Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କୁନ୍ଦୁଲି ପିଡୀତାଙ୍କୁ ନ୍ୟାୟ ନମିଳିବାରୁ ବିଧାୟକ ପଦରୁ ଶଗରିଆଙ୍କ ଇସ୍ତଫା, ମୁସ୍କୁଲିରେ ପଡ଼ିଗଲେ ନରସିଂହ

By admin • October 30, 2018 • ନ୍ୟୁଜ୍, ପଲିଟିକ୍ସ
Krushna Sagaria

ଭୁବନେଶ୍ୱର: ବିଧାୟକ ପଦରୁ ଇସ୍ତଫା ଦେଲେ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଶଗରିଆ। ନିଜର ଇସ୍ତଫା ପତ୍ର ଆଜି(ମଙ୍ଗଳବାର) ବାଚସ୍ପତିଙ୍କ ସଚିବଙ୍କୁ ପ୍ରଦାନ କରିଛନ୍ତି, କୋରାପୁଟ ବିଧାୟକ କୃଷ୍ଣ ଶଗରିଆ। ବାଚସ୍ପତି ପ୍ରଦୀପ ଅମାତ ଭୁବନେଶ୍ୱର ବାହାରେ ଥିବାରୁ, ଶଗରିଆ ନିଜ ଇସ୍ତଫା ବାବଦରେ ବାଚସ୍ପତିଙ୍କ ସହ ଫୋନରେ କଥା ହୋଇଛନ୍ତି। ତେବେ ନିୟମ ଅମୁସାରେ ବିଧାୟକଙ୍କ ଇସ୍ତଫା ପତ୍ର ହାତ ଲେଖା ହେବା ଜରୁରୀ ହୋଇଥିବାରୁ ଶଗରିଆଙ୍କ ବିଧାୟକ ପଦ ଋଦ୍ଦ ହେବାକୁ ସମୟ ଲାଗିବ। ତେବେ କୋରାପୁଟ କୁନ୍ଦୁଲିରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପିଡୀତାଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରୁ ସେ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଶଗରିଆ କହିଛନ୍ତି। ସାମ୍ବିଧାନିକ ପଦରେ ଥାଇ ମଧ୍ୟ ପିଡୀତାକୁ ନ୍ୟାୟ ଦେବାରେ ଅସମର୍ଥ ହେଲେ। ତେଣୁ ସେ ବିଧାୟକ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଭୁବନେଶ୍ୱରରେ ଏକ ସାମ୍ବିଧାନିକ ସମ୍ମିଳନୀରେ ଶଗରିଆ ଘୋଷଣା କରିଛନ୍ତି। ତେବେ ଇସ୍ତଫା ପରେ ଚୁପ୍ ନବସି ଜନ ଆନ୍ଦୋଳନ କରିବେ ବୋଲି ଶଗରିଆ କହିଛନ୍ତି।
କୃଷ୍ଣ ଶଗରିଆଙ୍କ ଇସ୍ତଫା ପତ୍ରResignation Letterତେବେ ୧୦ଅକ୍ଟୋବର ୨୦୧୭ରେ କୁନ୍ଦୁଲିର ହାଟପଦାରୁ ଫଟୋ ଉଠାଇ ମୂଷାଗୁଡ଼ାସ୍ଥିତ ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।୪ଜଣ ଯବାନ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ବୋଲି ନବମ ଶ୍ରେଣୀର ଛାତ୍ରୀ ଅଭିଯୋଗ କରିଥିଲେ। ଯଦିଓ ଓଡ଼ିଶା ସରକାର ବିଚାର ବିଭାଗୀୟ ଏବଂ କ୍ରାଇମବାଞ୍ଚ ଦ୍ୱାରା ଘଟଣାର ତଦନ୍ତ କରାଉଥିଲେ। ହେଲେ ତଦନ୍ତ ରିପୋର୍ଟ ଆସିବା ଆଗରୁ ଓଏଚଆରପିସି(ଓଡ଼ିଶା ହ୍ୟୁମ୍ୟାନ୍ ରାଇଟସ୍ ପ୍ରୋଟେକ୍ସନ ସେଲ୍) ମୁଖ୍ୟ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ପିଡୀତାଙ୍କ ସହ ଗଣଦଷ୍କର୍ମ ହୋଇନାହିଁ ବୋଲି କହିଥିଲେ। ଶେଷରେ ନ୍ୟାୟ ନପାଇ ୨୨ ଜାନୁଆରୀ ୨୦୧ ୮ ରେ ଜୀବନ ହାରିଥିଲେ ପିଡୀତା।Narasingh-Mishraନରସିଂହଙ୍କ କଣ ହେବ ?
ଅନ୍ୟପକ୍ଷରେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫାକୁ ନେଇ କଂଗ୍ରେସ ରାଜନୀତିରେ ଘମାସନ ଆରମ୍ଭ ହୋଇଛି। କାରଣ ଶଗରିଆଙ୍କ ଇସ୍ତଫା କେବଳ କୋରାପୁଟ କଂଗ୍ରେସକୁ ପ୍ରଭାବିତ କରୁନାହିଁ, ନରସିଂହ ମିଶ୍ରଙ୍କ ବିରୋଧି ଦଳ ନେତା ପଦକୁ ମଧ୍ୟ ଅଡୁଆରେ ପକାଇ ଦେଉଛି। ସାମ୍ବିଧାନିକ ବିଧି ବ୍ୟବସ୍ଥାର ଆଢୁଆଳରେ ବିରୋଧି ଦଳର ମାନ୍ୟତା ମଧ୍ୟ ହରାଇପାରେ କଂଗ୍ରେସ। ନିୟମ ଅନୁସାରେ ବିରୋଧି ଦଳର ମାନ୍ୟତା ପାଇବାକୁ ଏକ ଦଶମାଂଶ ବିଧାୟକ କଂଗ୍ରେସର ହେବା ଦରକାର।ଅର୍ଥାତ ୧୪୭ଜଣଙ୍କ ବିଧାୟକଙ୍କ ମଧ୍ୟରୁ ବିରୋଧି ଦଳ ନେତା ମାନ୍ୟତା ପାଇବାକୁ ଅତି କମରେ ୧୪ଦଶମିକ ୭ ବିଧାୟକଙ୍କ କଂଗ୍ରେସ ହେବା ଦରକାର।୧୪ଦଶମିକ ୭ ଅର୍ଥାତ ୧୫ଜଣ ବିଧାୟକ କଂଗ୍ରେସର ହେବା ଜରୁରୀ। ଯଦିଓ ୨୦୧୪ ନିର୍ବାଚନରେ କଂଗ୍ରେସର ୧୬ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ ତେବେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ସେହି ସଂଖ୍ୟା ୧୫କୁ ଖସି ଆସିଥିଲା। ଏବେ କୃଷ୍ଣ ଶଗରିଆଙ୍କ ଇସ୍ତଫା, ନରସିଂହ ମିଶ୍ରଙ୍କ ବିରୋଧି ଦଳ ନେତା ପଦକୁ ପ୍ରଶ୍ନ କରିଛି।              ହିସାବ କରୁଛନ୍ତି ନିରଞ୍ଜନNIRANJAN PATTNAIKକୃଷ୍ଣଙ୍କ ସ୍ଥାନରେ ସର୍କାରଙ୍କୁ ଫିଟ୍ କରିବେ!
ଶଗରିଆ ଚଳିତ ମାସରେ ହିଁ ପିସିସିର ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟ ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ପଦରୁ ଶଗରିଆଙ୍କୁ ହଟାଇବାରୁ ସେ ରାଗି କରି ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଥିଲେ।ଏମିତି ବି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ଶଗରିଆଙ୍କ ତିକ୍ତ ସଂପର୍କ କାହାକୁ ଅଛପା ନାହିଁ। ସେପଟେ ଶଗରିଆ ବିଜେଡି ଲିଙ୍କରେ ରହିଥିବା ଅନେକ ଦିନ ଧରି ଚର୍ଚ୍ଚା ହେଉଛି। କିନ୍ତୁ ଶଗରିଆଙ୍କ ଇସ୍ତଫା ଯୋଗୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ଦବଦବା, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୁର୍ବଳ ହେବ। ଆଉ ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ କୋରାପୁଟ ଉପରେ ଆସ୍ଥାନ ଜମାଇବେ ତାରାଙ୍କ ସମର୍ଥକ ତଥା ମାଲକାନାଗିରିର ପୂର୍ବତନ ବିଧାୟକ ନିମାଇ ସରକାର। ବୋଧହୁଏ ସୂର୍ଗତ ଲୁଲୁ ମହାପାତ୍ରଙ୍କ ସମର୍ଥକ ନିମାଇ ସର୍କାରଙ୍କୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥନ ମିଳିପାରେ।
ଏଥିସହ ପଢ଼ନ୍ତୁ-ବିରୋଧି ଦଳ ନେତାମାନେ ବିଧାନସଭା ଆସି ପାରୁନାହାଁନ୍ତି; ନରସିଂହଙ୍କ କଣ ହେବ?

