Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପରମାଣୁ ବୋମା ପରୀକ୍ଷା କରାଇଥିବା ଜିଆଣ୍ଟ କିଲର୍ ଜର୍ଜ ଫର୍ଣ୍ଣାଡିସଙ୍କ ଦେହାନ୍ତ

By admin • January 29, 2019 • ନ୍ୟୁଜ୍
Defence-Minister-George-Fer

ନିରବି ଯାଇଛନ୍ତି ଜିଆଣ୍ଟ କିଲର୍ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଜର୍ଜ ସାହେବଙ୍କ ଆଜି ଦେହାନ୍ତ ହୋଇଛି।  ୧୯୩୦ ମସିହା ଜୁନ୍ ୩ରେ ଜନ୍ମଗ୍ରହଣ କରିଥିବା ଜର୍ଜ ସାହେବ ଆଜି ୮୮ବର୍ଷ ବୟସରେ ଅସ୍ତମିତ ହୋଇଛନ୍ତି। ଭାରତୀୟ ରାଜନୀତିର ସ୍ପଷ୍ଟବାଦୀ ନେତା ଜର୍ଜ ସାହେବଙ୍କ ଅନେକ ଅନୁଗାମୀ ଆଜି ଭାରତୀୟ ରାଜନୀତିକୁ ପ୍ରଭାବିତ କରୁଛନ୍ତି। ଲାଲୁ ପ୍ରସାଦ ଯାଦବ,ଶରଦ ଯାଦବ,ନୀତିଶ କୁମାର ଓ ମୁଲାୟମ ସିଂ ଯାଦବ ସମସ୍ତେ ଜର୍ଜ ଫର୍ଣ୍ଣାଡିସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ଏପରିକି ନିଜର ଗୁରୁ ତଥା ଦେଶର ସମାଜବାଦୀ ଚିନ୍ତାଧାରାର ଜନନାୟକ ରାମ ମନୋହର ଲୋହିଆଙ୍କୁ ଜର୍ଜ ସାହେବ ଯଥେଷ୍ଟ ପ୍ରଭାବିତ କରିଥିଲେ। ସାମ୍ବାଦିକତା କରିବା ପାଇଁ ନିଜ ଜନ୍ମ ମାଟି କର୍ଣ୍ଣାଟକର ମାଙ୍ଗାଲୋର ଛାଡ଼ି ଧାଇଁ ଆସିଥିଲେ ବମ୍ବେ ମହାନଗରୀ। ପରେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ବମ୍ବେ ମ୍ୟୁନିସିପାଲ କର୍ପୋରେସନରେ ସଭ୍ୟ ଭାବରେ ୧୯୬୧ ମସିହାରେ ନିର୍ବାଚିତ ହୋଇଥିଲେ।
ଏସ.କେ.ପାଟିଲଙ୍କୁ ମାତ୍ ଦେଲେ
୧୯୬୭ ମସିହାରେ ଜର୍ଜ ଫର୍ଣ୍ଣାଡିସଙ୍କର ନୂଆ ପରିଚୟ ସୃଷ୍ଟି ହୋଇଥିଲା। ଫାୟାର ବ୍ରାଣ୍ଡ ସୋସିଆଲିଷ୍ଟ୍ ଲିଡର ଜର୍ଜ ସାହେବଙ୍କୁ ସମସ୍ତେ ଜିଆଣ୍ଟ କିଲର ଭାବରେ ସମ୍ବୋଧନ କରିବା ଆରମ୍ଭ କରିଥିଲେ। ଲୋକସଭା ନିର୍ବାଚନରେ କଂଗ୍ରେସର ଟାଣୁଆ ନେତା ଏସ୍. କେ. ପାଟିଲଙ୍କୁ ହରାଇ ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲେ। George-Fernandesରେଲଓ୍ୱେ ଟ୍ରାକ ଠପ୍ ହୋଇଥିଲା
