Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ମୋଦିଙ୍କ ରେଡ୍ ସିଗନାଲ୍

By admin • September 22, 2018 • ନ୍ୟୁଜ୍, ପଲିଟିକ୍ସ
PC-SARKAR-MODI

ଝାରସୁଗୁଡା/ତାଳଚେର : ବିଜେଡି-ବିଜେପି ମେଣ୍ଟ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେଡି ସହ ବିଜେପିର ମେଣ୍ଟ ହେବ ବୋଲି ଯେଉଁ ଆଲୋଚନା ହେଉଥିଲା ତାହା କେବଳ ଉଡା ଖବର ବୋଲି ଓଡ଼ିଶା ଗସ୍ତରେ ଆସି ମୋଦି ସ୍ପଷ୍ଟ କରିଦେଇଛନ୍ତି । ଓଡ଼ିଶାର ବିଜେଡି ସରକାରକୁ ଏକ ଭ୍ରଷ୍ଟ ସରକାର କହିବା ସହ ରାଜ୍ୟର ବିକାଶ ଲାଗି ପରିବର୍ତ୍ତନ ଆବଶ୍ୟକ ବୋଲି ମୋଦି କହିଛନ୍ତି । ତେବେ ଲୋକସଭା ଅନସ୍ଥା ପ୍ରସ୍ତାବରେ ବିଜେଡି ସାଂସଦଙ୍କ ଗୃହତ୍ୟାଗ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପରେ ମେଣ୍ଟ ରାଜନୀତିକୁ ନେଇ ଖୁବ ଚର୍ଚ୍ଚା ଚାଲିଲା। ଅବଶ୍ୟ ଏଭଳି ମେଣ୍ଟ ପ୍ରଚାରକୁ ବିଜେଡି ସର୍କଲରୁ ଇନ୍ଧନ ମିଳୁଥିଲା। ଫଳରେ ଓଡ଼ିଶା ବିଜେପି ଖୁବ ଅଡୁଆରେ ପଡୁଥିଲା। ହେଲେ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଓଡ଼ିଶା ସରକାରକୁ ଟାର୍ଗେଟ କରି ମୋଦି ସ୍ପଷ୍ଟ କରିଛନ୍ତି ଯେ ବିଜେଡି ସହ ମେଣ୍ଟ ହେବା ଏକ ଗୁଲି ଖବର ।

