Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପାକିସ୍ତାନରେ ଫସିଥିବା ଯବାନଙ୍କ ଉପରେ ନିର୍ମିତ ଫିଲ୍ମର ଗାଇଡଙ୍କ ପୁଅ,କ୍ୟାପଟେନ୍ ଅଭିନନ୍ଦନ ଭାରତ ଫେରିଲେ

By admin • March 1, 2019 • ନ୍ୟୁଜ୍
HOME-COMING

ଇଣ୍ଡିଆନ ଏୟାର ଫୋର୍ସର ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଭାରତରେ ପହଞ୍ଚିଲେ। ଗତ ବୁଧବାର ଠାରୁ ପାକିସ୍ତାନ ସେନା କବଜାରେ ଥିବା ଅଭିନନ୍ଦନଙ୍କୁ ଦେଶବାଶୀ ସ୍ୱାଗତ କରିଛନ୍ତି।ଓ୍ୱାଘା ସୀମା ଅତିକ୍ରମ କରି ଅପରାହ୍ନ ୯ଟା ୧୫ମିନିଟରେ ଅଭିନନ୍ଦନ ପହଞ୍ଚିବା ମାତ୍ରେ ଭାରତବାସୀ ଅଭିନନ୍ଦନଙ୍କୁ କରିଥିଲେ ଅଭିନନ୍ଦନ।ଗତ ବୁଧବାର ସକାଳେ ଭାରତୀୟ ସେନା ଶିବିର ଉପରେ ପାକିସ୍ତାନ F-16 ବିମାନରେ ଆକ୍ରମଣ କରିବା ଆଗରୁ ମିଳିଥିଲା ଜବାବ। ମିଗ୍-21 ଫାଇଟର ପ୍ଲେନ ଧରି ପାକିସ୍ତାନକୁ ଜବାବ ଦେଇଥିଲେ ଅଭିନନ୍ଦନ।ପାକିସ୍ତାନର F-16 ବିମାନକୁ ଧ୍ୱଂସ କରିବା ପରେ ମିଗ୍-21ବିମାନ କ୍ରାସ କରିଥିଲା।ଫଳରେ ପାରାଚୁଟରେ ଓଲ୍ଲାଇ ଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ,ପାକିସ୍ତାନ ଅଧିକୃତ କାଶ୍ମୀରରେ ପହଞ୍ଚି ଥିଲେ। ସେବେଠୁ ପାକିସ୍ତାନରେ ଅଟକ ରହିଥିଲେ ଅଭିନନ୍ଦନ। କୂଟନୈତିକ ସ୍ତରୀୟ ଚାପ ପଡ଼ିବା ଯୋଗୁ ବାଧ୍ୟ ହୋଇ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡିଲା।  

ତେବେ ଦେଶ ସୁରକ୍ଷା ଲାଗି ସମର୍ପିତ ଅଭିନନ୍ଦନଙ୍କ ପରିବାର ପୁଅର ଯୁଦ୍ଧ ବନ୍ଦୀ ସମୟର ସ୍ଥିତିକୁ ଭଲ ଭାବରେ ଅନୁଭବ କରି ପାରିଥିଲେ।କାରଣ ଅନୁଭବଙ୍କ ବାପା ସୀମକୁଟ୍ଟି ବର୍ଦ୍ଧମାନ ଜଣେ ଏୟାରଫୋର୍ସ ପୂର୍ବତନ ଏୟାର ମାର୍ଶଲ। ସେ ପ୍ରାୟ ୪୦ପ୍ରକାର ବିମାନ ଉଡାଇ ଥିଲେ।୪ହଜାର ଘଣ୍ଟାରୁ ଅଧିକ ଉଡାଣର ଅନୁଭବ ରହିଛି ଅଭିନନ୍ଦନଙ୍କ ବାପାଙ୍କର। ବେଙ୍ଗାଲୁର ଏଲିଟ ଏୟାରକ୍ରାଫ୍ଟ ସିଷ୍ଟମ ଏବଂ ଟେଷ୍ଟିଂ ଇଷ୍ଟାବେଲିସମେଣ୍ଟର ଚିଫ୍ ଟେଷ୍ଟ ପାଇଲଟ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ତେଣୁ ଜଣେ ଓ୍ୱିଙ୍ଗ କମାଣ୍ଡର ଶତ୍ରୁ ଦେଶ ହାତରେ ଧରା ପଡିଲେ ତାହା ସହ କିପରି ବ୍ୟବହାର କରାଯାଏ ଏବଂ କିପରି ସେ ମୁକ୍ତି ପାଇବ ସେ ସବୁ ଜାଣନ୍ତି ସୀମକୁଟ୍ଟି।


