Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଓ୍ୱାଲଟିୟର ଡିଭିଜନ BJDକୁ କଲା ଦି’ଫାଳ:ରାୟଗଡ଼ା ଡିଭିଜନକୁ ସାଂସଦଙ୍କ ସମର୍ଥନ,ବିରୋଧ କରୁଛନ୍ତି ବିଧାୟକ

By admin • March 2, 2019 • ନ୍ୟୁଜ୍, ପଲିଟିକ୍ସ
BJD-RAILWAY

ରେଲଓ୍ୱେର ହେଲା କଳେବର ବୃଦ୍ଧି। ସୃଷ୍ଟି ହେଲା ଗୋଟିଏ ଜୋନ ଏବଂ ଗୋଟିଏ ଡିଭିଜନ। ନୂତନ ସାଉଥ କୋଷ୍ଟ ଜୋନ ଆନ୍ଧ୍ର ଭାଗରେ ପଡ଼ିଥିଲା ବେଳେ ଓଡ଼ିଶାରେ ରାୟଗଡ଼ା ଡିଭିଜନ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଫଳରେ ଦେଶରେ ଏବେ ୧୭ଟି ଜୋନ ଏବଂ ୭୪ଟି ଡିଭିଜନ କାର୍ଯ୍ୟକ୍ଷମ ହେବ। କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ବିଜୁ ଜନତା ଦଳ ଦି ଫାଳ। ଓ୍ୱାଲଟିୟର ଡିଭିଜନକୁ କାହିଁକି ଇଷ୍ଟକୋଷ୍ଟ ଜୋନରୁ ଅଲଗା କରାଗଲା ତାକୁ ନେଇ ଭୁବନେଶ୍ୱରରେ ବିକ୍ଷୋଭ କରିଛି ବିଜେଡି।ନିବାର୍ଚନ ଦୃଷ୍ଟିରୁ ଆନ୍ଧ୍ରକୁ ସୁହାଇବା ପରି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବିଜେଡି ଅଭିଯୋଗ କରିଛି। ୨୦ହଜାର କୋଟିରୁ ଅଧିକ ରାଜସ୍ୱ ନେଇ ଓଡ଼ିଶା ପ୍ରତି ରେଳବାଇ ଅବହେଳା କରୁଛି।ସେପଟେ ବିଜେଡିର ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ରାୟଗଡ଼ା ଡିଭିଜନ ଘୋଷଣାକୁ ସ୍ୱାଗତ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଚାପ ଯୋଗୁ ଏହା ସମ୍ଭବ ହେଲା ବୋଲି ଭାସ୍କର ରାଓ କହିଛନ୍ତି।କୋରାପୁଟ ବିଜେଡି ସାଂସଦ ଝିନ୍ନ ହିକକା ଏବଂ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମଧ୍ୟ ରାୟଗଡ଼ା ଜିଭିଜନ ଘୋଷଣାକୁ ସ୍ୱାଗତ କରିଛନ୍ତି।

N.Bhaskar-Rao
ଏନ୍.ଭାସ୍କର ରାଓ

ଝାରସୁଗୁଡ଼ା ପାଇଁ ଆନ୍ଦୋଳନ କେବେ ?
ତେବେ ୨୦୦୩ଉତ୍କଳ ଦିବସ,ଓଡ଼ିଶା ରେଳବାଇ କ୍ଷେତ୍ରରେ ଏକ ମାଇଲଖୁଣ୍ଟ।କାରଣ କୋଲକତା ସ୍ଥିତ ସାଉଥ ଇଷ୍ଟର୍ଣ୍ଣରୁ ଅଲଗା ହୋଇ ଭୁବନେଶ୍ୱରରେ ପ୍ରତିଷ୍ଠା ହେଲା ଇଷ୍ଟକୋଷ୍ଟ ଜୋନ। ଖୋର୍ଦ୍ଧା,ସମ୍ବଲପୁର ସହ ଓ୍ୱାଲଟିୟର ଡିଭିଜନକୁ ନେଇ କାର୍ଯ୍ୟକ୍ଷମ ହେଲା ଇଷ୍ଟକୋଷ୍ଟ ଜୋନ। ହେଲେ ଆରମ୍ଭରୁ ବିବାଦ,ସାଉଥ ଇଷ୍ଟର୍ଣ୍ଣ ଜୋନ,ବିଶାଖାପାଟଣାରୁ ଦୂର ହେଉ ପଛେ, ଭୁବନେଶ୍ୱରର ଇଷ୍ଟକୋଷ୍ଟ ଅଧିନରେ ଓ୍ୱାଲଟିୟର ଡିଭିଜନ ରହିବା ସପକ୍ଷରେ ନଥିଲେ ଆନ୍ଧ୍ରବାସୀ।
ଅନ୍ୟପଟେ ଓଡ଼ିଶାରେ ମଧ୍ୟ ଅସନ୍ତୋଷର ଦାନା ବାନ୍ଧି ଥିଲା।ସାରା ଓଡିଶାକୁ କାହିଁକି ଇଷ୍ଟକୋଷ୍ଟ ଜୋନରେ ଅର୍ନ୍ତଭୁକ୍ତ କରାଗଲା ନାହିଁ। ବାଲେଶ୍ୱର, ମୟୂରଭଞ୍ଜ ପରି ଜିଲ୍ଲା କାହିଁକି ଖଡ଼ଗପୁର ଡିଭିଜନ ଅଧିନରେ ରହିବ? ରାୟଗଡା କାହିଁକି ଓ୍ୱାଲଟିୟର ଡିଭିଜନରେ ରହିବ ବୋଲି ପ୍ରଶ୍ନ ଉଠିଲା? ସେପଟେ ବାର୍ଷିକ ପ୍ରାୟ 5ହଜାର କୋଟି ରେଳ ରାଜସ୍ୱ ପ୍ରଦାନ କରୁଥିବା ଝାରସୁଗୁଡ଼ା ଜିଲ୍ଲା ଖଣ୍ଡ ବିଖଣ୍ଡିତ କରାଗଲା।ଝାରସୁଗୁଡ଼ା ଜିଲ୍ଲାକୁ ୩ଟି ଅଲଗା ଅଲଗା ଜୋନରେ ଯୋଜନାବଦ୍ଧ ଭାବେ ଭାଗ କରି ଦିଆଗଲା। ଇଷ୍ଟକୋଷ୍ଟ ଜୋନର ସମ୍ବଲପୁର ଡିଭିଜନ ଅଧିନରେ କିଛି ଅଂଶ,ସାଉଥ ଇଷ୍ଟର୍ଣ୍ଣ ଜୋନର ଚକ୍ରଧରପୁର ଡିଭିଜନରେ ସୁନ୍ଦରଗଡ଼ର ରାଉରକେଲା ପରି ଷ୍ଟେସନ ରହିଲା,ସର୍ବାଧିକ ରାଜସ୍ୱ ପ୍ରଦନାକାରୀ ବେଲପାହଡ଼ ଅଞ୍ଚଳ ସାଉଥ ଇଷ୍ଟ ସେଣ୍ଟ୍ରାଲ ଜୋନର ବିଳାଶପୁର ଡିଭିଜନକୁ ଚାଲିଗଲା।

