Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସାବଧାନ ! ରୋହିତ ବ୍ରିଗେଡ-ଏସିଆ କପରେ ୫ ପାକିସ୍ତାନୀ କ୍ରିକେଟର ଘାତକ ହୋଇପାରନ୍ତି

By admin • September 15, 2018 • ସ୍ପୋର୍ଟସ୍
INDIA-&-PAK-CAPTAIN

ଭୁବନେଶ୍ୱର: ଦୁବାଇରେ ଆରମ୍ଭ ହୋଇଯାଇଛି ଏସିଆ କପ୍ କ୍ରିକେଟ । ଆସନ୍ତା ୧୮ ତାରିଖରେ ଅଭିଯାନ ଆରମ୍ଭ କରିବ ଭାରତ । ଡିଫେଣ୍ଡଂ ଚାମ୍ପିଅନ ଟିମ୍ ଇଣ୍ଡିଆ ଚଳିତ ସିଜିନର ଟାଇଟଲ୍‌ ଦାବିଦାର ଅଛି । କିନ୍ତୁ ଭାରତୀୟଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହୋଇପାରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ । ପ୍ରାୟ ବର୍ଷେ ପରେ ଭାରତ-ପାକିସ୍ତାନ ଲଢେଇ ହେବ । ଉଭୟ ଟିମ୍ ଗୋଟିଏ ଗ୍ରୁପରେ ଅଛନ୍ତି । ୧୯ ତାରିଖରେ ଭାରତ-ପାକ୍ ମୁକାବିଲା ଜୋରଦାର ହେବ କ୍ରିକେଟପ୍ରେମୀଙ୍କ ଆଶା ରଖିଛନ୍ତି । ତେବେ ପାକିସ୍ତାନକୁ ହାଲକା ଭାବରେ ନେବା ଠିକ୍ ନୁହେଁ । କାରଣ ଗତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ କଥା କେହି ଭୁଲି ନଥିବେ। ନକ୍ ଆଉଟ୍ ପର୍ଯ୍ୟାୟରେ ହାରିଥିବା ପାକ୍ ବାହିନୀ ଫାଇନାଲ୍ ଫାଇଟରେ ଭାରତୀୟ ଖେଳାଳିଙ୍କୁ ପାଣି ପିଆଇଥିଲେ। ଚାମ୍ପିଅନ୍ ହୋଇ ପ୍ରମାଣିତ କରିଦେଲା ପାକିସ୍ତାନର ୟଙ୍ଗ ବ୍ରିଗେଡ୍, ଟିମ୍ ଇଣ୍ଡିଆ ପାଇଁ କେତେ ଖତରନାକ୍ ? ୧୯୯୨ ବିଶ୍ୱକପ ପରେ ଭାରତ ବିପକ୍ଷରେ ୨୦୧୭ ଚାମ୍ପିଅନ୍ସ ଟ୍ରଫି ବିଜୟ ଥିଲା ପାକିସ୍ତାନର ଓ୍ୱାନଡେରେ ବୃହତ ବିଜୟ । ଏବେ ବିନା କୋହଲିରେ ବିରାଟ ଅଭିଯାନରେ ମେନ୍ ଇନ୍ ବ୍ଲୁ । ରୋହିତ ଶର୍ମାଙ୍କ କାନ୍ଧରେ ଟିମ୍ ଇଣ୍ଡିଆର ଏସିଆ କପ ସେନାପତି ଭାର । ସେପଟେ ପାକ୍‌ର ୟଙ୍ଗ୍ ବ୍ରିଗେଡଙ୍କ ବ୍ୟାଟ୍ ଯଦି ଗର୍ଜିଲା ତେବେ କଥା ସରିଲା ।

