Amit Shah

ନରେନ୍ଦ୍ର ମୋଦିଙ୍କ ପରି ଅମିତ ଶାହ ମଧ୍ୟ ବିଜେଡିକୁ ଟାର୍ଗେଟ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଛତିଶଗଡ଼-ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ଆଗରୁ ଓଡ଼ିଶାକୁ ନେଇ ବିଜେପିର ଯେଭଳି ଆଭିମୁଖ୍ୟ ଥିଲା,ଏବେ ସେଥିରେ ପରିବର୍ତ୍ତନ ଆସିଛି। ଏକଦା ଓଡ଼ିଶା ସରକାରକୁ ପୋଡ଼ା ଟ୍ରାନ୍ସଫରମର କହୁଥିବା ବିଜେପି ଅଧ୍ୟକ୍ଷ ଶାହ, ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଜ୍ଞାନକୁ ଟାର୍ଗେଟ କରିଛନ୍ତି। ଆଜି(ମଙ୍ଗଳବାର) କଟକ ଜିଲ୍ଲା ସାଲେପୁରରେ ଦଳୀୟ କର୍ମୀଙ୍କ ସମାବେଶରେ ଶାହଙ୍କ ଭାଷଣରେ ଫୋକସରେ ଥିଲେ ଉତ୍କଳ ଗୌରବ ମଧୁବାବୁ।ଓଡ଼ିଆ ଭାଷା ମଧୁବାବୁଙ୍କ ପାଇଁ ଗର୍ବିତ। କଟକ-ଜଗତସିଂହପୁର-କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବୁଥସ୍ତରୀୟ କର୍ମୀ ସମାବେଶରେ ଓଡ଼ିଶାର ବିକାଶ  ଲାଗି ବିଜେପି ସରକାର ଆବଶ୍ୟକ ବୋଲି ଶାହ କହିଥିଲେ।
ଶାହଙ୍କ ମନ୍ତ୍ରଣା
1-ସଂକଳ୍ପ କରନ୍ତୁ ଆଗାମୀ ନିର୍ବାଚନରେ ଓଡ଼ିଆ କହୁଥିବା ଜଣେ ବ୍ୟକ୍ତି,ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ
2-ମୋଦି 5ଲକ୍ଷ 13ହଜାର କୋଟି ଦେଇଛନ୍ତି, କିନ୍ତୁ ଓଡ଼ିଶାରେ ସେହି ଅର୍ଥ ଉପଯୋଗ ହେଉନାହିଁ
3-55ବର୍ଷର କଂଗ୍ରେସ ସରକାର ସମୟରେ ଗରିବଙ୍କ ଘରେ ଗ୍ୟାସ ପହଞ୍ଚି ନଥିଲା, କିନ୍ତୁ ମୋଦି ସରକାର ସମୟରେ ଘରେ ଗ୍ୟାସ ପହଞ୍ଚିଲା ଓ ଶୈାଚାଳୟ ହେଲା
4-ଓଡ଼ିଶା ସରକାର ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ସୁରକ୍ଷା ଦେଇ ପାରୁନାହାଁନ୍ତି
5-ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ନକରି ଗରିବଙ୍କୁ ଚିକିତ୍ସା ସେବାରୁ ବଞ୍ଚିତ କରୁଛନ୍ତି ନବୀନ
6-ପଞ୍ଚାୟତ ନିର୍ବାଚନର ଫଳାଫଳ କହୁଛି ଓଡ଼ିଆରେ ୨୦୧୯ରେ ଓଡ଼ିଶାରେ ବିଜେପି ସରକାର
7-ବିଜେଡି-କଂଗ୍ରେସ ମୁଦ୍ରାର ଦୁଇଟି ପାର୍ଶ୍ୱ, ବିଜେପିକୁ 5ବର୍ଷ ସମୟ ଦିଅ, ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ

