RJDରେ ଫାଟ !

ଆଞ୍ଚଳିକ ଦଳ RJD ରେ ଏବେ ପୁଣି ଫାଟ ଦେଖିବାକୁ ମିଳିଛି।ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଏବେ ଅନେକ ବିବାଦ ସାମ୍ନାକୁ ଆସିଛି। ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଓ ତେଜ୍ ପ୍ରତାପଙ୍କ ମଧ୍ୟରେ ପୁଣି ଥରେ ଫାଟ ସୃଷ୍ଟି ହୋଇଛି ।ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏନେଇ ଖବର ପ୍ରକାଶ ପାଇଛି।ବିହାର ରାଜନୀତିରେ ଏ ବିବାଦ ଲାଲୁଙ୍କ ପାଇଁ ବିପଦର କାରଣ ପାଲଟିଛି।

ତେଜସ୍ୱୀ ଯାଦବ ଓ ତେଜ୍ ପ୍ରତାପ
ଭାଇ-ଭାଇ ବିବାଦ
ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଓ ତେଜ୍ ପ୍ରତାପଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି।ଗୁରୁବାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ଚାଲିଥିଲ। ଏହି ସମୟରେ ତାଙ୍କର ବଡ଼ଭାଇ ତେଜ ପ୍ରତାପ ମଧ୍ୟ ଲାଲୁଙ୍କ ସହିତ ମଂଚରେ ବସିଥିଲେ। ତେଜସ୍ୱୀ ଯେତେବେଳେ କହିବା ଆରମ୍ଭ କଲେ, ସେହି ସମୟରେ ତେଜପ୍ରତାପ ଅଚାନକ ଚୌକିରୁ ଉଠି ବୈଠକର ବାହାରକୁ ଚାଲିଆସିଥିଲେ। ସେ ଏଥିରେ ଅସନ୍ତୁଷ୍ଟ ଥିବା ଅନୁମାନ କରାଯାଉଛି। ତେଜ ପ୍ରତାପଙ୍କ ଏହି ପଦକ୍ଷେପ ୨ ଭାଇଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି କରିବା ନେଇ ଚର୍ଚ୍ଚା ହେଉଛି।
କିଏ ହେବ RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ?
RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ଏବେ ଚିନ୍ତାରେ ଲାଲୁ। କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱାରା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଦାୟିତ୍ୱ ତେଜସ୍ୱୀ ଯାଦବଙ୍କୁ ମିଳିବ ବୋଲି ଅନୁମାନ କରା ଯାଉଥିଲା।ମାତ୍ର ଦୁଇ ଭାଇଙ୍କ ବିବାଦ ହେତୁ ଏହା ଘୋଷଣା ହୋଇ ପାରିନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ଯେତେବେଳେ ତେଜସ୍ୱୀଙ୍କୁ ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରିବାକୁ ଅପେକ୍ଷା କରା ଯାଉଥିଲା, ସେହି ସମୟରେ ତେଜ୍ ପ୍ରତାପ ମଞ୍ଚରୁ ଉଠିଯାଇଥିଲେ ।ହୁଏତ ସେ ଏ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ଅନୁମାନ କରାଯାଉଛି ।ଦୁଇ ଭାଇଙ୍କ ଭିତରେ ଏହି କଳହ କି ରୁପ ନେଉଛି ଓ RJD ଉପରେ ଏହାର କଣ ପ୍ରଭାବ ପଡୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
Connect With Us