Aparajita Amit Saha

ଭୁବନେଶ୍ୱର: ଓଡ଼ିଶା କ୍ୟାଡର IAS ଅପରାଜିତା ଷଡ଼ଙ୍ଗୀ ଆଜି(ମଙ୍ଗଳବାର) ବିଜେପିରେ ଯୋଗ ଦେଇଛନ୍ତି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଅପରାଜିତା।”ବିଜେପିର ବିଚାରଧାରା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, ତାଙ୍କୁ ବିଜେପିରେ ଯୋଗ ଦେବା ପାଇଁ ଅନୁପ୍ରାଣିତ କରିଛି। ଜନସେବା କରିବାର ସବୁଠୁ ବଡ଼ ପ୍ଲାଟଫର୍ମ ହେଉଛି ପଲିଟିକ୍ସ।ସେଥିପାଇଁ ଅବସରର ୧୧ବର୍ଷ ପୂର୍ବରୁ ଚାକିରିରୁ ସ୍ୱେଚ୍ଛାକୃକ ଅବସର ନେଇ ମୁଁ ବିଜେପିରେ ମିଶିଲି। କେନ୍ଦ୍ରରେ କାମ କରୁଥିବା ବେଳେ ମୋଦିଙ୍କ ବିକାଶ କେନ୍ଦ୍ରୀକ କାର୍ଯ୍ୟଶୈଳୀ ମୋତେ ପ୍ରଭାବିତ କରିଥିଲା ଏବଂ ମୋର ଆଭିମୁଖ୍ୟ ସହ ମିଶୁଥିଲା। ସେଥିପାଇଁ ମୁଁ ବିଜେପିରେ ଯୋଗ ଦେଲି” ବୋଲି ଅପରାଜିତା ଷଡ଼ଙ୍ଗୀ ମିଡିଆକୁ କହିଛନ୍ତି।APARAJITA-JOININGଜିଲ୍ଲାପାଳ ହେଲେ CM
ତେବେ ରାଜନୀତିରେ ବ୍ୟୁରୋକ୍ରାଟମାନେ ଯୋଗ ଦେବା କିଛି ନୂଆ ନୁହେଁ।୧୯୮୫ମସିହାରେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାପାଳ ଅଜିତ ଯୋଗୀଙ୍କୁ ରାଜନୀତିକୁ ଆଣିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି। ରାଜବୀଙ୍କ ପିଏ ଭିନସେଣ୍ଟ ଜର୍ଜଙ୍କ ଫୋନ୍ ପାଇ ଜିଲ୍ଲାପାଳ ଚାକିରି ଛାଡ଼ିଥିଲେ ଅଜିତ ଯୋଗୀ। ରାଜୀବଙ୍କ ନିର୍ଦ୍ଦେଶରେ ଦିଗବିଜୟ ସିଂହ ମଧ୍ୟରାତ୍ରିରେ IAS ଯୋଗୀଙ୍କୁ ନେତା କରି ଦେଇଥିଲେ। ପ୍ରଥମେ ରାଜ୍ୟସଭା ଏବଂ ପରେ ମଧ୍ୟପ୍ରଦେଶର ଅନୁସୂଚିତ ଜାତି ଓ ଜନଜାତିଙ୍କର ବଡ଼ ନେତା ଭାବରେ ପ୍ରୋଜେକ୍ଟ ହୋଇଥିଲେ ଯୋଗୀ। ଛତିଶଗଡ଼ ପ୍ରଦେଶ ଗଠନ ହେବା ପରେ ଶୁକ୍ଳା ବ୍ରଦର୍ସ(ବିଦ୍ୟାଚରଣ ଶୁକ୍ଳା ଓ ଶ୍ୟାମାଚରଣ ଶୁକ୍ଳା)ଙ୍କୁ ମାତ ଦେଇ ଅଜିତ ଯୋଗୀ ହୋଇଥିଲେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ।Ajit-Jogi & Rajiv Gandhi(ରାଜବୀଙ୍କ ସହ ଯୋଗୀ)
