Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଡେବ୍ୟୁ ମ୍ୟାଚରେ ଶତକ; ଟେଷ୍ଟରେ ଶତକ ମାରିବାରେ ପୃଥ୍ୱୀ ସ ହେଲେ ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ

By admin • October 4, 2018 • ନ୍ୟୁଜ୍, ସ୍ପୋର୍ଟସ୍
Prathivi-Shaw

ଭୁବନେଶ୍ୱର: ଡେବ୍ୟୁ ଟେଷ୍ଟରେ ସେଣ୍ଚୁରୀ ମାରିଛନ୍ତି ଓପନର ପୃଥ୍ୱୀ ସ। ଦିଲିପ ଟ୍ରଫି ଏବଂ ରଣଜୀ ଟ୍ରଫି ପରି ନିଜ ଟେଷ୍ଟ କ୍ୟାରିଅରର ପ୍ରଥମ ମ୍ୟାଚର ଶତକ ମାରି ରେକର୍ଡ ସୃଷ୍ଟି କରିଛନ୍ତି ଭାରତର ଦ୍ୱିତୀୟ ସର୍ବ କନିଷ୍ଠ ବ୍ୟାଟସମ୍ୟାନ ପୃଥ୍ୱୀ। ରାଜକୋଟର ଖେଳା ଯାଉଥିବା ଟେଷ୍ଟ ମ୍ୟାଚରେ, ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯୯ଟି ବଲରୁ ସେଣ୍ଚୁରୀ ମାରିଛନ୍ତି ପୃଥ୍ୱୀ ସ । ପ୍ରଥମ ମ୍ୟାଚରେ ଟେଷ୍ଟରେ ଶତକ ମାରିବାରେ ୧୫ଦଶ ଭାରତୀୟ ବ୍ୟାଟସମ୍ୟାନ୍ ହେଉଛନ୍ତି ପୃଥ୍ୱୀ। ସେହିପରି ସଚିନ ତେନ୍ଦୁଲକରଙ୍କ ପରେ ପୃଥ୍ୱୀ ହେଉଛନ୍ତି ଦ୍ୱିତୀୟ ସର୍ବକନିଷ୍ଟ ବ୍ୟାଟସମ୍ୟାନ୍ ଯିଏ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି।

💯👏🙌

Take a bow, @PrithviShaw #INDvWI pic.twitter.com/3ttCamlAcl

— BCCI (@BCCI) October 4, 2018


ପୃଥ୍ୱୀଙ୍କ ପୂର୍ବରୁ୨୯୨ଜଣ ଭାରତୀୟ କ୍ରିକେଟର ଟେଷ୍ଟ ମ୍ୟାଚ ଖେଳିଥିଲେ। ସେମାନଙ୍କ ମଧ୍ୟରୁ ୧୪ଜଣ ମହାନ୍ ବ୍ୟାଟସମ୍ୟାନ୍ ଯିଏ ନିଜର ପ୍ରଥମ ମ୍ୟାଚରେ ଶତକ ମାରିଥିଲେ। ସେମାନେ ହେଲେ….

