Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଶାହ ଗିରଫ ବେଳେ ଚିଦାମ୍ବରମ ଥିଲେ ଗୃହମନ୍ତ୍ରୀ:ଏବେ ଗୃହମନ୍ତ୍ରୀ ଅମିତ ଶାହ

By admin • August 21, 2019 • ନ୍ୟୁଜ୍, ପଲିଟିକ୍ସ

ଦୁର୍ନୀତି ଅଭିଯୋଗରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଖୋଜୁଛି ସିବିଆଇ।୩୦୫କୋଟି ଟଙ୍କାର INX Media ଦୁର୍ନୀତି ମାମଲାରେ ED(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଧ୍ୟ ଚିହାମ୍ବରମଙ୍କୁ ଖୋଜୁଛି।ଏଥିପାଇଁ ଉଭୟ ସିବିଆଇ ଏବଂ ଇଡି ଚିଦାମ୍ବରମଙ୍କ ଦିଲ୍ଲୀ ବାସଭବନରେ ରେଡ୍ କରୁଛନ୍ତି।ହେଲେ ମଙ୍ଗଳବାର ସଂଧ୍ୟାରୁ ଘରେ ନାହାଁନ୍ତି ଚିଦାମ୍ବରମ ଏବଂ ତାଙ୍କର ମୋବାଇଲ ଫୋନ ମଧ୍ୟ ସୁଇଚ ଅଫ୍ ରହିଛି।ସେପେଟେ ନିଜ ଦଳର ବରିଷ୍ଠ ନେତା ଚିଦାମ୍ବରମଙ୍କୁ ଗିରଫରୁ ବଞ୍ଚାଇବା ପାଇଁ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତାମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ  ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ଆବଦେନର ଶୁଣାଣି ଆସନ୍ତା ଶୁକ୍ରବାର କରିବେ।ସେପଟେ ଚିଦାମ୍ବରମଙ୍କୁ ଯେପରି ଖସି ନଯାଅନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି।ଫଳରେ ବିମାନ ବନ୍ଦରରେ ଚିଦାମ୍ବରମଙ୍କ ପାଇଁ କଟକଣା ଲାଗିଗଲା।

ଅଡୁଆ ବଢ଼ାଇଲେ ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରିଛନ୍ତି।ଗତକାଲି(ମଙ୍ଗଳବାର)ମାମଲାର ଶୁଣାଣି କରି ଚିଦାମ୍ବରମଙ୍କ ହାଜତ ଜେରା(Custodial Interrogation)ର ଆବଶ୍ୟକତା ରହିଛି।କାରଣ INX Media Scam is a Classic Case of Money Laundering।ଆଉ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ ଏକ ଭୁଲ ବାର୍ତ୍ତା ଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।ଏହାପରେ ଗିରଫରୁ ବର୍ତ୍ତିବା ପାଇଁ କଂଗ୍ରେସ ନେତା ତଥା ଓକିଲ ଅଭିଷେକ ମନୁ ସିଂଘିଭି,କପିଲ ସିବଲ,ସଲମାନ ଖୁର୍ସିଦ୍ଦି ଏବଂ ଅଶ୍ୱିନୀ କୁମାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।ହେଲେ ସୁପ୍ରିମକୋର୍ଟରୁ ଚିଦାମ୍ବରମଙ୍କୁ ଏଯାଏଁ ଆଶ୍ୱସ୍ଥି ମିଳିନାହିଁ।
ତେବେ କଂଗ୍ରେସ ନେତୃତାଧିନ ଉପା ସରକାରରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ Aircel-Maxis ୩,୫୦୦ କୋଟିର ଏବଂ INX Mediaରେ ୩୦୫କୋଟି ଟଙ୍କା ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି।ଏହାକୁ ଉଭୟ CBI ଏବଂ ED ତଦନ୍ତ କରୁଛନ୍ତି। ଚିଦାମ୍ବରମ ଏବଂ ତାଙ୍କ ପୁଅ ତଥା ସାଂସଦ କାର୍ତ୍ତି ଚିହାମ୍ବରମଙ୍କ ନାଁରେ ତଦନ୍ତକାରୀ ସଂସ୍ଥା ମାମଲା ରୁଜୁ କରିଛନ୍ତି।ପୂର୍ବରୁ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଏହି ମାମଲାରେ ଗିରଫ ହୋଇ ଜାମିନରେ ଆସିଛନ୍ତି।

