହେଲେ ଆଞ୍ଚଳିକ ଦଳ ଗଠନରେ ସରକାର ବାଧକ ସାଜୁଛନ୍ତି। ସରକାର ଆମ ନେତାଙ୍କ ଭିତରେ ବିଭେଦ ପାଇଁ ଉଦ୍ୟମ କରୁଛନ୍ତି” ବୋଲି ଦାମ ରାଉତ ମିଡିଆକୁ ପ୍ରତିକ୍ରିୟା ଦେଇଛନ୍ତି। ଅଣକଂଗ୍ରେସ ରାଜନୀତିର ଚେହେରା ଦାମ ରାଉତଙ୍କ ବର୍ତ୍ତମାନ ପରିବର୍ତ୍ତନ ଯାତ୍ରା ନାଁରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସଭା କରୁଛନ୍ତି। ହେଲେ ବାରିପଦା ସଭାରେ ଦାମଙ୍କ ସହ ମଞ୍ଚ ସେୟାର ନକରି, ଅଧା ବାଟରୁ ଚାଲି ଆସିଥିଲେ ବୈଜୟନ୍ତ ପଣ୍ଡା
(ଆର.ଏନ୍.ସିଂହଦେଓ)R.N.SINGHDEOଗଣତନ୍ତ୍ର ପରିଷଦରୁ ଆରମ୍ଭ
ଅବଶ୍ୟ ଓଡ଼ିଶାରେ ଆଞ୍ଚଳିକ ରାଜନୈତିକ ଦଳ ଗଠନ ହେବା କିଛି ନୂଆ ନୁହେଁ।୨୬ଡିସେମ୍ବର ୧୯୯୭ରୁ ବିଜୁ ଜନତା ଦଳ ଗଠନ ହୋଇ ଦୀର୍ଘ ୧୮ବର୍ଷ ହେଲାଣି କ୍ଷମତାରେ ଅଛି।କେବଳ ବିଜୁଙ୍କ ନାଁରେ ଗଠିତ ଆଞ୍ଚଳିକ ଦଳକୁ ଯେ ଓଡ଼ିଶାରେ ସଫଳତା ମିଳିଛି ତା ନୁହେଁ, ଅତୀତରେ ଅନେକ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି। ସ୍ୱାଧିନତା ପରେ ପ୍ରଥମ ନିର୍ବାଚନ ୧୯୫୨ରେ ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ ୩୧ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା। କୋଶଳ ଉତ୍କଳ ପ୍ରଜା ପରିଷଦର ବିଚାରଧାରାକୁ ନେଇ ଗଡ଼ଜାତ ରାଜାମାନେ ଗଣତନ୍ତ୍ର ପରିଷଦ ଦଳ ଗଠନ କରିଥିଲେ। ସେହି ଦଳର ନେତୃତ୍ୱ ନେଇ ରାଜେନ୍ଦ୍ର ନାରାୟଣ ସିଂହଦେଓ ୧୯୬୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।
(ହରେକୃଷ୍ଣ ମହତାବ)Harekrushna Mahatabଜନ କଂଗ୍ରେସ-ଉତ୍କଳ କଂଗ୍ରେସ
ଅପରପକ୍ଷରେ କଂଗ୍ରେସରୁ ଅଲଗା ହୋଇ ହରେକୃଷ୍ଣ ମହତାବ ୧୯୬୭ରେ ଜନ କଂଗ୍ରେସ ଗଠନ କରିଥିଲେ। ଆଉ ୨୬ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଜିତାଇ କଂଗ୍ରେସକୁ ଗାଦିଚ୍ୟୁତ କରିଥିଲେ। ସେହିପରି ବିଜୁ ପଟ୍ଟନାୟକ ୧୯୭୧ରେ ଉତ୍କଳ କଂଗ୍ରେସ ଗଠନ କରିଥିଲେ।ଆଉ ସ୍ୱତନ୍ତ୍ର ପାର୍ଟିକୁ ଉତ୍କଳ କଂଗ୍ରେସର ୩୩ଜଣ ବିଧାୟକଙ୍କ ସମର୍ଥନ ମିଳିବା ଫଳରେ ଓଡ଼ିଶାରେ କଂଗ୍ରେସ କ୍ଷମତାରୁ ଦୂରେଇ ରହିଥିଲା।ଆଉ ନିର୍ଦ୍ଦଳୀୟ ବିଶ୍ୱନାଥ ଦାଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଜାଗ୍ରତ ଓଡ଼ିଶା ନାଁରେ ଏକ ଆଞ୍ଚଳିକ ଦଳ ଗଠନ କରି ସଫଳତା ପାଇ ନଥିଲେ।

ଏଥିସହ ପଡ଼ନ୍ତୁ-ନନ୍ଦିନୀଙ୍କ ମୁଖ୍ୟମନ୍ତ୍ରୀ ଚେୟାର ଛଡ଼ାଇ ନେଇଥିଲା TISSA; ଆଉ ବିଜୁ ଯୁବ ବାହିନୀ….

