Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଶ୍ୱକପରେ ଶ୍ରୀଲଙ୍କାକୁ ଓ୍ୱେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ବୟକଟ୍ କରିଥିଲେ:ପାକିସ୍ତାନକୁ ଭାରତ…?

By admin • February 19, 2019 • ସ୍ପୋର୍ଟସ୍
India-Pakistan

ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶରେ ଆକ୍ରୋଶ ବଢ଼ିବାରେ ଲାଗିଛି। ପାକିସ୍ତାନକୁ ସବୁ ସ୍ତରରେ ବୟକଟ୍ ପାଇଁ ଦାବି ହେଲାଣି। ଆଗାମୀ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ସହ ମ୍ୟାଚ୍ ବୟକଟ ପାଇଁ ଦାବି ଉଠାଲାଣି। କ୍ରିକେଟର ବହୁ ଦିଗଜ ବି ସ୍ୱର ଉଠାଇଲେଣି। ପାକିସ୍ତାନକୁ ବିଶ୍ୱକପରେ ବୟକଟ ଦାବି ସୋସିଆଲ୍ ମିଡିଆରେ ତୀବ୍ର ହେଉଛି।ଇତିହାସ ପୃଷ୍ଠା ଓଲଟାଇଲେ ଜଣାପଡୁଛି, ପୂର୍ବରୁ ଅନେକ ଦେଶ ଅଲିମ୍ପିକ୍ସ ଠାରୁ ଆମ୍ଭ କରି ବିଶ୍ୱକପ୍ ପର୍ଯ୍ୟନ୍ତ ଇଭେଣ୍ଟକୁ ବହିଷ୍କାର କରିଛନ୍ତି।Ind-v-pakପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜକୁ ଦୀର୍ଘ ବର୍ଷ ହେବ ନା’ କରିଛି ଭାରତ। କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦୁଇ ଦେଶର ଟକ୍କର ଦେଖିବାକୁ ମିଳୁଛି।୨୦୧୩ ପରଠୁ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳି ନାହିଁ ଟିମ୍ ଇଣ୍ଡିଆ। ଆଗାମୀ ମେ ୩୦ରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ୍। ଜୁନ୍ ୧୬ରେ ଭାରତ-ପାକିସ୍ତାନ ମ୍ୟାଚ୍ ରହିଛି। ଏବେ ଭାରତ ପାକିସ୍ତାନ ସହ ମ୍ୟାଚ୍ ଖେଳିବ କି ନାହିଁ ତାହା ବିରାଟ ପ୍ରଶ୍ନବାଚୀ। ଯଦିଓ ଏଯାଏଁ କୌଣସି ସଙ୍କେତ ଦେଇନାହିଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ। ଦେଶର ସବୁଠୁ ପୁରୁଣା କ୍ରିକେଟ ସଂଗଠନ,କ୍ରିକେଟ କ୍ଲବ ଅଫ୍ ଇଣ୍ଡିଆ ପାକିସ୍ତାନକୁ ବିଶ୍ୱକପରେ ବହିଷ୍କାର କରାଯାଉ ବୋଲି ବିସିସିଆଇ ନିକଟରେ ଦାବି ରଖିଛି। କ୍ରିକେଟର ହରଭଜନ ସିଂହ କହିଛନ୍ତି, ଭାରତ ପାକିସ୍ତାନ ସହ ମ୍ୟାଚ୍ ନଖେଳିଲେ ବି ଚାମ୍ପିଅନ୍ ହୋଇପାରିବ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ଟିମ୍ ଇଣ୍ଡିଆ ନଖେଳୁ। ସେହିପରି ବିସିସିଆଇର ପୂର୍ବତନ ସମ୍ପାଦକ ସଞ୍ଜୟ ପଟେଲ ବି ସମାନ ଦାବି ରଖିଛନ୍ତି। ତାଙ୍କ କହିବା କଥା, ଭାରତ ପାକିସ୍ତାନ ସହ ମ୍ୟାଚ ଖେଳିଲେ ଏକଥା ବୁଝାଯିବ ଯେ, ଦେଶଠାରୁ ବଡ଼ ଖେଳ।
