Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ହିଂସାରେ ଥରୁଛି ଓଡ଼ିଶା:ବୈଜୟନ୍ତଙ୍କ ଅଭିଯୋଗ ‘ଅପରାଧିଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି CMଙ୍କ ବ୍ୟକ୍ତିଗତ ସଚିବ’

By admin • April 22, 2019 • ନ୍ୟୁଜ୍, ପଲିଟିକ୍ସ
Jay-Panda

ଅବାଧ ଓ ନିରପକ୍ଷ ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ ଓଡ଼ିଶାରେ 4ଟି ପର୍ଯ୍ୟାୟରେ ମତଦାନ କରୁଛନ୍ତି।ଆଶା କରାଯାଉଥିଲା ବ୍ୟାପକ ସୁରକ୍ଷା କର୍ମଚାରୀ ମୁତୟନ ହେବା ଫଳରେ ହିଂସାକାଣ୍ଡ ହେବ ନାହିଁ।ହେଲେ ଯେପରି ଗଣ୍ଡଗୋଳ ହେଉଛି,ଲାଗୁଛି ଓଡ଼ିଶା ବିହାର-ପଶ୍ଚିମବଙ୍ଗ ଠାରୁ ବଳି ଗଲାଣି।ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥି ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ ଟିମକୁ ଗୋଡ଼ାଇ ଗୋଡ଼ାଇ ପିଟିବା ଅଭିଯୋଗରେ ଗିରଫ ହୋଇଛନ୍ତି।ମହାରଥୀଙ୍କ ଫାର୍ମ ହାଉସରେ ରବିବାର ରାତିରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କା ବଣ୍ଟା ଯାଉଥିବାର ଖବର ପାଇ ଫ୍ଲାଇଂ ସ୍ୱାର୍ଡ ଅଧିକାରୀ ରବି ନାରାୟଣ ମହାପାତ୍ର ପୋଲିସ ଟିମକୁ ଧରି ଯାଇଥିଲେ।କିନ୍ତୁ ହୁକେଇପୁର ସ୍ଥିତ ମହାରଥୀଙ୍କ ଫାର୍ମ ହାଉସରେ ରବି ମହାପାତ୍ର,କ୍ୟାମେରାମ୍ୟାନ ଏବଂ ପୋଲିସ ଏଏସଆଇଙ୍କୁ ନିର୍ଧୁମ ମାଡ଼ ମରାଗଲା।ଗୁରୁତର ଆହାତ ହୋଇ ରବି ମହାପାତ୍ର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଅବଶ୍ୟ ପିପିଲି-ଡେଲାଙ୍ଗରେ ଏଭଳି ନିର୍ବାଚନୀ ହିଂସା ନୂଆ ନୁହେଁ।1995 ନିର୍ବାଚନ ସମୟରେ ରାଜନୈତିକ ହିଂସା ଏତେ ଉଗ୍ର ହୋଇଥିଲା ଯେ ପିପିଲି ଭୋଟର ପ୍ରଦୀପ ମହାରଥୀଙ୍କୁ ପ୍ରତ୍ୟାଖାନ କରିଥିଲେ।ଏବେ ଶାସକ ଦଳ ଚାର୍ଗେଟରେ ନିର୍ବାଚନ ଅଧିକାରୀ ଆସିବାକୁ ପିପିଲି-ଡେଲାଙ୍ଗର ସଚେତନ ଭୋଟର ଗ୍ରହଣ କରି ନପାରନ୍ତି!

Pradeep Maharathi

ରାମଚନ୍ଦ୍ରଙ୍କ ହତ୍ୟାରୁ ଆରମ୍ଭ
ସେପଟେ ଚଳିତ ନିର୍ବାଚନରେ ପ୍ରଥମ ରାଜନୈତିକ ହତ୍ୟାକାଣ୍ଡ ଘଟିଥିବା ଘସିପୁରାରେ ଏବେ ପୁଣି ଥରୁଛି।ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ଗତ ମାର୍ଚ୍ଚ25ରେ ହତ୍ୟା କରାଯାଇଥିଲା।ସେହି ଘସିପୁରାରେ ଗତକାଲି(ରବିବାର) ସଂଧ୍ୟାରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ହୋଇଛି।କେନ୍ଦୁଝର ଜିଲ୍ଲା ଘସିପୁରା ଆସନରେ ପ୍ରାର୍ଥୀ ନିରଞ୍ଜନ ପ୍ରଚାର ସାରି ଫେରୁଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।ଏଥିପାଇଁ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ଦାୟୀ କରାଯାଉଛି।ଅନ୍ୟପକ୍ଷରେ ପ୍ରଚାର ସମୟ ଶେଷ ହେବା ପରେ ଅପରାଧିକ ପୃଷ୍ଠଭୂମି ଥିବା ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ସାଙ୍ଗରେ ନେଇ ନିରଞ୍ଜନ କାହିଁକି ବୁଲୁଥିଲେ?ରମେଶ ଜେନା ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ବଦ୍ରି ପାତ୍ରଙ୍କ ଗାଁ ନିକଟରେ ପ୍ରଚାର ସରିବା ପରେ ବୁଲିବାର ଅସଲ ଉଦ୍ଦେଶ୍ୟ କଣ?