ଭ୍ରଷ୍ଟାଚାରୀ ପରିଚୟ
ନବୀନ ପଟ୍ଟନାୟକଙ୍କ ସରକାରକୁ ଆଟାକ୍ କରି ରାଜ୍ୟର ବିକାଶ ଲାଗି ଓଡ଼ିଶା ସରକାର ଉଦାସୀନ ବୋଲି ମୋଦି କହିଛନ୍ତି । ଓଡ଼ିଶା ସରକାରଙ୍କ କାର୍ଯ୍ୟକଳାପ ୧୦ବର୍ଷ ପଛୁଆ, ସେଥିପାଇଁ ଦିଲ୍ଲୀରୁ ଥାଇ ମୋତେ ରାଜ୍ୟ ସରକାରଙ୍କୁ ଜଗ୍ରତ କରିବାକୁ ପଡୁଛି । କିନ୍ତୁ ଭ୍ରଷ୍ଟାଚାର ଓ ବିଳମ୍ବରେ ନିଷ୍ପତ୍ତି ନେବା ଓଡ଼ିଶା ସରକାରଙ୍କ ପରିଚୟ ପାଲଟିଛି ବୋଲି ଝାରସୁଗୁଡାର ଜନସଭାରେ ମୋଦି କହିଛନ୍ତି । ଓଡ଼ିଶାରେ ଏବେ ଭ୍ରଷ୍ଟତନ୍ତ୍ର ଚାଲିଛି, ଲୋକେ ହନ୍ତସନ୍ତ ହେଉଛନ୍ତି, ଏଭଳି ସ୍ଥିତିରେ ବିକାଶ କେମିତି ହେବ। ସେଥିପାଇଁ ଓଡ଼ିଶାରେ ଏବେ ପରିବର୍ତ୍ତନ ଆସିବା ଜରୁରୀ ହୋଇପଡିଛି । କାରଣ ପରିବର୍ତ୍ତନ ହିଁ ଓଡ଼ିଶାର ବିକାଶକୁ ଆଗେଇ ନେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ପିସି ସରକାର
ବିନା ପିସି, ମାନେ ହାତଗୁଞ୍ଜାରେ ଓଡ଼ିଶାରେ ଗରିବ ଲୋକଙ୍କ କାମ ହେଉନି । ସେହି ପିସି ବା ପରସେଣ୍ଟଜ୍ ଯୋଗୁ ଓଡ଼ିଶାର ଲୋକ ପେଶି ହେଉଛନ୍ତି । ରାଜ୍ୟରେ ହୋଇଥିବା ଚାରା, ପଲିଥିନ୍, ସମବାୟ,ଛତୁଆ ଏବଂ ରାସ୍ତା ନିର୍ମାଣ ଦୁର୍ନୀତି ଚାଲିଛି । ସେହି ଦୁର୍ନୀତିରେ ସରକାରୀ କର୍ମଚାରୀ ଏବଂ ଶାସକ ଦଳ(ବିଜେଡି)ର ନେତା ସାମିଲ ଅଛନ୍ତି । ଓଡ଼ିଶାରେ ଏକ ବଡ ପରିବର୍ତ୍ତନର ସମୟ ଆସିଛି ବୋଲି ନରେନ୍ଦ୍ର ମୋଦି କହିଛନ୍ତି।
ଚାଷୀଙ୍କୁ ମିଳୁନି ଏମସିପି
ପଶ୍ଚିମ ଓଡ଼ିଶାରେ ଚାଷୀ ସଂଗଠନ ମଜଭୁତ । ସେଥିପାଇଁ ଝାରସୁଗୁଡାରେ ଧାନ ଓ ମକାର ବର୍ଦ୍ଧିତ ସହାୟକ ମୂଲ୍ୟ ପ୍ରସଙ୍ଗ ଉଛାଇଲେ ମୋଦି । ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମିଳୁନାହିଁ । କେବଳ କାଗଜ କଲମରେ ଧାନ କିଣା ଯାଉଛି । ଧାନର ମାନ ଖରାପ କୁହାଯାଇ ଓଡ଼ିଶାର ଚାଷୀଙ୍କୁ ହଇରାଣ କରାଯାଉଛି ବୋଲି ମୋଦି କହିଛନ୍ତି ।

କଥା ରଖିଲେ ମୋଦି
ଜନସଭା ଆଗରୁ ପ୍ରଧାନମନ୍ତ୍ରୀ ଝାରସୁଗୁଡାର ବିମାନ ବନ୍ଦରକୁ ଲୋକାର୍ପିତ କରିଥିଲେ । ଉଡାଣ ଯୋଜନାରେ ଏଣିକି ଝାରସୁଗୁଡା ବିମାନ ବନ୍ଦରରୁ ଭୁବନେଶ୍ୱର,ରାୟପୁର ଏବଂ ରାଞ୍ଜିକୁ ବିମାନ ଉଡିବ । ତେବେ ଝାରସୁଗୁଡାରୁ ବଡ ସହରକୁ ଏୟାର ଇଣ୍ଡିଆର ନିୟମିତ ବିମାନ ଉଡିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ବିମାନରେ ବୁକିଂ ନ ହେଉଥିବା ସମସ୍ତ ସିଟର ଖର୍ଚ୍ଚ ବର୍ଷେ ଯାଏଁ, ଓଡ଼ିଶା ସରକାର ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ, ପ୍ରଧାନମନ୍ତ୍ରୀ ଓଡ଼ିଶାର ଦ୍ୱିତୀୟ ଏୟାରପୋର୍ଟ ଝାରସୁଗୁଡାକୁ, ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ଲୋକାର୍ପିତ କଲେ । ଏବେ ସମୟ ଆସିଛି ଆଯୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବା ପ୍ରସଙ୍ଗ ।