ବାଜପେୟୀଙ୍କ ସହ ନବୀନ ପଟ୍ଟନାୟକ

ଅନ୍ୟପକ୍ଷରେ ମୋଦିଙ୍କ ଖୋର୍ଦ୍ଧା-ବାରିପଦା ଓ ବଲାଙ୍ଗିର ସଭାରୁ ନିରାଶ ହୋଇଥିବା ରାଜ୍ୟର ବିଜେପି ନେତା ଓ କର୍ମୀମାନେ ଶାହଙ୍କ ଠାରୁ ଅଧିକ ଶାଣିତ ଭାଷଣ ଆଶା କରୁଥିଲେ। ତେବେ ନବୀନଙ୍କ ଓଡ଼ିଆ ଭାଷା ଜାଣି ନଥିବାକୁ ଟାର୍ଗେଟ କରି ଶାହ ଦିବଙ୍ଗତ ବିଜେପି ନେତା ପ୍ରମୋଦ ମହାଜନଙ୍କୁ ଟାର୍ଗେଟ କଲା ପରି ଲାଗୁଛି। କାରଣ ବିଜୁ ଜନତା ଦଳ ପ୍ରତିଷ୍ଠା ଓ ବିଜେପି ସହ ମେଣ୍ଟର ସୂତ୍ରଧର ଥିଲେ ମହାଜନ। ନବୀନ ପଟ୍ଟନାୟକ ଓଡ଼ିଆରେ କହି ପାରନ୍ତିନାହିଁ ଜାଣି ମଧ୍ୟ ୨୦୦୦ମସିହାରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ ପ୍ରମୋଦ ମହାଜନ। ବାଜପେୟୀଙ୍କ ନେତୃତ୍ୱାଧିନ ଏନଡିଏ ସରକାରରେ ୧୯ମାର୍ଚ୍ଚ ୧୯୯୮ରୁ ୫ମାର୍ଚ୍ଚ ୨୦୦୦ ଯାଏଁ କେନ୍ଦ୍ରମନ୍ତ୍ରୀ ଥିଲେ ନବୀନ। ଓଡ଼ିଆ କହି ପାରୁନଥିବା ନବୀନଙ୍କ ନେତୃତ୍ୱାଧିନ ମେଣ୍ଟ ସରକାରରେ,ବିଜେପି ୯ବର୍ଷ ଅଂଶୀଦାର ଦଳ ଥିଲା। ତେବେ ନିର୍ବାଚନୀ ବର୍ଷରେ ଅଡୁଆରେ ଥିବା ମୋଦି-ଶାହ ନବୀନଙ୍କୁ ସିଧାସଳଖ ଟାର୍ଗେଟ କରିବାକୁ ପଛାଉଛନ୍ତି। କେବଳ ଦଳୀୟ କର୍ମୀଙ୍କ ମନ ରଖିବା ଲାଗି ନବୀନଙ୍କ ଓଡ଼ିଆ ଜ୍ଞାନକୁ ଶାହ ଢ଼ାଲ କଲା ଭଳି ଲାଗୁଛି। ଲୋକସଭାରେ ଅନସ୍ଥା ପ୍ରସ୍ତାବରେ ସହାୟକ ହୋଇଥିବା ବିଜେଡିକୁ ରଗାଇବାକୁ ବୋଧହୁଏ ମୋଦି-ଶାହ ଚାହୁଁ ନାହାଁନ୍ତି। ଉତ୍ତରପ୍ରଦେଶ ଓ ବିହାରକୁ ନେଇ ବ୍ୟସ୍ତ ରହୁଥିବା ଶାହ, ଆବଶ୍ୟକ ପଡ଼ିଲେ ୨୦୧୯ ନିର୍ବାଚନର ଫଳାଫଳ ପରେ ବିଜେଡି ଠାରୁ ସମର୍ଥନ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ପଢ଼ନ୍ତୁ
ରମାଣୁ ବୋମା ପରୀକ୍ଷା କରାଇଥିବା ଜିଆଣ୍ଟ କିଲର୍ ଜର୍ଜ ଫର୍ଣ୍ଣାଡିସଙ୍କ ଦେହାନ୍ତ