Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିବେ ୧୮ବର୍ଷୀୟ ପୃଥ୍ୱୀ ସ

By admin • October 3, 2018 • ସ୍ପୋର୍ଟସ୍
PRUTHI-SAW-WITH-BAT

ଭୁବନେଶ୍ୱର-ଆସନ୍ତାକାଲିଠୁ(ଅକ୍ଟୋବର୪) ରାଜକୋଟରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ୍ ଆରମ୍ଭ। ଟିମ୍ ଇଣ୍ଡିଆକୁ ଲିଡ୍ କରିବେ ବିରାଟ କୋହଲି। ଅନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିବେ ମୁମ୍ବାଇର ଯୁବ ତାରକା ପୃଥ୍ୱୀ ସ। ଚୂଡାନ୍ତ ଦଳରେ ତାଙ୍କୁ ସ୍ଥାନ ମିଳିଛି‌। ଲୋକେଶ ରାହୁଲଙ୍କ ସହ ଓପେନିଂ କରିବେ ପୃଥ୍ୱୀ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଫେଲ୍ ମାରିଲେ ଶିଖର ଧଓ୍ୱନ। ତେଣୁ ତାଙ୍କ ସ୍ଥାନରେ ଯୁବ ପୃଥ୍ୱୀ ସଙ୍କ ଉପରେ ଭରସିଛି ଚୟନ କମିଟି‌ ।୧୮ବର୍ଷୀୟ ପୃଥ୍ୱୀଙ୍କ ଟ୍ରାକ ରେକର୍ଡ ଭାରି ଭଲ ।୨୦୧୭ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଏଣ୍ଟ୍ରି ମାରିବା ପରଠୁ ଜବରଦସ୍ତ ପ୍ରଦର୍ଶନ କରି ଆସୁଛନ୍ତି । ତାମିଲନାଡୁ ବିପକ୍ଷରେ ୧୨୦ରନ୍ ଇନିଂସ ଖେଳି ସମସ୍ତଙ୍କୁ ଚମକେଇ ଦେଇଥିଲେ ପୃଥ୍ୱୀ ସ। ସେହିପରି ଇଣ୍ଡିଆ-ଏ ଟିମ୍ ପାଇଁ ଟେଷ୍ଟ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ-ଏ ବିପକ୍ଷରେ ୧୮୮ ଓ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ୧୩୬ରନ୍ ହାସଲ କରିଥିଲେ । ରଣଜୀ ଟ୍ରଫିରେ ୮ଟି ମ୍ୟାଚ୍ ଖେଳି ୪ଟି ଶତକ  ମାରି ୭୭୮ ରନ୍ କରିଛନ୍ତି।  PRUTHI-SAWସେହିପରି ପୃଥ୍ୱୀ ସଙ୍କ ନେତୃତ୍ୱରେ ଚଳିତ ବର୍ଷ ଜାନୁୟାରୀରେ ୧୯ବର୍ଷରୁ କମ୍ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା ଟିମ୍ ଇଣ୍ଡିଆ। ଏବେ ପୃଥ୍ୱୀ ସ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ଖେଳି, ଟେଷ୍ଟ ପ୍ଲାଟଫର୍ମରେ ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିବାରେ ସହାୟକ ହେବ। ଆଗକୁ ରହିଛି ଅଷ୍ଟ୍ରେଲିଆ ଟୁର୍ । ଏମିତି ବି ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍ ଏବେ ଓପନିଂ ସମସ୍ୟା ଦେଇ ଗତି କରୁଛି। ମୂରଲୀ ବିଜୟ ଫର୍ମରେ ନଥିବା ବେଳେ ଶିଖର ଧଓ୍ୱନ ଟେଷ୍ଟରେ ବାରମ୍ବାର ଝୁଣ୍ଟୁଛନ୍ତି। ଲୋକେଶ ରାହୁଲଙ୍କ ଉଚିତ ପାର୍ଟନର ସନ୍ଧାନରେ ରହିଛନ୍ତି ଚୟନକର୍ତ୍ତା। ଏଥିପାଇଁ ପୃଥ୍ୱୀ ସଙ୍କୁ ଦଳ ଏକ୍ସପେରିମେଣ୍ଟ୍ କରୁଛି । ତେବେ ପୃଥ୍ୱୀ ସଙ୍କ ସହ ରେସରେ ଥିଲେ ବେଙ୍ଗାଳୁରୁ ମୟଙ୍କ ଅଗ୍ରୱାଲVIRAT-KOHALI-TEAMଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍
ବିରାଟ କୋହଲି (ଅଧିନାୟକ), ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ, ଆଜିଙ୍କ୍ୟ ରାହାଣେ, ପୃଥ୍ୱୀ ସ, ଋଷଭ ପନ୍ଥ (ଓ୍ବିକେଟ୍ କିପର), ଆର୍. ଅଶ୍ବିନୀ, ରବୀନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ସାର୍ଦୁଲ ଠାକୁର
୫ ସ୍ପେଶାଲିଷ୍ଟ ବୋଲର
ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ବୋଲିଂ ଭାର ସମ୍ଭାଳିବେ ପାଞ୍ଚ ଜଣ। ସ୍ପିନ୍ ବିଭାଗ ଦାୟିତ୍ୱରେ ରହିବେ ଆର୍. ଅଶ୍ବିନୀ, ରବୀନ୍ଦ୍ର ଜାଡେଜା ଓ କୂଳଦୀପ ଯାଦବ। ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ ଓ ଇଶାନ୍ତ ଶର୍ମାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲିଂ କମାଣ ଧରିବେ ଉମେଶ ଯାଦବ ଓ ମହମ୍ମଦ ସାମି।
ହନୁମା ବିହାରୀ ବାଦ୍
ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟ ରେ ଡେବ୍ୟୁ କରିଥିଲେ ହନୁମାନ ବିହାରୀ । ୫୬ ରନର ଉପଯୋଗୀ ଇନିଂସ ଖେଳିଥିଲେ । ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସ୍କ୍ୱାଡରୁ ତାଙ୍କୁ ବାଦ ଦିଆଯାଇଛି। ସେହିପରି ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳ ମିସ୍ କରିବ ନିହାତି । ଏସିଆ କପ୍ ବେଳେ ଆହତ ହୋଇଥିଲେ ପାଣ୍ଡ୍ୟା । ଅଲରାଉଣ୍ଡର ଭାବରେ ତାଙ୍କ କାମକୁ ତୁଲାଇବେ ରବୀନ୍ଦ୍ର ଜାଡେଜାVIRAT-KOHALIଟିମ୍ ସିଲେକ୍ସନ୍ ବିବାଦ
ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣାକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଛି । ଏସିଆ କପରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ରୋହିତ ଶର୍ମାଙ୍କୁ ଟେଷ୍ଟ ଟିମରେ ସାମିଲ ହୋଇନାହାଁନ୍ତି। ସେହିପରି କରୁଣ ନାୟାରଙ୍କୁ ଦଳରେ ସ୍ଥାନ ନ ମିଳିବା, ଇନ୍ ଫର୍ମ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବା ନିଷ୍ପତ୍ତିରେ ନାଖୁସ୍ ଅଛନ୍ତି କୋଚ୍ ରବି ଶାସ୍ତ୍ରୀ।

Indian Cricket TeamPrithvi ShawVirat KohaliWest Indies Cricket Team
Tweet
0
ପୁରୀ ବନ୍ଦ : ଜଗନ୍ନାଥଙ୍କୁ ଧାଡ଼ିରେ ଦର୍ଶନ ବ୍ୟବସ୍ଥାକୁ ବିରୋଧ, ମନ୍ତ୍ରୀ ମହେଶ୍ୱରଙ୍କ ଘରେ ଭଙ୍ଗାରୁଜା
ବିଜୁଙ୍କ କ୍ରେଜ୍ କମୁ ଥିଲାବେଳେ, ଦାମଙ୍କ ନୂଆ ଦଳ ବିଜୁଙ୍କ ନାଁରେ ହେବ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.