ଆୟୁଷ୍ମାନ ଭାରତରେ ସାମିଲ ହୁଅ
ଆସନ୍ତାକାଲି(ସେପ୍ଟମ୍ବର23) ଠାରୁ ଝାଡଖଣ୍ଡରୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତର ଶୁଭାରମ୍ଭ ହେଉଛି । ଦେଶର ପ୍ରାୟ 10କୋଟି ଗରିବ ପରିବାରକୁ ଏହି ଯୋଜନାରୁ ବାର୍ଷିକ 5ଲକ୍ଷ ଟଙ୍କା ହେଲ୍‌ଥ ଆସୁରାନ୍ସର ସୁବିଧା ପାଇବେ । କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଦେଶର ଅଧିକାଂଶ ରାଜ୍ୟ ସାମିଲି ହୋଇଛନ୍ତି । ଫଳରେ ସେହି ପ୍ରଦେଶର ଗରିବ ଲୋକମାନେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରୁ ଲାଭାନ୍ୱିତ ହେବେ। ଏହାର ଫାଇଦା ଓଡ଼ିଶାର ଗରିବଙ୍କୁ ମିଳିବା କଥା କି ନୁହେଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି  । “ଓଡ଼ିଶା ସରକାର ଏନେଇ ଆଗେଇ ଆସିବା ଉଚିତ  କି ନୁହେଁ । ହେଲେ ମୁଁ ବୁଝି ପାରୁନାହିଁ, ନବୀନବାବୁ କାହିଁକି ବୁଝୁନାହାଁନ୍ତି । ମୁଁ ଆପଣମାନଙ୍କ ଜରିଆରେ ଏହି ଜନସଭାରୁ ଆମର ମିତ୍ର ନବୀନବାବୁଙ୍କୁ ଅନୁରୋଧ କରୁଛି ଓଡ଼ିଶାର ଲକ୍ଷାଧିକ ଗରିବ ପରିବାର ସ୍ୱାସ୍ଥ୍ୟସେବା ଲାଗି ଆଯୁଷ୍ମାନ ଯୋଜନାରେ ସାମିଲ ହୁଅନ୍ତୁ। ଏହି ଯୋଜନାରେ ସାମିଲି ହେଲେ ରାଜ୍ୟ ବାହାରେ ମଧ୍ୟ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ମିଳି ପାରିବ। ଯଦି ଓଡ଼ିଶା ସରକାର ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ନାହିଁ, ତେବେ ଆପଣଙ୍କ ସେବା ମୁଁ କରିପାରିବ ନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ  ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର କରିବାକୁ ଓଡ଼ିଶା ସରକାର ଗତ ସ୍ୱାଧୀନତା ଦିବସରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ କରିଛନ୍ତି । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ହିତାଧିକାରୀ ଓଡ଼ିଶା ବାହାରେ ଚିକିତ୍ସା ସୁବିଧା ପାଇବେ ନାହିଁ।

ଟଙ୍କିକିଆ ଚାଉଳର ଗୁମର ଖୋଲିଲା
ଟଙ୍କିକିଆ ଚାଉଳ ଯୋଜନାର କ୍ରେଡିଟ୍ ନେଉଥିବା ଓଡ଼ିଶା ସରକାରଙ୍କ ମୁଖା ଖୋଲିଛନ୍ତି ମୋଦି। କେହି ଭୋକରେ ରହିବେନି, ସେଇଥିପାଇଁ ଚାଉଳ କେଜି ପିଛା ୨୫ରୁ୩୦ ଟଙ୍କା ଦେଉଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ନବୀନ ସରକାରଙ୍କୁ ୪୫୦ କୋଟି ଟଙ୍କାର କେନ୍ଦ୍ରୀୟ ସହୟତା ମିଳୁଛି । ଫଳରେ ୮୫ଲକ୍ଷ ପରିବାର ଏହାଦ୍ୱାରା ଲାଭାନ୍ୱିତ ହୋଇ ପାରୁଛନ୍ତି।