୧-ଲାଲା ଅମରନାଥ(୧୧୮ରନ୍) ଟିମ୍-ଇଲଣ୍ଡ-୧୯୩୪ ମସିହା, ସ୍ଥାନ-ବମ୍ବେ

୨-ଦିପକ ସୌଦାନ(୧୧୦ରନ୍) ଟିମ୍-ପାକିସ୍ତାନ-୧୯୫୩ ମସିହା,ସ୍ଥାନ-କଲିକତା

୩-କ୍ରିପାଳ ସିଂ(୧୦୦ରନ୍) ଟିମ୍-ନ୍ୟୁଜଲାଣ୍ଡ-୧୯୫୬ ମସିହା, ସ୍ଥାନ-ହାଇଦ୍ରାବାଦ

୪-ଆବାସ୍ ଅଲ୍ଲୀ ବେଗ୍(୧୧୨ରନ୍) ଟିମ୍-ଇଂଲଣ୍ଡ ୧୯୫୯ ମସିହା, ସ୍ଥାନ-ଓ୍ୱର୍ଲଡ୍ ଟ୍ରଫୋଡ

୫-ହନୁମନ୍ତ ସିଂହ(୧୦୫ରନ୍) ଟିମ୍-ଇଲଣ୍ଡ, ୧୯୬୪ ମସିହା, ସ୍ଥାନ-ଦିଲ୍ଲୀ

୬-ଗୁଣ୍ଡାପା ବିଶ୍ୱମାଥ(୧୩୭ରନ୍), ଟିମ୍-ଅଷ୍ଟ୍ରେଲିଆ ୧୯୭୦ମସିହା,ସ୍ଥାନ-କାନପୁର

୭-ସୁରିନ୍ଦର ଅମରନାଥ(୧୨୪ରନ୍) ଟିମ୍-ନ୍ୟୁଜଲାଣ୍ଡ, ୧୯୭୬ ମସିହା, ସ୍ଥାନ-ଇଡେନ୍ ପାର୍କ

୮-ମହମ୍ମଦ ଆଝାରୁଉଦ୍ଦିନ୍(୧୧୦ରନ୍) ଟିମ୍-ଇଲଣ୍ଡ,୧୯୮୫ ମସିହା, ସ୍ଥାନ-କଲିକତା

୯-ପ୍ରବୀଣ ଆମ୍ରେ(୧୦୩ ରନ୍) ଟିମ୍-ସାଉଥ୍ ଆଫ୍ରିକା, ୧୯୯୩ ମସିହା, ସ୍ଥାନ-କିଙ୍ଗସମେଡ୍

୧୦-ସୌରଭ ଗାଙ୍ଗୁଲି(୧୩୧ରନ୍) ଟିମ୍-ଇଲଣ୍ଡ, ୧୯୯୬ ମସିହା,ସ୍ଥାନ-ଲର୍ଡସ

୧୧-ବୀରେନ୍ଦ୍ର ସେହ୍ୱାଗ(୧୦୫ରନ୍) ଟିମ୍-ସାଉଥ୍ ଆପ୍ରିକା, ୨୦୦୨ ମସିହା,ବ୍ଲୋମଫଣ୍ଟିନ୍

୧୨-ସୁରେଶ ରୈନା(୧୨୦ରନ୍) ଟିମ୍-ଶ୍ରୀଲଙ୍କା, ୨୦୧୦ ମସିହା,ସ୍ଥାନ-କଲମ୍ବୋ

୧୩-ଶିଖର ଧାଓ୍ୱନ(୧୮୭ରନ୍),ଟିମ୍-ଅଷ୍ଟ୍ରେଲିଆ, ୨୦୧୩ ମସିହା, ସ୍ଥାନ-ମୋହାଲି

୧୪-ରୋହିତ ଶର୍ମା(୧୭୭ରନ୍) ଟିମ୍-ଓ୍ୱେଷ୍ଟଇଣ୍ଡିଜ୍, ୨୦୧୪ ମସିହା,ସ୍ଥାନ-କୋଲକାତାPRUTHI-SAW-WITH-BATଅନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିବା ମୁମ୍ବାଇର ଯୁବ ତାରକା ପୃଥ୍ୱୀ ସ,ଲୋକେଶ ରାହୁଲଙ୍କ ସହ ଓପେନିଂ କରିଥିଲେ। ୧୮ବର୍ଷୀୟ ପୃଥ୍ୱୀଙ୍କ ଟ୍ରାକ ରେକର୍ଡ ଭାରି ଭଲ।୨୦୧୭ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଏଣ୍ଟ୍ରି ମାରିବା ପରଠୁ ଜବରଦସ୍ତ ପ୍ରଦର୍ଶନ କରି ଆସୁଛନ୍ତି । ତାମିଲନାଡୁ ବିପକ୍ଷରେ ୧୨୦ରନ୍ ଇନିଂସ ଖେଳି ସମସ୍ତଙ୍କୁ ଚମକେଇ ଦେଇଥିଲେ ପୃଥ୍ୱୀ ସ। ସେହିପରି ଇଣ୍ଡିଆ-ଏ ଟିମ୍ ପାଇଁ ଟେଷ୍ଟ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ-ଏ ବିପକ୍ଷରେ ୧୮୮ ଓ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ୧୩୬ରନ୍ ହାସଲ କରିଥିଲେ। ରଣଜୀ ଟ୍ରଫିରେ ୮ଟି ମ୍ୟାଚ୍ ଖେଳି ୪ଟି ଶତକ  ମାରି ୭୭୮ ରନ୍ କରିଛନ୍ତି ।

ପୃଥ୍ୱୀ ସଙ୍କ ନେତୃତ୍ୱରେ ଚଳିତ ବର୍ଷ ଜାନୁୟାରୀରେ ୧୯ବର୍ଷରୁ କମ୍ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା ଟିମ୍ ଇଣ୍ଡିଆ। ଏବେ ପୃଥ୍ୱୀ ସ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ଖେଳିଛନ୍ତି, ଫଳରେ ଟେଷ୍ଟ ପ୍ଲାଟଫର୍ମରେ ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିପାରିବେ। ଆଗକୁ ରହିଛି ଅଷ୍ଟ୍ରେଲିଆ ଟୁର୍। ଏମିତି ବି ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍ ଏବେ ଓପନିଂ ସମସ୍ୟା ଦେଇ ଗତି କରୁଛି। ମୂରଲୀ ବିଜୟ ଫର୍ମରେ ନଥିବା ବେଳେ ଶିଖର ଧଓ୍ୱନ ଟେଷ୍ଟରେ ବାରମ୍ବାର ଝୁଣ୍ଟୁଛନ୍ତି।

Indian Cricket TeamPrithvi Shaw
Tweet
0
ପୂର୍ତ୍ତ ସବିବ ନଳିନୀ ପ୍ରଧାନ ହୋଇପାରନ୍ତି ବିଜେଡିରୁ ବିଧାୟକ ପ୍ରାର୍ଥୀ!
ପୁରୀରୁ ମୋଦି ଲଢ଼ିଲେ ବିଜେପିର ହେବ କ୍ଷତି; ଓଡ଼ିଶା-ବେଙ୍ଗଲ ବିଜେପି ପ୍ରସ୍ତାବ ହୋଇନପାରେ ଗ୍ରହଣ!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.