ବିଜୟ-ପ୍ୟାରୀ-ସୌମ୍ୟ-ବ୍ରଜ-ଖାରବେଳ ଫେଲ୍
ଯଦିଓ ଓଡ଼ିଶାରେ ଆଞ୍ଚଳିକ ଦଳର ସଫଳତା ହାର ଯଥେଷ୍ଟ ଅଧିକ। କିନ୍ତୁ ୨୦୦୦ମସିହା ପରେ ବିଜେଡି-ବିଜେପିର ମେଣ୍ଟ ଆଞ୍ଚଳିକ ଦଳକୁ ବଢ଼ିବାକୁ ଦେଇନାହିଁ। ବିଜୟ ମହାପାତ୍ରଙ୍କ ଓଡ଼ିଶା ଗଣ ପରିଷଦ, ବାଲଗୋପାଲ ମିଶ୍ରଙ୍କ କୋଶଳ କ୍ରାନ୍ତି ଦଳ ଏହାର ସବୁଠୁ ବଡ ଉଦାହରଣ। ଏପରିକି ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚ୍ଚା, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ପାର୍ଟି, ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଏବଂ ବ୍ରଜ ତିପ୍ରାଠୀଙ୍କ ସମତାକ୍ରାନ୍ତି ଦଳର ପରୀକ୍ଷା ସବୁ ବିଫଳ।
(ବିଜୁ ପଟ୍ଟନାୟକ)BIJU-PATTNAIKକମୁଛି ବିଜୁ କ୍ରେଜ୍
ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କ କ୍ରେଜ୍ ଦିନକୁ ଦିନ ଓଡ଼ିଶାରେ କମିବାରେ ଲାଗିଛି। ଯେଉଁ ନବୀନ ସରକାର ବିଜୁଙ୍କ ନାଁରେ ବିଜୁ କେବିକେ, ବିଜୁ ସେତୁ, ବିଜୁ କୃଷକ କଲ୍ୟାଣ,ବିଜୁ କନ୍ଧମାଳ ଓ ଗଜପତି ଏବଂ ବିଜୁ ଗାଁ ଗାଡ଼ି ପରି ଡଜେନରୁ ଅଧିକ ଯୋଜନା କରି ଭୋଟ ଜିତୁଥିଲା, ଏବେ ଅନ୍ୟ ମହାପୁରୁଷଙ୍କ ନାଁରେ ବିଜେଡି ରାଜନୀତି କଲାଣି। ବିଜୁ ଯୁବ ବାହିନୀ ଗଠନ କରି ଅଡୁଆରେ ଫସିଥିବା ବିଜେଡି, ବିଜୁଙ୍କ ନାଁରେ କୌଣସି ମେଡିକାଲ କଲେଜ କରିନାହିଁ ବିଜେଡି ସରକାର।୪ଟି ନୂଆ ମେଡିକାଲ କଲେଜକୁ ସହୀଦ ଲକ୍ଷ୍ମଣ ନାୟକ, ସନ୍ଥକବି ଭୀମ ଭୋଇ, ବ୍ୟାସକବି ଫକୀର ମୋହନ ସେନାପତି ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ କରିଛି। ବିଜେଡିର ଆକଳନ କହୁଛି ବିଜୁଙ୍କ ନାଁରେ ଅଧିକ ଦିନ ରାଜନୀତି କରି ହେବନି, ବରଂ ପପୁଲାର ନବୀନଙ୍କୁ ବ୍ରାଣ୍ଡ କଲେ ଫାଇଦା ମିଳିବ। ସେ ସମୟରେ ସାଂଗଠନିକ କ୍ଷେତ୍ରରେ ଦୁର୍ବଳ ଦାମୋଦର ରାଉତ ବିଜୁଙ୍କ ନାଁରେ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।

Biju PattnaikBJDDamador RoutHarekrshna MahatabR.N. Singhdeo
Tweet
0
ନବାବ ସହରରେ ଦିଓ୍ଵାଲି ଗିଫ୍ଟ ଦେଲେ ରୋହିତ
ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ କରାଇଲେ; କିନ୍ତୁ କହିପାରିଲେନି ଯେ ‘ସେମାନେ ଆମ ମାଟିର ପୁଅ’

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.