ରାଜ୍ୟ ଶାସନର ମୁଖ୍ୟ ମଙ୍ଗଧାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ।ତାଙ୍କ ଇସାରାରେ ରାଜ୍ୟର ଶାସନ ଚାଲେ ।ରାଜ୍ୟର ପ୍ରତେକଟି ନିଷ୍ପତ୍ତିରେ ତାଙ୍କର ନିଷ୍କର୍ଷ ରହିଛି। ପର୍ଯ୍ୟାପ୍ତ ଶିକ୍ଷାଗତ ଯୋଗ୍ୟତା ଥାଇ ଅନେକ ମେଧାବୀ ଛାତ୍ରଛାତ୍ରୀ  ବେକାର ହୋଇ ବୁଲୁଛନ୍ତି। କିନ୍ତୁ କମ ପାଠ ପଢି ମଧ୍ୟ ଶାସନ କରୁଛନ୍ତି ନେତା। ଜଣେ ଜନ ପ୍ରତିନିଧିର ଶିକ୍ଷାଗତ ଯୋଗ୍ୟତା ଦେଖା ଯାଏ ନାହିଁ। ଦେଶରେ ଅନେକ ପାଠୁଆ ନେତା ମଧ୍ୟ ଅଛନ୍ତି।ତେବେ ଆସନ୍ତୁ ଜାଣିବା ଆମ ଦେଶର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ। 

ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ -ଦିଲ୍ଲୀ ୟୁନିଭର୍ସିଟିରୁ ବିଏ ଗ୍ରାଜୁଏଟ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ -କମର୍ସ ଗ୍ରାଜୁଏଟ।
ଅରୁଣାଞ୍ଚଳ ପ୍ରଦେଶ ପିଏମ ଖାଣ୍ଟୁ– ବିଏ ଗ୍ରାଜୁଏଟ ।    
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶାର୍ମା– ପିଏଚଡ଼ି।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର– ବି.ଏସ.ସି ଗ୍ରାଜୁଏଟ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ– ପିଜି ବା ସ୍ନାତକୋତ୍ତର।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ– ଆଇଆଇଟି ଖଡଗପୁରୁରୁ ବି.ଟେକ କରିଛନ୍ତି।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ -ବ୍ୟାଚେଲର ଅଫ ଆୟୁର୍ବେଦିକ ମେଡ଼ିସିନ ଆଣ୍ଡ ସର୍ଜରୀ।
 ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ -ଏମ ଏସ ସି. ପିଏଚଡ଼ି ହାସଲ କରିଛନ୍ତି।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର -ଗ୍ରାଜୁଏଟ।
ହିମାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର – ଗ୍ରାଜୁଏଟ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ- ହେମନ୍ଦ ସୋରେନ ଦ୍ୱାଦଶ ପାସ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ -ଗ୍ରାଜୁଏଟ।
କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଦ– +2ପାସ ।
 ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ -ଏମ.ଏ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ– ଦଶମପାସ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ– ଗ୍ରାଜୁଏଟ । 
ମେଘାଳୟ ମୁଖ୍ୟମନ୍ତ୍ରୀ ସି. ସାଙ୍ଗମା -ଏମ ବି ଏ।
ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗ– ବିଏ ଗ୍ରାଜୁଏଟ।
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ -ଗ୍ରାଜୁଏଟ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ -+2ପାସ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ -ଏମ. ଏ।
ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ -ବି.ଏପାସ୍।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ -ବି.ଏ ପାସ୍।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ବି.ଏ  ଗ୍ରାଜୁଏଟ ।
ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଡାକ୍ତରୀ କରିଛନ୍ତି ।
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ -ବିଏସସି ଗ୍ରାଜୁଏଟ ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ -ପୋଷ୍ଟ ଗ୍ରାଜୁଏଟ ।
 ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମ.ଏ କରିଛନ୍ତି
ଦେଶର ପ୍ରାୟ ମୁଖ୍ୟମନ୍ତ୍ରୀ ସମ୍ଭବତଃ ବିଏ ପାସ୍ କରିଥିଲା ବେଳେ କିଛି ବିଧାୟକ ସ୍ନାତ୍ତକୋତ୍ତର,ପି ଏଚ୍.ଡି କରିଛନ୍ତି।ଯୁକ୍ତଦୁଇ ପାସ୍ କରି ରାଜ୍ୟର ଚାରିଜଣ ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ସମର୍ଥ ହୋଇଛନ୍ତି।ମହାରାଷ୍ଟ୍ରର ନବନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ରହିଛି। ତାଙ୍କର ଶିକ୍ଷାଗତ ଯୋଗ୍ୟତା  ଦଶମରେ ସୀମିତ।