ଖୁବଶୀଘ୍ର ମେୟର ପ୍ରାର୍ଥୀ ଘୋଷଣା,ଆଶଙ୍କାରେ ଆଶାୟୀ

ଗାଁ ଭୋଟ୍ ସରିଲା ପରେ ଏବେ ସହରର ଭୋଟ୍ ପ୍ରକ୍ରିୟା ପାଇଁ କସରତ୍ ଆରମ୍ଭ ହୋଇ ଗଲାଣି। ଆସନ୍ତା ୨ତାରିଖରୁ ମେୟର ଆସନ ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରାର୍ଥୀପତ୍ର ଦାଖଲ।ଏହା ପୂର୍ବରୁ ଟିକଟ ଚୂଡାନ୍ତ ପାଇଁ ସବୁ ଦଳ ଏବେ କସରତ ଆରମ୍ଭ କଲେଣି l ରାଜ୍ୟର ତିନି ପ୍ରମୁଖ ଦଳ ପକ୍ଷରୁ ବୈଠକ ଓ ସମୀକ୍ଷା ଆରମ୍ଭ ହୋଇଗଲାଣି। ଅନେକ ଆଶାୟୀଙ୍କ ଗହଳିରେ କାହାକୁ ଟିକେଟ ମିଳିବ ଓ କାହାର ପତ୍ତା କଟାହେବ ତାହା ନେଇ ଏବେ ବିରାଟ ପ୍ରଶ୍ନବାଚୀ। ସେ ଚିନ୍ତା ଏବେ ନେତାଙ୍କ ମୁଣ୍ଡବିନ୍ଧାକୁ ବଢ଼ାଇଲାଣି। ଟିକଟ ଆଶାୟୀଙ୍କ ଛାତି ଧଡ଼ ଧଡ଼ ହେଉଛି।ଯେ କୌଣଷି ମୁହୂର୍ତ୍ତରେ ଟିକେଟ ଘୋଷଣା ହୋଇପାରେ।

ହରଡ଼ଘଣାରେ ନେତା
ପୌର ନିର୍ବାଚନ ପାଇଁ ଅଶାୟୀଙ୍କ ଭିତରୁ କାହାକୁ ବାଛିବେ ଓ କାହାକୁ ଟିକେଟ ଧରାଇବେ ତାକୁ ନେଇ ହରଡ଼ଘଣାରେ ପଡିଲେଣି ନେତା। ଟିକଟ ପାଇଁ ଏବେ ବିଜେଡି ଓ ବିଜେପିରେ ମାଳ ମାଳ ଆଶାୟୀ ଚାହିଁ ରହିଛନ୍ତି ।ବିଜେଡିରେ ୱାର୍ଡ ପିଛା ୨ରୁ ୩ଜଣ ଲେଖାଏ ଆଶାୟୀ ଥିବା ବେଳେ ବିଜେପିରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। କିଛି କିଛି ସ୍ଥାନରେ ଗୋଟିଏ ୱାର୍ଡରୁ ବିଜେଡିରେ ୫ଜଣ ଆଶାୟୀ ଥିବାବେଳେ ୬୭ନଂ ୱାର୍ଡରେ ବିଜେଡିରୁ ୫ଜଣରୁ ଅଧିକ ଆଶାୟୀ ଅଛନ୍ତି। ସେହିପରି ୯ନଂ ୱାର୍ଡରେ ବିଜେଡିରୁ ୫ଜଣ ଓ ବିଜେପିରୁ ୪ଜଣ ଆଶାୟୀ ବାହାରିଛନ୍ତି।୭ନଂ ୱାର୍ଡରେ ବିଜେଡିରୁ ୫ଟି ଟିକେଟ ପାଇବାକୁ ଅନାଇ ବସିଛନ୍ତି।
ଇଣ୍ଟେରନାଲସର୍ଭେ ରିପୋର୍ଟ ମିଳିବା ପରେ ଯାଇ ଟିକଟ ଘୋଷଣା କରାଯିବ ବୋଲି ନେତମାନେ ଆଶାୟୀଙ୍କୁ ଆଶ୍ୱାସନା ଦେଇଛନ୍ତିlବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବୈଠକ କରି ମେୟର ପ୍ରାର୍ଥୀ ଚୟନ ଉପରେ ଆଲୋଚନା କରିଥିଲା। ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ, ବରିଷ୍ଠ ନେତା ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ ଓ ଦିଲ୍ଲୀପ ମହାନ୍ତି ବୈଠକରେ ସାମିଲ ହୋଇଥିଲେ। ବାୟୋଡ଼ାଟା ଧରି ନେତାଙ୍କ ଘରେ ଡେରା ପକାଉଛନ୍ତି ଆଶାୟୀ। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଘରେ ଏବେ ଟିକେଟ୍ ପାଇଁ ଆଶାୟୀଙ୍କ ଗହଳି ବାରି ହେଉଛି।କଂଗ୍ରେସ ତରଫରୁ ମଧ୍ୟ ଅଙ୍କକଷା ଜୋର୍ ଧରିଛି।
Connect With Us