Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

By admin • March 11, 2020 • ନ୍ୟୁଜ୍, ପଲିଟିକ୍ସ

ରାଜ୍ୟସଭା ନିର୍ବାଚନ ପାଇଁ BJD ପକ୍ଷରୁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସୁବାସ ସିଂ,ମୁନା ଖାଁ,ସୁଜିତ କୁମାର ଏବଂ ୪ର୍ଥ ପ୍ରାର୍ଥୀ ଭାବେ ମମତା ମହନ୍ତ ଆଜି(ବୁଧବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସେପଟେ ୯ ବିଧାୟକ ଥିବା କଂଗ୍ରେସ,ରାଜ୍ୟସଭା ନିର୍ବାଚନରେ ଭାଗ ନେଉନାହିଁ।ସେହିଭଳି ୨୩ ବିଧାୟକ ଥିବା BJP ଯଦି ପ୍ରାର୍ଥୀ ନଦିଏ ତେବେ BJDର ସମସ୍ତ ପ୍ରାର୍ଥୀ ର୍ନିଦ୍ୱନ୍ଦ୍ୱରେ ବିଜୟୀ ହେବେ।
ବିଧାନସଭାର ୧୪୭ବିଧାୟକ ସଂଖ୍ୟାର ଆନୁପାତିକ ହିସାବ ଅନୁସାରେ,ଜଣେ ପ୍ରାର୍ଥୀଙ୍କ ଜିତିବା ଲାଗି ୩୦  ବିଧାୟକଙ୍କ ଭୋଟ ଦରକାର ପଡୁଛି।ସେହି ହିସାବରେ ଦେଖିଲେ BJDର ୪ଜଣ ପ୍ରାର୍ଥୀଙ୍କ ପାଇଁ ୧୨୦ଟି ଭୋଟ ଆବଶ୍ୟକ ପଡୁଛି।BJD ଟିକେଟରେ ଜିତିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମିଶାଇ, ଶାସକ ଦଳର ବିଧାୟକଙ୍କ ସଂଖ୍ୟା ୧୧୪ ହେଉଛି।ଯଦି ଭୋଟ ହେଉଛି ତେବେ ୪ର୍ଥ ପ୍ରାର୍ଥୀ ମମତା ମହନ୍ତଙ୍କ ଲାଗି BJDକୁ ୬ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାକୁ ପଡିବ।ଯଦି BJP ପ୍ରାର୍ଥୀ ଦେଉଛି ତେବେ ସେମାନଙ୍କୁ ଜିତିବା ଲାଗି ୭ବିଧାୟକଙ୍କ ସମର୍ଥନ କରିବାକୁ ପଡିବ।

ରାଜ୍ୟସଭା ନିର୍ବାଚନରେ ଜିଣିବା ଲାଗି ଅନ୍ୟ ଦଳର ବିଧାୟକଙ୍କ ସମର୍ଥନ,ଅତୀତରେ ଅନେକ ଥର ନିଆଯାଇଛି।ନିଜ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଜିତାଇବା ଲାଗି BJP ୨୦୧୯ରେ ବିଜେଡିର ସମର୍ଥନ ଲୋଡିଥିଲା।ସବୁଠୁ ତ ବଳି ଯାଇଥିଲା ୨୦୧୦ ରାଜ୍ୟସଭା ନିର୍ବାଚନ।BJP ବିଧାୟକ ଭୀମସେନ ଚୌଧୁରୀ,କଂଗ୍ରେସ ବିଧାୟକ ଶିବାଜୀ ମାଝି ଓ ଗ୍ରେଗୋରୀ ମିଞ୍ଜ୍ ଭୋଟ ଦେଇନଥିଲେ।ଫଳରେ BJDର ତୃତୀୟ ପ୍ରାର୍ଥୀ ସୂର୍ଗତ ବୈଷ୍ଣବ ପରିଡା ବିଜୟୀ ହୋଇଥିଲେ।
ତେଣୁ ଯୋଗାଡୁ ରାଜନୀତି କରି ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ଯାଉଥିବା BJPର ଓଡ଼ିଶା ୟୁନିଟ୍ ପାଖରେ ବାସ୍ତବରେ ସଂଖ୍ୟା ନାହିଁ, ନା ବର୍ତ୍ତମାନର Powerful ବିଜେପି ନେତୃତ୍ୱକୁ ଅନ୍ୟ ଦଳର ବିଧାୟକମାନେ ବିଶ୍ୱାସ କରୁନାହାଁନ୍ତି?୨୦୧୦ରେ ସ୍ୱାଧିନ ଭାବେ ଲଢ଼ି ତାରା ରଞ୍ଜନ ପଟ୍ଟନାୟକ, ଯଦି ୩୩ କଂଗ୍ରେସ-BJP ବିଧାୟକଙ୍କ ଭୋଟ ପାଇଥିଲେ ତେବେ ଏବେ ୭ବିଧାୟକଙ୍କ ସମର୍ଥନ ଯୋଗାଡ କରିବାରେ BJP କାହିଁକି ବିଫଳ ହେଉଛି?  