ବିଜେଡି ଆନ୍ଦୋଳନ

ପ୍ରଫିଟ୍ କରିବ ଗୋପାଳପୁର ବନ୍ଦର
ସେପଟେ ତେଲଙ୍ଗାନାର ଜନ୍ମ ହେବାଠୁ ଚାପ ବଢ଼ିଲା ବିଶାଖା ପାଟଣାରେ ନୂଆ ଜୋନ ପ୍ରତିଷ୍ଠା ଲାଗି। ଏବେ ଓ୍ୱାଲଟିୟର ଡିଭିଜନକୁ ଜୋନର ମାନ୍ୟତା ମିଳିଲା।କିନ୍ତୁ ଓଡ଼ିଶାରେ ଥିବା ଓ୍ୱାଲଟିୟର ଡିଭିଜନର ଅଂଶକୁ ନେଇ ରାୟଗଡ଼ା ଡିଭିଜନ ପ୍ରତିଷ୍ଟା ହେବ। କିନ୍ତୁ ଝାରସୁଗୁଡ଼ାକୁ ଇଷ୍ଟକୋଷ୍ଟ ଜୋନରେ ମିଶାଇବା ଲାଗି ଆନ୍ଦୋଳନ କରୁନଥିବା ବିଜେଡିର ବିଧାୟକ ସଞ୍ଜୟ ଦାଶବର୍ମା,ପ୍ରିୟଦର୍ଶୀ ମିଶ୍ର ଏବଂ ବିଜୟ ମହାନ୍ତି ଓ୍ୱାଲଟିୟର ଡିଭିଜନ ଅଲଗା ହେବାକୁ ବିରୋଧ କରି ବିକ୍ଷୋଭ କରୁଛନ୍ତି।
କିନ୍ତୁ ଅସଲ କଥା ହେଲା ରାୟଗଡ଼ା ଡିଭିଜନ ପ୍ରତିଷ୍ଠା ହେବା ଦ୍ୱାରା ରେଲଓ୍ୱେ ମାନଚିତ୍ରରେ ରାୟଗଡ଼ା, କୋରାପୁଟ,ମାଲକାନାଗିରି,ନବରଙ୍ଗପୁର,କଳାହାଣ୍ଡି,ନୂଆପଡ଼ା ଏବଂ ଗଜପତି ଜିଲ୍ଲାର ପ୍ରାଧାନ୍ୟ ବଢ଼ିବ।ସେହିପରି ରାୟଗଡ଼ା ଜିଭିଜନର ଗୁଣୁପୁର-ଥେରୁବାଲି ପ୍ରାୟ 79କିଲୋମିଟର ରେଲଓ୍ୱେ ଲାଇନ କାର୍ଯ୍ୟକ୍ଷମ ହେଲେ ଅନେକ ଶିଳ୍ପାନୁଷ୍ଠାନ ଗୋପାଳପୁର ବନ୍ଦର ସହ ଯୋଡି ହୋଇଯିବେ।ଫଳରେ ବିଶାଖାପାଟଣା ବନ୍ଦର ଉପରେ ନିର୍ଭର କରୁଥିବା ନାଲକୋ,ହାଲ,ଜେକେ.ପେପର, ଇମ୍ଫା, ଉତ୍କଳ ଆଲୁମିନା ଏବଂ ବେଦାନ୍ତ ପରି କମ୍ପାନୀ ଗୋପାଳପୁର ବନ୍ଦରରେ ମାଲ ପରିବହନ କରିବେ।

BJDEast Coast RailwayRailway DivisionRayagarghVisakha Patana
Tweet
0
‘ତୁଝେ ମେରି କସମ’ର ଜେନେଲିଆ କି କସମ୍ ଦେଇଥିଲେ ରିତେଶଙ୍କୁ, ଡେଟ୍ ଖବର ୧୦ବର୍ଷ ପାଇନଥିଲା ମିଡିଆ
ବିଜୁ ପରିବାର ସହ ୪୮ବର୍ଷ ରହିଥିବା କେନ୍ଦ୍ରାପଡ଼ାକୁ ମିଳିବ କି କେନ୍ଦ୍ର କ୍ୟାବିନେଟରେ ସ୍ଥାନ?

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.