Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପୁରୀର‘କାଳିଆ’କୁ ତାଳ ଦେବ ଗୋରଖପୁରର PMK

By admin • February 23, 2019 • ନ୍ୟୁଜ୍, ପଲିଟିକ୍ସ
Share Cropper

ଚାଷୀଙ୍କୁ କିଏ ନିଜର କରିପାରିବ? ରାଜ୍ୟ ସରକାରଙ୍କ କାଳିଆ ନା କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନା। ଓଡ଼ିଶା ସରକାରଙ୍କ ପରେ ଏବେ କେନ୍ଦ୍ର ସରକାରଙ୍କ ପାଳି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ଟଙ୍କା। ଉତ୍ତରପ୍ରଦେଶର ଗୋରଖପୁରରୁ ରବିବାର ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା।ନିର୍ବାଚନ ପୂର୍ବରୁ ଚାଷୀଙ୍କ ଲାଗି ଏହି ଯୋଜନାର ଶୁଭାରମ୍ଭ କରିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଆର୍ଥିକ ବର୍ଷର ଡିସେମ୍ବରରୁ ମାର୍ଚ୍ଚ ଯାଏଁ ପ୍ରଥମ କିସ୍ତିରେ ୨ହଜାର ଟଙ୍କା ପାଇବେ ଚାଷୀ। ଦେଶର ପ୍ରାୟ ୧୨କୋଟି ୫୦ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା।ଏହି ଯୋଜନାରେ ଓଡ଼ିଶାର ୧୨ଲକ୍ଷ ୪୫ହଜାର ୪୯୦ଚାଷୀ ହେବେ ଉପକୃତ। ତେବେ ବିବାଦ ହେଉଛି ଓଡ଼ିଶାର ଚାଷୀଙ୍କ ସଂଖ୍ୟାକୁ ନେଇ। କାରଣ କେନ୍ଦ୍ର ସରକାରଙ୍କ ଯୋଜନାରେ ଭାଗଚାଷୀଙ୍କ ସ୍ଥାନ ନାହିଁ।

ବାଦ ପଡ଼ିଲେ ଭାଗଚାଷୀ
ଅନ୍ୟପଟେ ଗତ ଜାନୁଆରୀ ୨୫ରୁ ପୁରୀରୁ ଆରମ୍ଭ ହୋଇଛି ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା। ଚାଷୀଙ୍କ ଲାଗି ଆରମ୍ଭ କରିଥିବା ‘କାଳିଆ’ ଯୋଜନାରେ ପ୍ରତି ଚାଷୀଙ୍କୁ ପ୍ରଥମ କିସ୍ତିରେ ୫ହଜାର ଟଙ୍କା ପ୍ରଦାନ ହୋଇଛି। ଏପରିକି କାମଚଳା ବଜେଟରେ ସର୍ବାଧିକ ଅର୍ଥ ‘କାଳିଆ’ ଯୋଜନା ଲାଗି ୪ହଜାର ୪୬୧କୋଟି ଟଙ୍କା ମଞ୍ଜୁର କଲେ। ‘କାଳିଆ’ ଯୋଜନାରେ ଭାଗଚାଷୀ ମଧ୍ୟ ଉପକୃତ ହେଉଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ପାଇଁ ଓଡ଼ିଶା ସରକାର ‘କାଳିଆ’ ଯୋଜନା ଆଧାରରେ ୧୩ଲକ୍ଷ ୨୦ହଜାର ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇଥିଲେ। ହେଲେ ସେହି ତାଲିକାରେ ୧୨ଲକ୍ଷ ୪୫ହଜାର ୪୯୦ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଗ୍ରହଣ କଲେ କେନ୍ଦ୍ର ସରକାର। ବାକି ୭୪ହଜାର ୫୧୦ ଭାଗଚାଷୀଙ୍କ ଲାଗି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ବ୍ୟବସ୍ଥା ନାହିଁ।

MODI-&-NAVEEN

ପିଏମ୍ କିଶାନ ନିଧି ଯୋଜନାର ସର୍ତ୍ତାବଳୀ
୧- ବର୍ଷକୁ ୬ହଜାର ଟଙ୍କା ସିଧାସଳଖ ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ
୨- ୩ଟି ପର୍ଯ୍ୟାୟରେ ୬ ହଜାର ଟଙ୍କା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ
୩-ଗତ ବର୍ଷ ଡିସେମ୍ବର ପହିଲାରୁ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଲାଗୁ ହୋଇଛି
୪- ୫ଏକରରୁ କମ ଜମି ଥିବା ୧୨କୋଟି ୫୦ ଲକ୍ଷ ଚାଷୀ ହେବେ ଲାଭାନ୍ୱିତ
୫- ଅର୍ଥ ପାଇବାକୁ ଆଧାର ବାଧ୍ୟତାମୂଳକ
ତେବେ ଭାଗ ଚାଷୀଙ୍କ ଲାଗି କେନ୍ଦ୍ରୀୟ ଯୋଜନାରେ ସ୍ଥାନ ନଥିଲେ ମଧ୍ୟ ଏମାନଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି। ରାଜ୍ୟଗୁଡିକ ସହ ଆଲୋଚନା ନକରି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ହୋଇଥିବାରୁ ଭାଗଚାଷୀ ବଞ୍ଚିତ ହେବେ ବୋଲି କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ଭାଗଚାଷୀ ଚିହ୍ନଟ ପ୍ରକ୍ରିୟାକୁ ପ୍ରଶ୍ନ କରିଛି ବିଜେପି। ଅନ୍ୟପକ୍ଷରେ ରାଜ୍ୟରେ ବହୁ ଦିନରୁ ପଡ଼ିରହିଥିବା ଭାଗଚାଷୀ ଆଇନ କାର୍ଯ୍ୟକାରୀ ହେଉନଥିବାରୁ ବିଜେଡି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଯଦି ପ୍ରଧାନମନ୍ତ୍ରୀ କିଶାନ ଯୋଜନାରୁ ବାଦ୍‌ ପଡିବେ ଭାଗଚାଷୀ ତେବେ ନିବାର୍ଚନ ପ୍ରଚାରରେ ଶୁଭିବ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ।

KALIANarendra ModiNaveen PatnaikPM KISANShare Cropper
Tweet
0
କ୍ରିକେଟରଙ୍କ ସରହଦ୍ ପାର ପ୍ରେମ
ଦିନ ୩ଟା ୩୭ ଆକ୍ରମଣର ବଦଲା ଭୋର ୩ଟା ୩୭ରେ:ମିରାଜ୍ ମାଡରେ ୨ଶହ ପାକ୍ ଆତଙ୍କବାଦୀ ସଫା

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.