MODI-SPEECH

ଉଜ୍ୱଳାକୁ ସାର୍ଟିଫିକେଟ୍
ପୂର୍ବଥର ପରି ଏଥର ମଧ୍ୟ ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶାଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟର ଗ୍ରାମୀଣ ମହିଳାଙ୍କ ପାଖରେ ପହଞ୍ଚି ପାରିଛି ଗ୍ୟାସ ସଂଯୋଗ ।  ଓଡ଼ିଶାରେ ପୂର୍ବରୁ ମାତ୍ର ୨୨ପ୍ରତିଶତ ଲୋକଙ୍କ ପାଖରେ ରହିଥିଲା ଏଲ୍ପିଜି କନେକ୍ସନ। ମାତ୍ର ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଏବେ ପ୍ରାୟ ୬୦ ରୁ ୬୫ ପ୍ରତିଶତ ଘରକୁ ଗ୍ୟାସ ସଂଯୋଗ ଦିଆଯାଇ ପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ୱଚ୍ଛତାରେ ଓଡ଼ିଶା ପଛରେ
ତେବେ ଓଡ଼ିଶାର ସ୍ୱଚ୍ଛତା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରକୁ କାଠଗଡାରେ ଠିଆ କରିଛନ୍ତି । ସ୍ୱଚ୍ଛତାରେ ରାଷ୍ଟ୍ରୀୟ ହାର ଠାରୁ ବହୁତ ପଛରେ ରହିଛି ଓଡ଼ିଶା । ଏପରି ଆର୍ଥିକ ଅନଗ୍ରସର ପ୍ରଦେଶ ଗୁଡିକ ସ୍ୱଚ୍ଛତା ଅଭିଯାନରେ ଓଡ଼ିଶା ଠାରୁ ଆଗେଇ ଗଲେଣି । ଓଡ଼ିଶାରେ ଶୌଚ୍ଚାଳୟ ନିର୍ମାଣ ହେଉନି । ବାହାରେ ଶୌଚ୍ଚ କରିବା ବନ୍ଦ ମୁଭମେଣ୍ଟ ଚାଲୁନାହିଁ  । ଏଥିପାଇଁ ନବୀନ ବାବୁଙ୍କୁ ଅନୁରୋଧ କରୁଛି ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସ୍ୱଚ୍ଛତାକୁ ପ୍ରାଥମିକତା ଦିଅନ୍ତୁ ବୋଲି ତାଳଚେର ଜନସଭାରେ  ମୋଦି କହିଛନ୍ତି।

NAVIN-&-MODI @ Talechera

ଏହା ଆଗରୁ ସାର କାରଖାନାର ନବୀକରଣର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୩ହଜାର କୋଟି ଟଙ୍କା ବ୍ୟୟରେ ଦେଶରେ ପ୍ରଥମ ଥର ପାଇଁ କୋଇଲାରୁ ଗ୍ୟାସ ଆଧାରିତ ସାର କାରଖାନାର ଶିଳାନ୍ୟାସ ହୋଇଛି । ଏହି ସାର କାରଖାନାରୁ ବାର୍ଷିକ ୧ଦଶମିକ ୨୭ମିଲିୟନ ମେଟ୍ରିକ୍‌ ଟନ୍‌ ୟୁରିଆ ଉତ୍ପାଦନ, ସହିତ ପ୍ରାୟ ୪ହଜାର ୫ଶହ ନିଯୁକ୍ତି ମିଳିବ। ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ୩୬ମାସ ମଧ୍ୟରେ ଶେଷ ହେବ। ଆଉ ସେ ପୁଣି ଥରେ ତାଳଚେରକୁ ଆସି ସାର କାରଖାନାକୁ ଲୋକାର୍ପିତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଆଜି ଓଡିଶାବାସୀଙ୍କ ପାଇଁ ଆନନ୍ଦର ଦିନ। ପୂର୍ବ ଭାରତରେ ୟୁରିଆ ସାର କାରଖାନା ନଥିଲା।ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୟୁରିଆ ଆସୁଥିଲା । ଓଡ଼ିଶାର କୃଷି ବିକାଶ ପାଇଁ ତାଳଚେର ସାର କାରଖାନ ସହାୟକ ହେବ । ଏହି ସାର କାରଖାନରୁ ଓଡ଼ିଶାର ଚାଷୀମାନେ ୫୦ପ୍ରତିଶତ ୟୁରିଆ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି।

BJDChief Minister OdishaDharmendra PradhanNarendra ModiNaveen PatnaikOdisha BJPPrime Minister
Tweet
0
ନେତାଙ୍କ ଦଳ ଛାଡ଼ିବାର ଆଭାସ ପାଇ ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପ୍ରଚାର କରାଗଲା କି ?
ସୁପର ସନଡେ ଫାଇଟ୍: ପାକିସ୍ତାନକୁ ହରାଇ ମିଶନ୍ ଫାଇନାଲରେ ଟିମ୍ ଇଣ୍ଡିଆ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.