ବଦଳିବ କି ଏମ୍ସର ନାଁ

ଭୁବନେଶ୍ୱର ଏମ୍ସର ନାଁକୁ ନେଇ ବିବାଦ ଦେଖାଦେଇଛି। ଏହାର ନାଁ ପରିବର୍ତ୍ତନ କରାଯିବା ନେଇ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଓ ସମାଲୋଚନା ଜାରୀ ରହିଛି। ଯଦି ବି ଏହାର ନାଁ ବଦଳେ ତେବେ ନୂଆ ନାଁ କ’ଣ ହେବ ସେ ନେଇ ବିଭିନ୍ନ ପ୍ରକାର ଜନମତ ପ୍ରକାଶ ପାଉଛି। ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ପ୍ରସ୍ତାବ ମଧ୍ୟ ଆସୁଛି। ଭୁବନେଶ୍ୱର ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏହାର ନାଁ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ ହୋଇଥିଲା। ଅଟଳ ବିହାରୀ ବାଜପୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଥିଲା। ମେଡିକାଲର ନାଁ ରଖାଯାଇଥିଲା Netaji Subhash Bose All India Institue Of Medical Science। ତେବେ ବର୍ତ୍ତମାନ ସମୟରେ ଏହାର ନାଁକୁ ନେଇ ପରିବର୍ତ୍ତନର ନାରା ଉଠିବା ହେତୁ ଅନେକ ସମସ୍ୟା ସାମ୍ନାକୁ ଆସୁଛି।

କଣ ହେବ ଏମ୍ସର ନୂଆ ନାଁ?
୨୦୦୩ ଜୁଲାଇ ୨୦୦୩ ୧୫ରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। ଏହି ଅବସରରେ ବାଜପେୟୀଙ୍କ ସହିତ ତତ୍କାଳୀନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ୍ ସେଠୀ,କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ,ତତ୍କାଳୀନ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏମ୍ସ ଆକ୍ଟ ପ୍ରସ୍ତୁତ ବେଳକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ନ ରହି କେବଳ ଏମ୍ସ ଭୁବନେଶ୍ୱର ଭାବେ ପଞ୍ଜିକୃତ ହୋଇଥିଲା। ଏହା ସହ ସବୁଠି ସେହି ନାଁ ରହିଲା। ଏବେ ନାଁକୁ ନେଇ ଆରମ୍ଭ ହୋଇଛି ରାଜନୀତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡିଶାର ଜଣେ ପ୍ରମୁଖ ସଂଗ୍ରାମୀ ହୋଇଥିବା ହେତୁ ତାଙ୍କ ନାଁରେ ନାମିତ ହୋଇଥିବା ଚିକିତ୍ସାଳୟରୁ ନାଁ କୁ ବାଦ୍ ଦବା ସମୀଚିନ ହୋଇନାହିଁ। ଅନେକ ବୁଦ୍ଧିଜୀବି ଓଡିଶାର ବରପୁତ୍ର ମଧୁସୁଦନ ଦାସ,ଗୋପବନ୍ଧୁ ଦାସ ଆଦିଙ୍କ ନାମରେ ଚିକିତ୍ସାଳୟକୁ ନାମିତ କରିବାକୁ ଦାବୀ ମଧ୍ୟ କରୁଛନ୍ତି। ଯଦି ଏପରି ହୁଏ ତେବେ ଏମ୍ସର ନାଁ କାହା ନାମରେ ନାମିତ ହେବ ତାକୁ ନେଇ ବିଚାର ବିମର୍ଷ ଜାରୀ ରହିଛି। ଏମ୍ସ ଭୁବନେଶ୍ୱର ଶିଳାନ୍ୟାସ ବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ରହିଥିବାରୁ ସେହି ନାଁ ରହିବା ଉଚିତ୍ ବୋଲି ବିଭିନ୍ନ ମହଲରେ ମଧ୍ୟ ଦାବି ହେଉଛି। ତେବେ ଏମ୍ସ ନାଁରେ ପରିବର୍ତ୍ତନର ଛିଟା ବାଜୁଛି କି ତାହା ଅପରିବର୍ତ୍ତିତ ରହୁଛି ତାହା ଦେଖିବା ବାକି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us