Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ରୋହିତଙ୍କ ହାତରୁ ବ୍ୟାଟ୍ ଉଡ଼ିଗଲା,ଭାରତ ହାତରୁ ମ୍ୟାଚ୍ ଓ ସିରିଜ

By admin • March 14, 2019 • ସ୍ପୋର୍ଟସ୍
Rohit

ଟି-ଟ୍ୱେଣ୍ଟିରେ ହାରିଥିଲା ଟିମ୍ ଇଣ୍ଡିଆ। ଆଶା ଥିଲା ବିଶ୍ୱକପ୍ ପୂର୍ବରୁ ଦେଶବାସୀଙ୍କୁ ହୋମ ଗ୍ରାଉଣ୍ଡରେ ସିରିଜ ବିଜୟ ଭେଟି ଦେବ ଭାରତ। କିନ୍ତୁ ଦିଲ୍ଲୀ ଫିରୋଜ ଶାହ କୋଟଲାରେ ଶେଷ ମ୍ୟାଚ୍ ଜିତିବା ସହ ଦିନିକିଆ ସିରିଜ ଜିତି ନେଲା ଅଷ୍ଟ୍ରେଲିଆ। ୨-୧ରେ ସିରିଜରେ ଆଗୁଆ ଥିବା ସତ୍ତ୍ୱେ ୨-୩ରେ ହାରିଗଲା ଟିମ୍ ଇଣ୍ଡିଆ। ଶେଷ ୩ଟି ମ୍ୟାଚରେ ଭାରତ ପରାଜିତ ହେଲା।ଫଳରେ ୧୦ବର୍ଷ ପରେ ଭାରତରେ ଦିନିକିଆ ସିରିଜ ଜିତି ପାରିଛି ଅଷ୍ଟ୍ରେଲିଆ। ଶେଷ ଥର ୨୦୦୯ରେ କଙ୍ଗାରୁ ଦଳ ଭାରତରେ ସିରିଜ ଜିତିଥିଲା। 

Rohit-Sharma

     ରୋହିତ ଶର୍ମା

ଫାଇନାଲ ଭଳି ଖେଳି ନଥିଲା ଟିମ୍ ଇଣ୍ଡିଆ
୨୭୩ରନ୍ ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ। ମ୍ୟାଚ୍ ଦେଖିଲେ ଲାଗିଲା ଭାରି ହାଲୁକା ଭାବରେ ନେଇଥିଲେ ଭାରତୀୟ କ୍ରିକେଟର। ଭାରତ ଭଳି ଟିମ୍ ନିର୍ଣ୍ଣାଯକ ମ୍ୟାଚରେ ଯେଉଁ କମିଟମେଣ୍ଟ ନେଇ ଖେଳିବା କଥା,ସେମିତି ହେଲା ନାହିଁ। ଶିଖର ଧଓ୍ୱନ ୧୨ରନ୍ କରି ନିଜ ଓ୍ୱିକେଟ ଫିଙ୍ଗି ଦେଲେ। ରୋହିତଙ୍କ ଠାରୁ ଯେଭଳି ଇନିଂସ ଆଶା କରାଯାଉ ତା ବି ହେଲାନି। ୮୯ବଲ୍ ଖେଳି ମାତ୍ର ୫୬ ରନ୍ କରିଥିଲେ। ଆଦାମ ଜାମ୍ପାଙ୍କ ବଲରେ ଦୁଇ ଦୁଇ ଥର ଜୀବନଦାନ ପାଇଥିଲେ। ଶେଷରେ ଜାମ୍ପାଙ୍କ ବଲକୁ ବଡ଼ ସର୍ଟ ମାରିବାକୁ ଯାଇ ହାତରୁ ବ୍ୟାଟ୍ ଖସିଗଲା, ଅଜବ ଢ଼ଙ୍ଗରେ ସେ ଆଉଟ ହୋଇଥିଲେ।Kohli-Out