Koraput MLAKrushna SagariaNarasingh MishraNiranjan PattnaikOdisha Congress
Tweet
1
ଭାଇଙ୍କ ମୃତ୍ୟୁ ହୋଇନଥିଲେ ଷ୍ଟାର ହୋଇପାରି ନଥାନ୍ତେ, ନକ୍ସଲ ମିଥୁନ୍ ଦାଦା
ମାଧୁରୀଙ୍କୁ ବାହା ହେବାକୁ ସୁରେଶ ଓ୍ୱାଡେକର ନା' ଏହା ଶୁଣି ଡେଇଁଥିଲେ ଧକଧକ୍ ଗର୍ଲ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

1 Comment

  • Reply Prabodha Chan's panda October 31, 2018 at 9:32 pm

    Abhya hua

Leave a Reply Cancel Reply

Video

https://www.youtube.com/watch?v=hER96lgu8yk

Latest News

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

    March 11, 2020
  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

    March 10, 2020
  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

    December 18, 2019
  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

    December 17, 2019
  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

    December 12, 2019

Subscribe & Follow

Find us on Facebook

Popular Posts

BIJU-ARUN

ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

On November 14, 2018
01
Prakash-Mishra

ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

On November 19, 2018
02
MAHANGA MOOD

ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

On November 4, 2018
03
Facebook Twitter

CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

Copyright © 2018. All rights reserved.