ପାର୍ଟି ପାଇଁ ମାଟି ସହ ବିଶ୍ୱାସଘାତକତା : ଖଣ୍ଡାଧାରରେ ରାଜ୍ୟ କଂଗ୍ରେସ

ମାଟି ବଦଳରେ ପାର୍ଟିକୁ ଅଧିକ ଗୁରୁତ୍ତ୍ୱ ଦେଉଛି ରାଜ୍ୟ କଂଗ୍ରେସ। ଓଡ଼ିଶା ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥି ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଜଣେ ମହିଳା ଓ ଜନଜାତି ସମ୍ପ୍ରଦାୟର ନେତା ହିସାବରେ ସେ ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରିବେ BJPର ଏହି ମାଷ୍ଟରଷ୍ଟ୍ରୋକରେ ଅନେକ ବିରୋଧି ମଧ୍ୟ ମହିଳା ଓ ଆଦିବାସୀ ବିରୋଧି ଆଭିମୁଖ୍ୟ ପ୍ରକାଶ ନ କରିବାକୁ ତାଙ୍କୁ ସମର୍ଥନ କରୁଛନ୍ତି। ଏପରିକି ଆଞ୍ଚଳିକତା ଭିତ୍ତିରେ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ।ମାତ୍ର ଏପରି ସ୍ଥିତିରେ ଓଡିଶା କଂଗ୍ରେସର ବିଧାୟକ ଓ ସାଂସଦ ଦ୍ରୌପଦୀଙ୍କୁ ସମର୍ଥନ ନ କରିବା ମାଟି ପ୍ରତି ବିଶ୍ୱାସଘାତକତା ବୋଲି ଚର୍ଚ୍ଚା ହେଉଛି।

ପାର୍ଟି ନୁହେଁ ବରଂ ମାଟି ସହ ବେଇମାନୀ
ଓଡ଼ିଶା ମାଟିର ଜଣେ ନେତା ଦେଶର ସର୍ବବୃହତ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ଦେଶସାରା ଓଡ଼ିଶା ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ମାତ୍ର ପାର୍ଟି ପାଇଁ ମାଟିକୁ ବାଜିରେ ଲଗାଇଛନ୍ତି ରାଜ୍ୟ କଂଗ୍ରେସର ବିଧାୟକ ଓ ସାଂସଦ। ନିର୍ବାଚନରେ କଂଗ୍ରେସ ଦଳର ନିଷ୍ପତି ଅନୁସାରେ ଭୋଟ୍ ଦେବେ ବୋଲି ଖୋଲାଖୋଲି ପ୍ରକାଶ କରିଛନ୍ତି କଂଗ୍ରେସ ନେତା। ଅର୍ଥାତ୍ ଓଡ଼ିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ବଦଳରେ, ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ୍ ସିହ୍ନାଙ୍କୁ ଭୋଟ୍ ଦେବେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର ଦ୍ରୌପଦୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ ମତ ରଖିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ସେ ବ୍ୟକ୍ତିଗତ ଭାବେ ପ୍ରଶଂସା କରୁଥିଲେ ମଧ୍ୟ ବିଜେପି ଓ RSSର ନୀତି ଆଦର୍ଶରେ ସେ ଅନୁପ୍ରାଣିତ। କଂଗ୍ରେସ ପ୍ରାର୍ଥି ଘୋଷଣା କରିସାରିଲା ପରେ ଯଶୱନ୍ତଙ୍କୁ ସମର୍ଥନ ନ ଦେଲେ ପାର୍ଟି ପ୍ରତି ବେଇମାନୀ ହେବ। ସେଥିପାଇଁ ସେ କିମ୍ବା କୌଣସି କଂଗ୍ରେସ ନେତା ଦ୍ରୌପଦୀଙ୍କୁ ସମର୍ଥନ କରିବେ ନାହିଁ।

କ୍ଷମା ଦେବେ ତ ଓଡ଼ିଶାବାସୀ?
ରାଷ୍ଟ୍ରପତି ନିର୍ବାଚନରେ ଭୋଟଦେବା ବିଧାୟକ ଓ ସାଂସଦଙ୍କ ଇଚ୍ଛାଧିନ ବ୍ୟାପାର। ତେଣୁ ବିଧାୟକ ଓ ସାଂସଦ ଯାହାକୁ ଇଚ୍ଛା ଭୋଟ ଦେଇପାରିବେ। କୌଣସି ଦଳ ପକ୍ଷରୁ ହୁଇପ କିମ୍ବା ନିର୍ଦ୍ଦେଶନାମା ଜାରି କରିବା ଆଇପିସିର ଧାରା ୧୭୧Cର ଉଲ୍ଲଂଘନ। ଦଳର ଇଚ୍ଛା ବିରୁଦ୍ଧଧରେ ଯାଇ କୌଣସି ସାଂସଦ ବା ବିଧାୟକ ଭୋଟ ଦେଲେ ବି ତାହା Anti-Defection Lawର ପରିଧିରେ ଆସିବ ନାହିଁ। ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାପାଇଁ ସାଂସଦ ଏବଂ ବିଧାୟକଙ୍କ ପାଇଁ ଏତେ ସ୍ୱାଧୀନତା ଥିବା ସତ୍ତ୍ୱେ ଯଦି ଓଡ଼ିଶାର ସାଂସଦ ମାଟି ବଦଳରେ ପାର୍ଟି କଥା ଚିନ୍ତା କରିବେ ସ୍ୱାଭାବିକ ଭାବେ ଏହା ଓଡ଼ିଆ ମାନଙ୍କୁ ଆହତ କରିବ। ଯଦି ମାଟିର ଝିଅକୁ ଅଣଦେଖା କରି ପାର୍ଟିର ନିଷ୍ପତିରେ ଓଡ଼ିଶାର କଂଗ୍ରେସ ବିଧାୟକ ଭୋଟ୍ ଦିଅନ୍ତି, ତେବେଓଡ଼ିଶାବାସୀ ହୁଏତ କ୍ଷମା ଦେଇ ନ ପାରନ୍ତି।
Connect With Us