ଭାରତ-ପାକ୍ ମୁକାବିଲାIndia-Batting୨୦୧୩ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ କେବଳ ଏସିଆ କପରେ ପାଞ୍ଚ ଥର ମୁହାଁମୁହିଁ ହୋଇଛନ୍ତି। ଦୁଇ ଥର ଚାମ୍ପିଅନ୍ସ ଟ୍ରଫି,ଦୁଇ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଥରେ ଦିନିକିଆ ବିଶ୍ୱକପରେ ପାକିସ୍ତାନକୁ ଭେଟିଛି ଟିମ୍ ଇଣ୍ଡିଆ। ଗତବର୍ଷ ସେପ୍ଟମ୍ୱର ମାସରେ ଶେଷ ଥର ୟୁଏଇରେ ଆୟୋଜିତ ଏସିଆ କପରେ ଦୁଇ ଥର ସାମନା ସାମନି ହୋଇଥିଲେ ଭାରତ-ପାକିସ୍ତାନ।
ଦକ୍ଷିଣ ଆଫ୍ରିକାକୁ ଓ୍ୱାକ ଓଭର ଦେଇଥିଲା ଭାରତ
ଭାରତ ଏଯାଏଁ ପାକିସ୍ତାନକୁ କୌଣସି ବଡ଼ ଇଭେଣ୍ଟରେ ବୟକଟ କରିନାହିଁ। କିନ୍ତୁ ନିଜ ନୀତି ଓ ନୈତିକତାରେ କେବେ ସାସିଲ କରେ ନାହିଁ ବୋଲି ପୂର୍ବରୁ ଏମିତି ବାର୍ତ୍ତା ଦେଇଛି ବିଶ୍ୱବାସୀଙ୍କୁ। ୧୯୭୪ରେ ଭାରତ ଡେଭିସ୍ କପ୍ ଟେନିସ୍ ଫାଇନାଲରେ ପ୍ରଥମ ଥର ପହଞ୍ଚିଥିଲା।ସେତେବେଳେ ବର୍ଣ୍ଣ ବିଦ୍ୱେଷ ନୀତିକୁ ବିରୋଧ କରି ଦକ୍ଷିଣ ଆଫ୍ରିକା ସହ ନଖେଳିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଟେନିସରେ ସବୁଠୁ ବଡ଼ ଟ୍ରଫି ଜିତିବାର ଗୌରବ ହାତଛଡ଼ା କରିଥିଲା। କାରଣ ନିଜ ନୀତିରେ ସାସିଲ କରିବାକୁ ଚାହିଁ ନଥିଲା। Srilanka-World-Cupଶ୍ରୀଲଙ୍କାରେ ଖେଳିବାକୁ ମନା କରିଥିଲେ ଅଷ୍ଟ୍ରେଲିଆ-ଓ୍ୱେଷ୍ଟଇଣ୍ଡିଜ
୧୯୯୬ କ୍ରିକେଟ ବିଶ୍ୱପକର ଆୟୋଜକ ଥିଲେ ଭାରତ-ଶ୍ରୀଲଙ୍କା-ପାକିସ୍ତାନ। ସେତେବେଳେ ଶ୍ରୀଲଙ୍କାରେ ଏଲଟିଟିଇ ଆତଙ୍କରାଜ ଚାଲିଥିଲା।ସୁରକ୍ଷା କାରଣରୁ ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ ଓ୍ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ। ଶ୍ରୀଲଙ୍କାର ବୟକଟ୍ ରୋକିବା ପାଇଁ ଭାରତ-ପାକିସ୍ତାନ ଜଏଣ୍ଟ ଟିମ୍ ଗଠନ କରିଥିଲେ।
୬୬ ଦେଶ ମସ୍କୋ ଅଲିମ୍ପିକ୍ସକୁ ବୟକଟ୍ କରିଥିଲେ
୧୯୮୦ରେ ତତ୍କାଳୀନ ସୋଭିଏତ୍ ସଂଘରେ(ରୁଷ) ହୋଇଥିବା ମସ୍କୋ ଅଲିମ୍ପିକ୍ସକୁ ଆମେରିକା ସମେତ ୬୬ଟି ଦେଶ ବହିଷ୍କାର କରିଥିଲେ। ସେତେବେଳେ ସୋଭିଏତ ସଂଘର ସେନା ଆଫଗାନିସ୍ତାନରେ ଥିଲେ। ଆମେରିକା ସମେତ ବିଭିନ୍ନ ଦେଶ ଅଭିଯୋଗ କରିଥିଲେ,ରୁଷ ସେନା ଆଫଗାନିସ୍ତାନ ସରକାରଙ୍କୁ ଅପଦସ୍ତ କରିବା ସହ ଦେଶଦ୍ରୋହୀଙ୍କୁ ସମର୍ଥନ କରୁଛନ୍ତି।ସେହିପରି ୧୯୮୪ରେ ସୋଭିଏତ ସଂଘ ସମେତ୧୮ଚି ଦେଶ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସକୁ ବୟକଟ କରିଥିଲେ।Mucow-Olympics

BCCIIndia VS PakistanWORLD CUP CRICKET
Tweet
0
କ୍ରିକେଟ ଅଲରାଉଣ୍ଡର କିର୍ତ୍ତୀ,ବିଜେପି ଛାଡି ବାପାଙ୍କ ଦଳ କଂଗ୍ରେସରେ ମିଶିଲେ
କ୍ରିକେଟରଙ୍କ ସରହଦ୍ ପାର ପ୍ରେମ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.