‘କାତୁର ବେଲିୟିଦାଇ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିନନ୍ଦନ ଯେଉଁ ପରିସ୍ଥିତିରେ ପାକିସ୍ତାନରେ ଫସିଥିଲେ,ସେଭଳି ବିଷୟକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମରେ ସୀମକୁଟ୍ଟି ବର୍ଦ୍ଧମାନ ଗାଇଡ୍ କରିଥିଲେ।ଦିଗଜ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ‘କାତୁର ବେଲିୟିଦାଇ’୭ଏପ୍ରିଲ ୨୦୧୭ରେ ରିଲିଜ୍ ହୋଇଥିଲା।ଫିଲ୍ମରେ ୧୯୯୯କାରଗିଲ ଯୁଦ୍ଧ ସମୟରେ ଏୟାର ଫୋର୍ସର ପାଇଲଟ ବରୁଣ ଚକ୍ରପାଣି ପାକିସ୍ତାନ ଭିତରକୁ ପଶି ଯାଉଛନ୍ତି।ସେଠାରେ ତାଙ୍କର ବିମାନ ଧ୍ୱସ୍ତ ହୋଇଯାଉଛି। ବରୁଣଙ୍କୁ ରାୱଲପିଣ୍ଡରେ ପାକିସ୍ତାନ ଜେଲରେ ରଖା ଯାଉଛି। ଯୁଦ୍ଧବନ୍ଦୀ ହୋଇ ମଧ୍ୟ ତାଙ୍କୁ ନିର୍ଯାତନା ଦିଆଯାଉଛି। ଏହି ସମୟରେ ବରୁଣ ନିଜ ପରିବାର ଲୋକଙ୍କୁ ମନେ ପକାଉଛନ୍ତି।

ଖାସ୍ କଥା ହେଲା କାତୁର ବେଲିୟିଦାଇ ଫିଲ୍ମରେ ମଣିରତ୍ନମଙ୍କ ପରାମର୍ଶଦାତା ଥିଲେ ଅଭିନନ୍ଦନଙ୍କ ବାପା।ସେହି ତାମିଲ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ଏବଂ ଫିମେଲ୍ ସିଙ୍ଗରଙ୍କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନ ମିଳିଛି। ଫିଲ୍ମର ହିରୋ କାର୍ତ୍ତି,ଅଭିନନ୍ଦନଙ୍କ ପାଇଁ ଟ୍ୱିଟର ଜରିଆରେ ବାର୍ତ୍ତା ଦେଇଛନ୍ତି।

Abhinandan VarthamanIndiaKaatru VeliyidaiPakistanWagah BorderWing Commander
Tweet
0
ଫୋକସରେ ଚଷା ଭୋଟ:ସମ୍ବଲପୁରରେ BJDର ମୋର୍ଚ୍ଚା ସମ୍ଭାଳିବେ,ପୂର୍ବତ୍ତନ ପୂର୍ତ୍ତ ସଚିବ!
‘ତୁଝେ ମେରି କସମ’ର ଜେନେଲିଆ କି କସମ୍ ଦେଇଥିଲେ ରିତେଶଙ୍କୁ, ଡେଟ୍ ଖବର ୧୦ବର୍ଷ ପାଇନଥିଲା ମିଡିଆ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.