IPS
କିରଣ ବେଦୀ ଫେଲ୍
ରାଜୀବଙ୍କ ସେହି ଫର୍ମୁଲାକୁ ନରେନ୍ଦ୍ର ମୋଦି ଦିଲ୍ଲୀରେ ପ୍ରୟୋଗ କରିଥିଲେ। IAS ହେବା ପୂର୍ବରୁ ୨ବର୍ଷ IPS ଥିବା ଅଜିତ ଯୋଗୀଙ୍କ ଉପରେ ରାଜୀବ ଯେପରି ଭରସି ଥିଲେ, ସେହିଭଳି କିରଣ ବେଦୀଙ୍କ ଉପରେ ଭରସା କଲେ ନରେନ୍ଦ୍ର ମୋଦି। ପାର୍ଟି କ୍ୟାଡରଙ୍କୁ ସାଇଡ୍ ଲାଇନ୍ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ IPS କିରଣ ବେଦୀଙ୍କୁ ପ୍ରୋଜେକ୍ଟ କଲେ।ସବୁଠୁ ସୁରକ୍ଷିତ ଆସନ, କ୍ରିଷ୍ଣା ନଗରରୁ କିରଣ ବେଦୀଙ୍କୁ ପ୍ରାର୍ଥୀ କରାଗଲା। ଯେଉଁ କ୍ରିଷ୍ଣା ନଗର ଭୋଟର ଲଗାତର ୫ଥର ବିଜେପି ନେତା ହର୍ଦ୍ଧବର୍ଦ୍ଧନଙ୍କୁ ଜିତାଉଥିଲେ, ୨୦୧୫ରେ IPSକିରଣ ବେଦୀଙ୍କୁ ୨୨୭୭ଭୋଟରେ ପରାଜିତ କଲେ। ଆଉ ୭୦ଟି ଆସନରୁ ବିଜେପିକୁ ମିଳିଥିଲା ମାତ୍ର ୩ଟି ଆସନ। ମୋଦିଙ୍କ ସବୁଠୁ ବଡ଼ ରାଜନୈତିକ ପରାଜୟର ମାଇଲଷ୍ଟୋନ୍ ହୋଇଗଲା ଦିଲ୍ଲୀ ବିଧାନସବା ନିର୍ବାଚନ। ଏବେ ଓଡ଼ିଶାରେ ରାଜୀବ ଗାନ୍ଧିଙ୍କ IASଙ୍କୁ ପ୍ରୋଜେକ୍ଟ କରିବାର ଫର୍ମୁଲାକୁ ପ୍ରୟୋଗ କରିଛନ୍ତି ମୋଦି ଓ ଶାହ।kiran Bedi & Modiବାହାରିଆଙ୍କୁ ଗ୍ରହଣ କଲାନି ବିଜେପୁର ବିଜେପି
ଅନ୍ୟପକ୍ଷରେ ଓଡ଼ିଶା ବିଜେପି ପୂର୍ବରୁ ଇଙ୍ଗିତ କରିଛି ଯେ ହାଇକମାଣ୍ଡଙ୍କ ଦ୍ୱାରା ଥୋପା ଯାଉଥିବା ବାହାରିଆ ନେତାଙ୍କୁ ସେମାନେ ଗ୍ରହଣ କରିବେ ନାହିଁ। ବିଜେପୁର ଉପନିର୍ବାଚନ ହେଉଛି ସବୁଠୁ ବଡ଼ ଉଦାହରଣ। ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବା ପରେ ବିଜେପୁରରେ ବଡ଼ ପରାଜୟ ବରଣ କରିଥିଲା ବିଜେପି।