ବିପିନ ରାୱତଙ୍କ ମୃତ୍ୟୁ ରହସ୍ୟରେ!

ଭାରତର ପ୍ରଥମ CDS ବିପିନ ରାୱତଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଭାରତର ଏହି ବରପୁତ୍ରଙ୍କ ମୃତ୍ୟୁକୁ ସହଜରେ କେହି ବି ଗ୍ରହଣ କରି ପାରୁନାହାନ୍ତି। ତାମିଲନାଡୁର କନ୍ନୁର ଠାରେ ହେଲିକପ୍ଟର ଦୁର୍ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି। ଏହି ବିମାନ ଦୁର୍ଘଟଣାରେ ୧୩ ଜଣଙ୍କ ପ୍ରାଣହାନୀ ହୋଇଛି।ବିପିନ୍ ରାୱତ୍,ତାଙ୍କର ପତ୍ନୀ ମଧୁଲିକାଙ୍କ ସମେତ ୧୧ ଜଣ ସେନା କର୍ମଚାରୀ ଏହି ଭୟଙ୍କର ଦୂର୍ଘଟଣାରେ ପ୍ରାଣ ହରାଇଛନ୍ତି।

କଣ ହୋଇପାରେ ଦୁର୍ଘଟଣାର କାରଣ?
ଅନେକ ଗଠନ ମୁଳକ ନିଷ୍ପତ୍ତି ନେଇ ସାହସିକତାର ସ୍ମୃତି ସ୍ତମ୍ଭ ଆଙ୍କିଥିବା ଡିଫେନସ୍ ସିଂଘମ୍ ବିପିନ ରାୱତ୍ ଭାରତୀୟଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି।ପାଗ ଖରାପ ଥିବା ହେତୁ MI17 V-5 ବାୟୁସେନା ହେଲିକପ୍ଟରର ଏଭଳି ଭାବରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।କେହି ଏହାକୁ ଘନ କୁହୁଡିର ପ୍ରଭାବ କହୁଥିଲା ବେଳେ କିଏ ଏହାକୁ ଯାନ୍ତ୍ରୀକ ତ୍ରୁଟି ବୋଲି ମଧ୍ୟ ସନ୍ଦେହ କରୁଛନ୍ତି।

ସତ ସ୍ପଷ୍ଟ କରିବ ବ୍ଲାକବକ୍ସ
ବାୟୁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଦୁର୍ଘଟଣା ସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ହେଲିକପ୍ଟରର ବ୍ଲାକ୍ ବକ୍ସ ଉଦ୍ଧାର କରିଛି। ଦୁର୍ଘଟଣାସ୍ଥଳର ପ୍ରାୟ ୩୦୦ ମିଟରରୁ ୧କିମି ଅଞ୍ଚଳ ମଧ୍ୟରେ ଏହି ବ୍ଲାକବକ୍ସକୁ ଉଦ୍ଧାର କରାଯାଇଛି।
ଦୂର୍ଘଟଣାର ପ୍ରକୃତ କାରଣ କଣ ତାହା ବର୍ତ୍ତମାନ ସ୍ପଷ୍ଟ ହେବାକୁ ଯାଉଛି। ବ୍ଲାକବକ୍ସ ଦୁର୍ଘଟଣା ପୂର୍ବରୁ ଘଟିଥିବା ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇଦେବ।ଡାଟା ରେକର୍ଡର୍ ଓ କକପିଟ୍ ରେକର୍ଡର ମାଧ୍ୟମରେ ସତ ସାମ୍ନାକୁ ଆସିବ।ଏବେ ଦେଶବ୍ୟାପୀ ଏହାର ଅପେକ୍ଷା ରହିଛି।
Connect With Us