ନଜର ପକାଇବା ଟିମ୍ ପାକିସ୍ତାନର  ୫ଜଣ ଖତରନାକ୍ ମ୍ୟାଚ୍ ଓ୍ୱିନର କ୍ରିକେଟରଙ୍କ ଉପରେ
ଫଖର୍ ଜମାନ୍fakhar-zaman                                                                       Photo: Courtesy DNA India
ଦୁର୍ଦ୍ଦାନ୍ତ ଓପନର୍। ଗତ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ ପାଇଁ ଫଖର୍ ଜମାନ୍ ଭିଲେନ୍ ସାଜିଥିଲେ। ଏକାକୀ ଲଢୁଆ ଶତକୀୟ ଇନିଂସ ଖେଳିଥିଲେ। ଇଂଲଣ୍ଡର ଓଭାଲ ଗ୍ରାଭଣ୍ଡରେ ଗୋଟିଏ ପଟେ ଠିଆ ହୋଇ ଭାରତୀୟ ବୋଲରଙ୍କୁ ନିର୍ଘାତ ପ୍ରହାର କରି ଚାଲିଥିଲେ ଫଖର୍ ଜମାନ୍। ତାଙ୍କର ୧୧୪ ରନ୍ ବଳରେ ପାକିସ୍ତାନ ଭାରତ ଆଗରେ ୩୩୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତା ପରଠୁ ଇନ୍ ଫର୍ମରେ ଫଖର୍ ଜମାନଙ୍କ ନିଜ ନାଁକୁ ରେକର୍ଡ ବୁକ୍‌ରେ ବି ଲେଖାଇଛନ୍ତି । ଚଳିତବର୍ଷ ଆରମ୍ଭରେ ଦିନିକିଆରେ ଦ୍ରୁତତମ ହଜାରେ ରନ୍ ପୂରଣ କରିଥିବା କ୍ରିକେଟର ହୋଇଥିଲେ। ଭିଭ୍‌ ରିଚାର୍ଡସଙ୍କ ୩୮ବର୍ଷର ରେକର୍ଡକୁ ବି କାଟି ଦେଇଥିଲେ ଫଖର୍ ଜମାନ୍ । ରିଚାର୍ଡସ ୨୧ଟି ଦିନିକିଆରୁ ହଜାରେ ରନ୍ ହାସଲ କରିଥିବା ବେଳେ ଫଖର୍ ୧୮ଟି ଇନିଂସରୁ ସଫଳତା ସାଉଁଣ୍ଟିଥିଲେ। ସେହିପରି ଜିମ୍ବାୱେ ବିପକ୍ଷ ସିରିଜର ଗୋଟିଏ ମ୍ୟାଚରେ ଦ୍ୱିଶତକ ମାରିଥିଲେ। ୨୧୦ ରନ୍ କରି ଅପରାଜିତ ରହିଥିଲେ ଫଖର୍ ଜମନ୍। ଦିନିକିଆ ମ୍ୟାଚରେ ଦ୍ୱିଶତକ ହାସଲ କରିଥିବା ପାକିସ୍ତାନର ସେ ହେଉଛନ୍ତି ପ୍ରଥମ କ୍ରିକେଟର । ସେହି ମ୍ୟାଚରେ ଫଖର୍ ଜମାନ୍ ଓ ଇମାମ୍-ଭଲ୍-ହକ୍ ଦୁହେଁ ୩୦୯ ରନ୍ କରିଥିଲେ । ଯାହାକି ଦିନିକିଆରେ ସର୍ବାଧିକ ।

ବାବର ଆଜମ୍Babar Azam

ମିଷ୍ଟର ଡିପେଣ୍ଡେବୁଲ୍ । ୩ ନମ୍ବର ଖେଳାଳି । ମାତ୍ର ୧୫ ବର୍ଷ ବୟସରେ ପ୍ରଥମେ ୨୦୧୦ ଓ ପରେ ୨୦୧୨ରେ ଅଣ୍ଡର ୧୯ ଟିମର କ୍ୟାପଟେନ୍ ଦାୟିତ୍ଵ ସମ୍ଭାଳିଥିଲେ ବାବର୍ ଆଜମ୍ । ୨୦୧୫ରେ ସିନିୟର୍ ଟିମ୍ ସ୍କ୍ୱାଡରେ ସାମିଲ ହୋଇ ଡେବୁ ମ୍ୟାଚରେ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ମାରିଥିଲେ । ୨୦୧୬ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ୩ଟି ଶତକ ମାରି ଲାଇମ୍ ଲାଇଟକୁ ଆସିଥିଲେ ବାବର ଆଜମ୍। ଦକ୍ଷିଣ ଆଫ୍ରିକାର କ୍ୱାଣ୍ଟନ୍ ଡି କକଙ୍କ ପରେ ଦିନିକିଆରେ ଦ୍ରୁତ ୫ଟି ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି ବାବର ଆଜମ୍ । ମାତ୍ର ୨୫ଟି ଇନିଂସ ଖେଳି ଏହି ସଫଳତାର ଅଧିକାରୀ ହୋଇ ପାରିଛନ୍ତି ।