ଏକକାଳୀନ କର୍ଣ୍ଣାଟକ ସମେତ ମହାରାଷ୍ଟ୍ର, ଗୁଜୁରାଟ ଓ ବିହାର ରାଜନୀତିରେ ଦବଦବା ରଖିଥିଲେ ଜର୍ଜ ଫର୍ଣ୍ଣାଡିସ୍। ମହାରାଷ୍ଟ୍ର ଓ ଗୁଜୁରାଟରେ କଂଗ୍ରେସ ପାଇଁ ସେ ସାଜିଥିଲେ ମୁଣ୍ଡ ବ୍ୟଥାର କାରଣ। ତାଙ୍କୁ କାଉଣ୍ଟର କରିବା ପାଇଁ ବାଲାସାହେବ ଠାକରେଙ୍କ ସାହାରା ନେଇଥିଲା କଂଗ୍ରେସ। ତେବେ ସବୁବେଳେ ଶୋଷିତ ଓ ଶ୍ରମିକ ଶ୍ରେଣୀ ପାଇଁ ଲଢ଼େଇ କରୁଥିବା ଜର୍ଜ ଫର୍ଣ୍ଣାଡିସ୍।୧୯୭୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସେ ବ୍ୟତିବ୍ୟସ୍ତ କରି ପକାଇଥିଲେ। ରେଳବାଇ କର୍ମଚାରୀମାନଙ୍କ ହକ୍ ପାଇଁ ଲଢ଼େଇ କରିଥିଲେ। ଅଲ୍ ଇଣ୍ଡିଆ ରେଲଓ୍ୱେ ଫେଡେରେସନର ତତ୍କାଳୀନ ସଭାପତି ଜର୍ଜ ଫର୍ଣ୍ଣାଡିସ୍ କେନ୍ଦ୍ର ସରକାରଙ୍କୁ ହରଡଘଣାରେ ପକାଇଥିଲେ। ରେଳବାଇର ସେହି ଆନ୍ଦୋଳନକୁ ଭାରତବର୍ଷର ସବୁଠୁ ବଡ଼ ଆନ୍ଦୋଳନ ଭାବରେ ଆଜି ବି ଗଣାଯାଏ। ପରେ ଜରୁରିକାଳୀନ ପରିସ୍ଥିତି ବେଳେ ବରୋଦ-ଡାଇନାମାଇଟ୍ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।
ଜେଲରେ ଥାଇ ଜିତିଥିଲେ ନିର୍ବାଚନGeorge-Fernandes-@PMଜିଆଣ୍ଟ କିଲର ଜର୍ଜ ଫର୍ଣ୍ଣାଡିସ୍ ନିଜର କଡ଼ା ଆଭିମୁଖ୍ୟ ଦେଖାଇବା ପାଇଁ ଉତ୍ତର ଭାରତ ବିହାରକୁ ଆସିଥିଲେ। ଜେଲରେ ରହି ମଧ୍ୟ ବିହାର ମୁଜାଫରପୁର ସିଟରୁ ସେ ବିଜୟୀ ହୋଇଥିଲେ। କେନ୍ଦ୍ରର ମୋରାରଜୀ ଭାଇ ଦେଶାଇଙ୍କ ସରକାରରେ ଶିଳ୍ପମନ୍ତ୍ରୀ ହୋଇଥିଲେ ଜର୍ଜ ଫର୍ଣ୍ଣାଡିସ୍। ଫରେନ୍ ଏକ୍ସଚେଞ୍ଜ ରେଗୁଲେସନ୍ ଆକ୍ଟର(ଫେରା) ଉଲ୍ଲଂଘନ ପାଇଁ ବିଦେଶୀ କମ୍ପାନୀଗୁଡ଼ିକୁ ଭାରତ ଛାଡ଼ିବା ପାଇଁ ବାଧ୍ୟ କରିଥିଲେ। ଫଳରେ ଆଇନ ଉଲ୍ଲଂଘନକାରୀ ଆଇବିଏମ୍, କୋକୋକୋଲା ଏବଂ କୋଡାକ୍ ପରି ବିଦେଶୀ କମ୍ପାନୀ ଭାରତ ଛାଡ଼ିଥିଲେ।
ସଫଳ ରେଲୱେ ମିନିଷ୍ଟର