NAVEEN-GREETS-DILIP-RAY
ନବୀନ-ଦିଲ୍ଲୀପ

ଚକମା ଦେଇଥିଲେ ଦିଲ୍ଲୀପ
ଅନ୍ୟପଟେ ମାର୍ଚ୍ଚ ମାସ,ନବୀନ ପଟ୍ଟନାୟକଙ୍କ ଲାଗି ଅଶୁଭ ଥିଲା।୧୮ବର୍ଷ ତଳେ ୨୦୦୨ ମାର୍ଚ୍ଚ’୨୭ ନବୀନଙ୍କୁ ଦେଇଥିଲା ସବୁଠୁ ବଡ଼ ଝଟକା।ସେତେବେଳେ ୪ଟି ରାଜ୍ୟସଭା ଆସନ ପାଇଁ ଲଢୁଥିଲେ ୫ଜଣ।ବିଜୟୀ ହୋଇଥିଲେ ବିଜେଡିର ସୁଶ୍ରୀ ଦେବୀ ଓ ପ୍ରମିଳା ବହିଦାର, BJPର ସୁରେନ୍ଦ୍ର ଲାଠ ସ୍ୱାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ।ଏମାନଙ୍କ ମଧ୍ୟରୁ ଦିଲ୍ଲୀପ ରାୟ ଥିଲେ ଚର୍ଚ୍ଚାରେ।କାରଣ ନବୀନ ପଟ୍ଟନାୟକଙ୍କୁ ଚାଲେଞ୍ଜ ଦେଇ ସ୍ୱାଧିନ ଭାବେ ଲଢ଼ି, ବିଜୟୀ ହୋଇଥିଲେ ଦିଲ୍ଲୀପ।କଂଗ୍ରେସର ଆଦିବାସୀ ନେତା ସୂର୍ଗତ ମୋରିସ କୁଜୁରଙ୍କୁ ହରାଇଥିଲେ ଦିଲ୍ଲୀପ।୨୮ ବିଧାୟକଙ୍କ ସମର୍ଥନ ପାଇ ଦିଲ୍ଲୀପ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ଆଉ ଏଥର ଆବଶ୍ୟକ ପଡିଲେ ଚଳିତ ମାର୍ଚ୍ଚ’୨୬ରେ ରାଜ୍ୟସଭା ନିର୍ବାଚନ ଲାଗି ଭୋଟ ହେବ।
ନବୀନ-କଂଗ୍ରେସ ଡିଲ୍ ଫ୍ଲପ୍
ତେବେ ଦିଲ୍ଲୀପଙ୍କୁ ହରାଇବା ପାଇଁ କଂଗ୍ରେସ ସହ ନବୀନ ଡିଲ୍ କରିଥିବାର ଆଲୋଚନା ହୋଇଥିଲା।ହେଲେ ବିଚକ୍ଷଣ ଦିଲ୍ଲୀପ,କଂଗ୍ରେସ ବିଧାୟକ ଦଳରେ ଫାଟ କରିଥିଲେ।ଫଳରେ ୨୫ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ମୋରିସ କୁଜୁରୁଙ୍କୁ ମିଳିଥିଲା ୨୩ଭୋଟ। ସେପଟେ ୧୦ BJD ବିଧାୟକଙ୍କ ଭୋଟ ପଡ଼ିଥିଲା ଦିଲ୍ଲୀପଙ୍କ ସପକ୍ଷରେ।BJP ଏବଂ ସ୍ୱାଧିନ ବିଧାୟକଙ୍କ ମଧ୍ୟ ଦିଲ୍ଲୀପଙ୍କୁ ସମର୍ଥନ ଦେଇଥିଲେ।ନବୀନଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଅଦୈତ ପ୍ରସାଦ ସିଂହଦେଓଙ୍କ ଭୋଟ ନାକଚ ହେବା ଏବଂ JD(S)ର ଅଶୋକ ଦାସ ଓ ସିପିଏମର ପ୍ରଦୀପ୍ତ ପଣ୍ଡା ଭୋଟରେ ଭାଗ ନନେବା,ଦିଲ୍ଲୀପ ରାୟଙ୍କ ଜିତିବା ବାଟକୁ ସହଜ କରିଥିଲା।
ଦିଲ୍ଲୀପଙ୍କ ବିଜୟରେ ପରାଜିତ ପ୍ରାର୍ଥୀ ମୋରିସ କୁଜୁରୁଙ୍କୁ ଅପେକ୍ଷା ଅଧିକ ଦୁଃଖୀ ଥିଲେ ନବୀନ।କାରଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପର ଦିନ ଦିଲ୍ଲୀପଙ୍କୁ BJDରୁ ନିଲମ୍ବିତ କରିଥିଲେ ନବୀନ।ଦିଲ୍ଲୀପଙ୍କୁ ହରାଇବା ଲାଗି BJDର ୭୩ ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକ,କଂଗ୍ରେସ ପ୍ରାର୍ଥୀଙ୍କୁ ମୋରିସ କୁଜୁରୁଙ୍କୁ ଭୋଟ ଦେବାର ଥିଲା ବୋଲି ଚର୍ଚ୍ଚା ହୁଏ।କିନ୍ତୁ ନବୀନଙ୍କ ହିସାବକୁ ଗଡବଡ କରିଥିଲେ ଦିଲ୍ଲୀପ।ସେଥିରେ ତାଙ୍କୁ ସହଯୋଗ କରିଥିଲେ ବିଜୟ ମହାପାତ୍ର।ହେଲେ ଚଳିତ ମାର୍ଚ୍ଚରେ ପ୍ରାର୍ଥୀ ନଦେବାର ନିଷ୍ପତି ନେଇ ଓଡ଼ିଶା BJP, ନବୀନ ପଟ୍ଟନାୟକଙ୍କୁ ଆଶ୍ୱସ୍ଥ କରିଛି !
ଏହି ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

BJDDILIP RAYNaveen PatnaikOdisha BJPRajya Sabha Election
Tweet
0
ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’
This is the most recent story

About the Author

admin

You Might Also Like

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.