ଇମାମ୍-ଉଲ୍-ହକ୍Imam ul Haq                                                                             Photo: Courtesy New Indian Express
ପାକିସ୍ତାନର ପୂର୍ବତନ ଅଧିନାୟକ ଇନଞ୍ଜାମାମା-ଉଲ-ହକଙ୍କ ସମ୍ପର୍କୀୟ ଇମାମ୍-ଭଲ୍-ହକ୍ । ୨୦୧୭ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରି ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଶତକ ମାରି ସମସ୍ତଙ୍କୁ ଚମକାଇ ଦେଲେ। ଏହାପରେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ୫ଟି ମ୍ୟାଚରୁ ୩ଟି ଶତକ ମାରିଥିଲେ ଇମାମ୍-ଭଲ୍-ହକ୍। ଓ୍ୱାନଡେରେ ୧୦ଟି ମ୍ୟାଚ୍ ଖେଳି ୪ଟି ଶତକ ହାସଲ କରିଛନ୍ତି ଇମାମ୍ । ଯାହାକି ଦିନିକିଆରେ ଏକ ରେକର୍ଡ । ପୂର୍ବରୁ ୧୯ ବର୍ଷରୁ କମ୍ ପାକିସ୍ତାନ ଦଳର ସଦସ୍ୟ ଥିଲେ ଇମାମ୍-ଭଲ୍-ହକ୍ । ୫ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ଓ ଭାରତ ବିପକ୍ଷରେ ଗୋଟିଏ ମ୍ୟାଚରେ ୮୮ ରନ୍ ମାରିଥିଲେ । ଜଣେ ଟେକନିକ୍ ବ୍ୟାଟସମ୍ୟାନ୍ ଓ ଦକ୍ଷ ଫିଲଡର୍ ମଧ୍ୟ ଇମାମ୍-ଭଲ୍-ହକ୍ ।

ହାସନ୍ ଅଲ୍ଲିHasan-Ali୨୦୧୭ ଚାମ୍ପିଅନ୍ସ ଟ୍ରଫିର ହିରୋ। ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ । ପାକିସ୍ତାନର ମ୍ୟାଚ୍ ଓ୍ୱିନର୍ ପ୍ଲେୟାର । ଫ୍ରଣ୍ଟ ଲାଇନ୍ ଫାଷ୍ଟ ବୋଲର୍ ହୋଇନଥିଲେ ବି ଜବରଦସ୍ତ ଆଟାକରେ ଘାଇଲା କରିଥିଲେ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ । ୫ଟି ମ୍ୟାଚରୁ ୧୩ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ବାହାର ରାସ୍ତା ଦେଖାଇଥିଲେ ହାସନ୍ ଅଲ୍ଲି ‌। ସେହିପରି ଶ୍ରୀଲଙ୍କା ଓ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୩ଟି ଲେଖାଏଁ ଓ୍ୱିକେଟ୍ ନେଇ ନିଜ ଟିମର ମ୍ୟାଚ୍ ଓ୍ୱିନର୍ ସାଜିଥିଲେ । ଫାଇନାଲରେ ବି ଟିମ୍ ଇଣ୍ଡିଆର ବିଜୟ ରଥରେ ବ୍ରେକ୍ ଲଗାଇଥିଲେ ହାସନ୍ ଅଲ୍ଲି ।
ହାରିସ୍ ସୋହେଲା

Haris SohailPhoto: Courtesy The Indian Express

ଅଲରାଉଣ୍ଡର ହାରିସ । ପାକିସ୍ତାନର ଖତରନାକ୍ ପ୍ଲେୟାର । ୨୦୧୫ ବିଶ୍ୱକପ ଟିମ୍ ୬ଟି ମ୍ୟାଚରୁ ହାସଲ କରିଥିଲେ ୧୭୭ ରନ୍ । ବିଶ୍ୱକପ ପରେ ୫ଟି ଇନିଂସରେ ହାରି ସୋହେଲା ୫ଟି ଅର୍ଦ୍ଧଶତକ ମାରିଥିଲେ ।  କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ୨ବର୍ଷ ପାଇଁ ଦଳରୁ ବାଦ ପଡ଼ିଥିଲେ। ଏବେ ଏସିଆ କପ୍ ଟିମକୁ ଫେରିଛନ୍ତି। ଏପର୍ଯ୍ୟନ୍ତ ସେ ୨୪ଟି ଦିନିକିଆ ଖେଳି ୮୩୭ ରନ୍ କରିଛନ୍ତି । ଏହା ଭିତରେ ୯ଟି ଅର୍ଦ୍ଧଶତକ । ବୋଲିଂରେ ୧୦ଟି ଓ୍ୱିକେଟ୍ ନେଇଛନ୍ତି ।

ଏସିଆ କପରେ ପାକିସ୍ତାନର ଏହି ଖେଳାଳିମାନେ ଟିମ୍ ଇଣ୍ଡିଆ ପାଇଁ ଘାତକ ହୋଇପାରନ୍ତି । ଚଳିତ ଏସିଆ କପରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମା ଦଳକୁ ଲିଡ୍ କରୁଛନ୍ତି । ଚ୍ୟାଲେଞ୍ଜ ଅନେକ ।

Tweet
0
ବିଜେଡି ନେତା ଜିତୁ ଜାକାସିକାଙ୍କୁ ମାୟାବତୀ କରିବେ ପ୍ରାର୍ଥୀ ! ଫାଇନାସ୍ କରିବେ କି ବୈଜୟନ୍ତ ?
ବିଜେଡିକୁ ହରାଇବା ଲାଗି କଂଗ୍ରେସ-ବିଜେପିର କଣ ସମର୍ଥନ ରହିବ ଦାମଙ୍କ ସହ ?

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.