ସଂଘର୍ଷର ଅନ୍ୟ ନାମ ଜର୍ଜ ସାହେବ ୯ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ବନ୍ଧୁମାନଙ୍କ ମନ ରଖିବାରେ ମଧ୍ୟ ବେଳେବେଳେ ଭୁଲ କରି ବସିଥିଲେ ଜର୍ଜ ସାହେବ। ଯାହାର ଝଲକ ମୋରାରଜୀ ଦେଶାଇଙ୍କ ସରକାର ଭାଙ୍ଗିବା ଏକ ନିଦର୍ଶନ। ବନ୍ଧୁ ମଧୁଲିମାଙ୍କ କଥାରେ ଜର୍ଜ ଫର୍ଣ୍ଣାଡିସ୍ ମୋରାରଜୀ ଦେଶାଇଙ୍କ ସରକାରରୁ ବାହାରି ଆସିଥିଲେ। ଫଳରେ ସେହି ସମୟରେ ସରକାର ଭାଙ୍ଗି ଯାଇଥିଲା। ତେବେ ମନ୍ତ୍ରୀ ପଦର ମୋହ ଜର୍ଜ ସାହେବଙ୍କୁ କେବେ ଛୁଇଁ ନଥିଲା। ୧୯୮୯
 ଡିସେମ୍ବରରେ କେନ୍ଦ୍ରରେ ସରକାର ଗଢ଼ିଥିଲା ଜନମୋର୍ଚ୍ଚା। ବିଶ୍ୱନାଥ ପ୍ରତାପ ସିଂଙ୍କ ସରକାରରେ ରେଳବାଇ ମନ୍ତ୍ରୀ ଭାବରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ଜର୍ଜ ଫର୍ଣ୍ଣାଡିସ୍। ଭାରତର ସବୁଠାରୁ ବିପଦପୂର୍ଣ୍ଣ ରେଲଓ୍ୱେ ଟ୍ରାକ୍ ଭାବରେ ବିବେଚିତ ହେଉଥିବା ମୁମ୍ବାଇ-କୋଙ୍କଣ ରେଲଓ୍ୱେର ପ୍ରତିଷ୍ଠାତା ଜର୍ଜ ଫର୍ଣ୍ଣାଡିସ୍ ହୋଇଥିଲେ।
ପରମାଣୁ ବୋମା ପରୀକ୍ଷା କରାଇଥିଲେGeorge-Sahebଜର୍ଜ ସାହେବଙ୍କ ପ୍ରତିଭାରେ ତାଙ୍କର ବିରୋଧୀମାନେ ମଧ୍ୟ ପ୍ରଭାବିତ ହେଉଥିଲେ। ସତୁରୀ ଦଶକରେ ଯେଉଁ ଆରଏସଏସ୍ ବାଲ ଠାକେରଙ୍କୁ ସମର୍ଥନ ଜଣାଇ ଜର୍ଜ ଫର୍ଣ୍ଣାଡିସଙ୍କୁ ବମ୍ବେ ଛାଡ଼ିବାକୁ ବାଧ୍ୟ କରାଇଥିଲା,ସେହି ସଂଗଠନ ୧୯୯୮ମସିହା ବେଳକୁ ଜର୍ଜ ସାହେବଙ୍କ ସହ ସନ୍ଧି କରିଥିଲା। ଫଳରେ ବିଜେପି ନେତୃତ୍ୱାଧୀନ ଏନଡିଏର ଆବାହକର ଦାୟିତ୍ୱ ନେଇଥିଲେ ଜର୍ଜ ଫର୍ଣ୍ଣାଡିସ୍। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ। ତାଙ୍କ ସମୟରେ ୧୯୯୮ ମସିହା, ମେ ୧୧ରେ ରାଜସ୍ଥାନର ପୋଖରାନରେ ପରମାଣୁ ବୋମା ପରୀକ୍ଷା କରିଥିଲା ଭାରତ। ଏହାର ଦୁଇ ଦିନ ପରେ ଆମେରିକାର ଚାପକୁ ଭ୍ରୁକ୍ଷେପ ନକରି ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ସାହେବ ୧୩ ମେ’ ରେ ଦ୍ୱିତୀୟ ଥର ପରମାଣୁ ବୋମା ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ପ୍ରବର୍ତ୍ତାଇ ଥିଲେ। ପାକିସ୍ତାନ ଅପେକ୍ଷା ଚୀନ୍ ଭାରତର ପ୍ରଧାନ ଶତ୍ରୁ ବୋଲି ଖୋଲାଖୋଲି ବକ୍ତବ୍ୟ ରଖିଥିଲେ ଜର୍ଜ ସାହେବ। ସେହିପରି ତାଙ୍କ କାର୍ଯ୍ୟକାଳରେ ପାକିସ୍ତାନ ସହ କାରଗିଲ ଯୁଦ୍ଧରେ ମଧ୍ୟ ବିଜୟୀ ହୋଇଥିଲା ଭାରତ। ଦେଶର ଏକମାତ୍ର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ସାହେବ ସୈନିକମାନଙ୍କ ସହ ଅଧିକ ସମୟ ବିତାଉଥିଲେ। ସିଆଚେନ୍ ଭଳି ବିପଦପୂର୍ଣ୍ଣ ସ୍ଥାନକୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ୧୮ଥର ଗସ୍ତ କରିଥିଲେ ଜର୍ଜ ଫର୍ଣ୍ଣାଡିସ୍।
ଓଡ଼ିଶା ସ୍କୃତିପଟରେ ଅମର ଜର୍ଜ ସାହେବGeorge Fernandesh 1ଓଡ଼ିଶା ତାଙ୍କୁ ସବୁବେଳେ ମନେ ରଖିବ। ଓଡ଼ିଶାର ଘୋର ବିପତ୍ତି ୧୯୯୯ ମହାବାତ୍ୟା ସମୟରେ ଜର୍ଜ ଫର୍ଣ୍ଣାଡିସଙ୍କ କାର୍ଯ୍ୟକୁ କେହି ଭୁଲି ପାରିବେ ନାହିଁ। ଜର୍ଜ ଫର୍ଣ୍ଣାଡିସ୍ ସେହି ସମୟରେ ନିଜ ବମ୍ବେ ମୁନିସିପାଲିଟି କର୍ପୋରେସନ କର୍ମଚାରୀ ସଂଘର ବନ୍ଧୁମାନଙ୍କୁ ଡ଼ାକି ଜଗତସିଂହପୁର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅନ୍ତିମ ସଂସ୍କାର କରାଇଥିଲେ।
ଭାରତର ଏକମାତ୍ର ନେତା ଜର୍ଜ ସାହେବ ମନ୍ତ୍ରୀପଦରେ ଥାଇ ମଧ୍ୟ ନିଜେ ପିନ୍ଧୁଥିବା ପୋଷାକ ନିଜେ ସଫା କରୁଥିଲେ। ଏପରିକି ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ହୋଇ ମଧ୍ୟ ତାଙ୍କ ବାସଭବନରେ ପ୍ରବେଶ ଉପରେ ସାଧାରଣ ଲୋକଙ୍କ ପାଇଁ ନଥିଲା କଟକଣା। ଦେଶ ହରାଇଛି ଆଉ ଜଣେ ମହାନ ଜନନାୟକଙ୍କୁ।

Fernendes passes awayGeorge Fernandes
Tweet
0
ଧୋନିଙ୍କ ସ୍କିଲ୍ ଶିଖିବା ପାଇଁ କୋହଲିକୁ ଆଉ ଗୋଟିଏ ଜନ୍ମ ନେବାକୁ ହେବ !
ନବୀନଙ୍କୁ CM କରାଇଥିଲେ ମହାଜନ,ଓଡ଼ିଆ ଜାଣି ନଥିବାରୁ ହଟାଇବାକୁ ଚାହୁଁଛନ୍ତି ଶାହ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.