ପାଭିଲନ୍ ଫେରୁଛନ୍ତି ବିରାଟ କୋହଲି

ଦିଲ୍ଲୀ ବଏ ଫେଲ୍
ମ୍ୟାଚ୍ ଥିଲା ଦିଲ୍ଲୀର ଫିରୋଜ ଶାହ କୋଟଲାରେ। ଫେଲ୍ ମାରିଲେ ଦିଲ୍ଲୀ ବଏ। ହୋମ ଗ୍ରାଉଣ୍ଡରେ ଧଓ୍ୱନ
, କୋହଲି ଓ ଋଷିଭ ପନ୍ଥଙ୍କ ବ୍ୟାଟ୍ ଚାଲିଲା ନାହିଁ। ଧଓ୍ୱନ ୧୨,କୋହଲି ୨୦ ଓ ପନ୍ଥ ମାତ୍ର ୧୬ରନରେ ପାଭିଲନ୍ ଫେରିଥିଲେ। ଋଷିଭଙ୍କୁ ଚାରି ନମ୍ବରରେ ବ୍ୟାଟିଂ ସୁଯୋଗ ମିଳିଥିଲେ ମଧ୍ୟ ନିଜକୁ ପ୍ରମାଣ କରି ପାରିଲେ ନାହିଁ। ନାଥନ୍ ଲାୟମଙ୍କ ବଲରେ ଆଲେକ୍ସ କେରିଙ୍କ ହାତରେ ନିଜ ଓ୍ୱିକେଟ ଧରେଇ ଦେଇଥିଲେ ପନ୍ଥ।
ଆଶା ଭାଙ୍ଗିଦେଲେ ବିଜୟ, ଜାଡେଜା
ବଡ଼ ହସ୍ତୀ ନିରାଶ କରିବା ପରେ ଆଶା ଥିଲା ବିଜୟ ଶଙ୍କର ଟିମ୍ ଇଣ୍ଡିଆକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇବେ। କିଛି ନହେଲେ ଭଲ ପାର୍ଟନରସିପ୍ କରିବେ। ସେ ବି ଧଓ୍ୱନ,କୋହଲିଙ୍କ ରାସ୍ତାରେ ଯାଇଥିଲେ। ରବୀନ୍ଦ୍ର ଜାଡେଜା ବି ଖାତା ଖୋଲି ପାରିଲେନି। ଭାରତ ପକ୍ଷରୁ କେହି ଉସମାନ୍ ଖ୍ୱାଜା କି ପିଟର ହ୍ୟାଣ୍ଡସକମ୍ବଙ୍କ ଭଳି ଇନିଂସ ଦେଖିବାକୁ ମିଳିଲା ନାହିଁ।ଖ୍ୱାଜା ଫାଇନାଲ୍ ମୁକାବିଲାରେ ଶହେ ରନ୍ ଓ ସିରିଜରେ ୩୮୩ରନ୍ ହାସଲ କରିଥିଲେ। ଶେଷ ମ୍ୟାଚରେ ହ୍ୟାଣ୍ଡସକମ୍ବଙ୍କ ବ୍ୟାଟରୁ ବାହାରିଥିଲା ୫୦ରନ୍।

Kedar-Yadav

  କେଦାର ଯାଦବ

ଲଢ଼ିଥିଲେ କେଦାର-ଭୁବନେଶ୍ୱର
୧୩୨ରନରେ ୬ ଓ୍ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ। କ୍ରିଜରେ ଥିଲେ କେଦାର ଯାଦବ ଓ ଭୁବନେଶ୍ୱର କୁମାର। ଦୁହେଁ ବେଶ କିଛି ସମୟ ଲଢ଼େଇ କଲେ। ଜିତିବା ପାଇଁ ଶେଷ ୯ ଓଭରରେ ଭାରତକୁ ଦରକାର ଥିଲା ୯୧ ରନ୍। କେଦାର-ଭୁବନେଶ୍ୱର ଯୋଡ଼ି ପ୍ରଥମେ ୫୦ରନ୍ ପାର୍ଟନରସିପ୍ କରିଥିଲେ। ୪୩ଓଭରରେ ଦଳୀୟ ସ୍କୋରକୁ ୨ଶହ ପାର କରିଥିଲେ ଏହି ଯୋଡି। ଦୁହେଁ ୯୧ରନ୍ ପାର୍ଟନରସିପ୍ ଇନିଂସ ଖେଳିଥିଲେ। ଭୁବନେଶ୍ୱର କୁମାର ୪୬ ଓ କେଦାର ଯାଦହ ୪୪ ରନ୍ କରି ଆଉଟ୍ ହେବା ପରେ ବିଲକୁଲ୍ ମଉଳି ଯାଇଥିଲା ଭାରତର ବିଜୟ ଆଶା।୨୩୭ରନ୍ ଭିତରେ ମହମ୍ମଦ ସାମି ଓ କୁଳଦୀପଙ୍କ ଓ୍ୱିକେଟ ନେଇ ବିଜୟ ମୁଣ୍ଡି ମାରିଥିଲା କଙ୍ଗାରୁ ବାହିନୀ। Australia-Won

Australia Cricket TeamIndian Cricket Team
Tweet
0
ରିଚାର୍ଡସଙ୍କ ସେହି ବିସ୍ଫୋରକ ଇନିଂସ ଯୋଗୁ ସଚିନ-ସେହଓ୍ୱାଗ ଫ୍ୟାନ୍ ହୋଇଗଲେ
BJPରେ ଦାମ:ଜଗତସିଂହପୁର ଲୁଣି ପାଣିରେ ଫୁଟିବ କି ପଦ୍ମ?

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.