ଶାହ ଜେଲରେ ରହିଥିଲେ ୩ମାସ
ଅନ୍ୟପଟେ ରାଜନୀତି କଡ଼ ଲେଉଟାଇଛି।କେନ୍ଦ୍ରରେ ଚିଦାମ୍ବରମ ଗୃହମନ୍ତ୍ରୀ ଥିବାବେଳେ ଅମିତ ଶାହ ଗିରଫ ହୋଇଥିଲେ।ଗୁଜୁରାଟର ଅହମଦାବାଦ ନିକଟରେ ୨୬ନଭେମ୍ବର ୨୦୦୫ରେ ସୋରାଉଦ୍ଦିନ ଏନକାଉଣ୍ଟର ହୋଇଥିଲା।ସେହି ଏନକାଉଣ୍ଟରରେ ସୋରାଉଦ୍ଦିନ ଏବଂ ତାଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିଲେ।କିନ୍ତୁ ସୋରାଉଦ୍ଦିନ ଆତଙ୍କବାଦୀ ନଥିଲେ,ତାଙ୍କୁ ମିଥ୍ୟା ଏନକାଉଣ୍ଟରରେ ଗୁଜୁରାଟ ପୋଲିସ ହତ୍ୟା କରିଛି ବୋଲି ଅଭିଯୋଗ ଆସିଲା।ସେହି ମିଥ୍ୟା ଏନକାଉଣ୍ଟର ପଛରେ ତତ୍କାଳୀନ ଗୁଜୁରାଟ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ପୃକ୍ତି ଥିବାର ସିବିଆଇକୁ ତଥ୍ୟ ମିଳିଥିଲା।ଫଳରେ ୨୫ଜୁଲାଇ ୨୦୧୦ରେ ସିବିଆଇ ଅମିତ ଶାହଙ୍କୁ ଗିରଫ କରିଥିଲା।ଯଦିଓ ୩ମାସ ଜେଲରେ ରହିବା ପରେ ୨୯ଅକ୍ଟୋବର ୨୦୧୦ରେ ଗୁଜୁରାଟ ହାଇକୋର୍ଟ,ଶାହଙ୍କୁ ଜାମିନ ପ୍ରଦାନ କରିଥିଲେ।କିନ୍ତୁ ୨୦୧୨ସେପ୍ଟମ୍ବର ପର୍ଯ୍ୟନ୍ତ ଗୁଜୁରାଟକୁ ଶାହଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ କୋର୍ଟ।ଫଳରେ ଅମିତ ଶାହଙ୍କୁ ଗୁଜୁରାଟରୁ ତଡିପାର ହେବାକୁ ପଡିଥିଲା।କିନ୍ତୁ ୨୦୧୨ସେପ୍ଟମ୍ବରରେ ସୁପ୍ରିମକୋର୍ଟ ଶାହଙ୍କୁ ଜାମିନ ପ୍ରଦାନ କରିଥିଲେ।ଗୁଜୁରାଟକୁ ଶାହ ଫେରି୨୦୧୨ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।ଶେଷରେ ପ୍ରମାଣ ଅଭାବରୁ ଡିସେମ୍ବର୨୦୧୪ରେ ଅମିତ ଶାହଙ୍କୁ ସିବିଆଇ କୋର୍ଟରୁ କ୍ଲିନ୍ ଚିଟ୍ ମିଳିଥିଲା।
ତେବ ଶାହଙ୍କୁ ଗିରଫ କରିବା ପଛରେ ତତ୍କାଳୀନ ଗୃହମନ୍ତ୍ରୀ ପି.ଚିଦାମ୍ବରମ ଭୂମିକା ରହିଥିଲା ବୋଲି ଚର୍ଚ୍ଚା ହେଉଥିଲା।
୨୦୧୦ଜୁଲାଇରେ ଗିରଫ ହୋଇଥିବା ଅମିତ ଶାହ ଏବେ କେନ୍ଦ୍ରରେ ଗୃହମନ୍ତ୍ରୀ ଏବଂ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡିଛନ୍ତି ଚିଦାମ୍ବରମ। ଦୁର୍ନୀତି ମାମଲାରେ ୨୦୧୯ଅଗଷ୍ଟରେ ଗିରଫ ହେବେ କି ପୂର୍ବତନ ଗୃହମନ୍ତ୍ରୀ ଚିଦାମ୍ବରମ?

Amit ShahHome MinisterINX MediaP ChidambaramSUPREME COURT
Tweet
0
ଓଡ଼ିଶାର ଗର୍ବ-ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ:ମିଳିବ ଅର୍ଜୁନ ସମ୍ମାନ
ମୋଦିଙ୍କ ସଂକଟ ମୋଚକ ଅରୁଣ ଜେଟଲିଙ୍କ ଦେହାନ୍ତ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.