ବରଗଡ଼ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁ ଦଳ ଛାଡ଼ିଦେଲେ।ପଞ୍ଚାୟତ ନିର୍ବାଚନରେ ବିଜେପୁରରେ ସବୁଠୁ ଆଗରେ ଥିବା ବିଜେପି, ଉପନିର୍ବାଚନରେ ୪୧ ହଜାର ୯୩୩ ଭୋଟ ବ୍ୟବଧାନରେ ପରାଜିତ ହେଲା। ଏବେ ଅପରାଜିତା ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ନେତୃତ୍ୱ, ଓଡ଼ିଶା ବିଜେପିର ଦାୟିତ୍ୱ ଦେବାକୁ ଯାଉଛନ୍ତି।
ଦିଲ୍ଲୀର ଓକିଲଙ୍କ ପରି ଓଡ଼ିଶା ଶିକ୍ଷୟତ୍ରୀ ଅସନ୍ତୁଷ୍ଟ
କିରଣ ବେଦୀ ଓ ଅପରାଜିତା ଉଭୟ ଭଲ ପ୍ରଶାସକ। କିନ୍ତୁ ଓକିଲଙ୍କୁ ପୋଲିସ ବାଡ଼େଇବା ଯୋଗୁ ଦିଲ୍ଲୀ ଆଇନଜୀବୀଙ୍କ ମହଲରେ ଗ୍ରହଣୀୟ ହେଉନଥିଲେ କିରଣ ବେଦୀ। ଦିଲ୍ଲୀର ରାଜନୀତିକୁ କଣ୍ଟ୍ରୋଲ କରୁଥିବା ଆଇନଜୀବୀମାନେ କିରଣ ବେଦୀଙ୍କ ହାରିବାର ପ୍ରମୁଖ କାରଣ ସାଜିଥିଲେ ବୋଲି ଚର୍ଚ୍ଚା ହୁଏ।ଠିକ୍ ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସୁଧାର ଆଣିଥିବା ଅପରାଜିତାଙ୍କ କାର୍ଯ୍ୟଶୈଳୀକୁ ନେଇ ଶିକ୍ଷୟିତ୍ରୀମାନେ ମଧ୍ୟ ଅସନ୍ତୁଷ୍ଟ। ଶାଢ଼ୀ ୟୁନିଫର୍ମ ବାଧ୍ୟତାମୂଳକ କରି ଶିକ୍ଷୟିତ୍ରୀମାନଙ୍କ ରୋଷର ଶିକାର ହୋଇଛନ୍ତି ଅପରାଜିତା। ଦିଲ୍ଲୀର ଓକିଲଙ୍କ ରାସ୍ତାରେ ଓଡ଼ିଶାର ଶିକ୍ଷୟତ୍ରୀ ଯିବେ ନାହିଁ ତ ! ନା ରାଜୀବ ଗାନ୍ଧିଙ୍କ ବ୍ୟୁରୋକ୍ରାଟ୍ କମ୍ ପଲିଟିସିଆନ୍ ଫର୍ମୁଲାକୁ ରିପିଟ୍ କରି ଅପରାଜିତାଙ୍କୁ ବିଜୟୀ କରିବାରେ ମୋଦି ସଫଳ ହେବେ ?
ଏଥିସହ ପଢ଼ନ୍ତୁ
ବାଜପେୟୀଙ୍କ ପ୍ରିୟ ଦିଲ୍ଲୀପ ରାୟ, ବିଜେପି ବିଧାୟକ ପଦରୁ ଦେଇପାରନ୍ତି ଇସ୍ତଫା!
୨୦୧୧ ଓ୍ୱାର୍ଲଲ୍ଡ କପ୍ ଫାଇନାଲରେ ଯୁବରାଜଙ୍କ ପୂର୍ବରୁ କାହିଁକି ବ୍ୟାଟିଂ ପାଇଁ ଆସିଥିଲେ ଧୋନି ? ୭ବର୍ଷ ପରେ ରାଜ୍ ଖୋଲିଲେ