ରାଜଧାନୀରେ ବୋମା ପୁଟୁଛି
ଅନ୍ୟପଟେ ରାଜଧାନୀରେ ମଧ୍ୟ ବୋମା ଫୁଟୁଛି।ଦୁର୍ବତ୍ତଙ୍କ ଆକ୍ରମଣରେ ଭୁବନେଶ୍ୱର ପୂର୍ବତନ ମେୟର ତଥା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗୁରୁତ୍ତର ହୋଇଛନ୍ତି।ଗତକାଲି ରାତି ପ୍ରାୟ 10ଟାରେ ଅନନ୍ତ ଜେନାଙ୍କ ଗାଡ଼ି ଉପରକୁ ବୋମା ମାଡ଼ କରାଯାଇଥିବାର ଅଭିଯୋଗ ହୋଇଛି।ପରେ ଗୁରୁତ୍ତର ଆହତ ଅବସ୍ଥାରେ ଅନନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲେ ଭର୍ତ୍ତି କରାଗଲା।ସେହିପରି ସଂଧ୍ୟା ସମୟରେ ଅନନ୍ତଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର ଉପରକୁ ବୋମା ମାଡ଼ ହୋଇଥିବାର ଅଭିଯୋଗ ଆସିଲା।ଯାହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ବିରୋଧରେ ଅଭିଯୋଗ କରିଥିଲା।ଅନ୍ୟପକ୍ଷରେ ବିଜେପିର ଅଭିଯୋଗ ଆସିବା ପରେ ଅନନ୍ତ ଜେନା କାହିଁକି ବିଜେପି ପ୍ରାର୍ଥୀଙ୍କ ଘର ନିକଟକୁ ଯାଇଥିଲେ? ଗଣ୍ଡଗୋଳର ଆଶଙ୍କା ସତ୍ତ୍ୱେ,ପ୍ରଚାର ସମୟ ସରିବା ପରେ କେଉଁ ଉଦ୍ଦେଶ୍ୟ ରଖି ଅନନ୍ତ ଝାରପଡ଼ା ଅଞ୍ଚଳରେ ବୁଲୁଥିଲେ ତାହା ସ୍ପଷ୍ଟ ହେଉନାହିଁ।

ଅନ୍ୟପଟେ ଖୋର୍ଦ୍ଧାରେ ବିଜେପି କର୍ମୀ ମଙ୍ଗୁଳି ଜେନାଙ୍କ ହତ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏସବୁ ଭିତରେ ବୈଜୟନ୍ତ ପଣ୍ଡା ଅଭିଯୋଗ କରୁଛନ୍ତି ଯେ“ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ ପାଣ୍ଡିଆନ ହିଁ ସମସ୍ତ ଅପରାଧିଙ୍କୁ ଶରଣ ଦେଉଛନ୍ତି”।ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ କହିଛନ୍ତି ଯେ“ଗତ 5ବର୍ଷ ହେବ ବିଜେଡି ଓ ରାଜ୍ୟ ସରକାରଙ୍କୁ ହାଇଜାକ୍ କରି ନେଇଛନ୍ତି ଆଇଏଏସ୍ ଅଫିସର ପାଣ୍ଡିଆନ୍।ସମସ୍ତ ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି ପାଣ୍ଡିଆନ।ଖଣି-ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ମଧ୍ୟ ଦେଉଛନ୍ତି ପାଣ୍ଡିଆନ” ବୋଲି ବୈଜୟନ୍ତ କହିଛନ୍ତି।
ତେବେ ଶାନ୍ତପ୍ରିୟ ରାଜ୍ୟ ଓଡ଼ିଶାବାସୀ ଭୋଟ ପାଇଁ ଗଣ୍ଡଗୋଳ ଭିଆଉଥିବା ବ୍ୟକ୍ତିଙ୍କୁ ବୁଲେଟ୍ ନୁହେଁ ବାଲାଟରେ ଉପଯୁକ୍ତ ଜବାବ ଦେବେ।
ପଢ଼ନ୍ତୁ-CBI ନିର୍ଦ୍ଦେଶକରୁ ବଞ୍ଚିତ କଲେ ଓଡ଼ିଶା ସରକାର:ଲୋକସଭାର ଏଣ୍ଟ୍ରି ପାସ୍ ଦେବେ କି କଟକ ଭୋଟର?

2019 ElectionsBadri PataBaijayanta PandaNiranjan PattnaikPolitical ViolencePradip MaharathyV.K.Pandian
Tweet
0
ଅସୁସ୍ଥତା ଯୋଗୁ ସୁଜ୍ଞାନୀ-ଚ୍ୟାଉପଟ୍ଟନାୟକଙ୍କ ଟିକେଟ କଟିଲା:ବେଦୁଙ୍କୁ କାହିଁକି ପ୍ରାର୍ଥୀ କରିଥିଲା BJD?
ସମବେଦନା ପାଇଁ ରୀତା-ମନ୍ଦାକିନୀଙ୍କୁ ପ୍ରାର୍ଥୀ କରିଥିଲା BJD!ଏବେ ବେଦୁ ପୁଅଙ୍କ ପାଳି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.