ନ୍ୟୁଜ୍

କାହିଁକି ମୁହାଁମୁହିଁ ହୋଇଥିଲେ ମମତା ଓ ଜଗଦୀପ ଧନଖଣ୍ଡ

ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବେ ଦେଶର ଉପରାଷ୍ଟ୍ରପତି ହୋଇଛନ୍ତି। ସେ ବିପୁଳ ଭୋଟ୍‌ରେ ଉପରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ରାଜସ୍ଥାନର ଦ୍ଵିତୀୟ ନେତା ଭାବେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ଜଗଦୀପ ଧନଖଡ଼ଙ୍କ ଜନ୍ମ  ରାଜସ୍ଥାନର ଏକ ଚାଷୀ ପରିବାରରେ। ଉପରାଷ୍ଟ୍ରପତି ହେବା ପୁର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱରେ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅନେକ ଥର ବିବାଦ ଘେରରେ ପଶି  ସେ ଚର୍ଚ୍ଚାକୁ ଆସିଥିଲେ।

ରାଷ୍ଟ୍ରମନ୍ତ୍ରୀରୁ ଉପରାଷ୍ଟ୍ରପତି
୧୯୮୯ରେ ଧନଖଡ଼ ରାଜନୀତିରେ ପ୍ରବେଶ କରିଥିଲେ। ରାଜସ୍ଥାନର ଝୁନଝୁନୁ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ। ଚନ୍ଦ୍ର ଶେଖରଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାରରେ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିଲେ। ୧୯୯୩-୧୯୯୮ ପର୍ଯ୍ୟନ୍ତ ଧନଖଡ଼ ଅଜମେର ଜିଲ୍ଲାର କିସନଗଂଜ ନିର୍ବାଚନ ମଣ୍ଡଳୀରୁ  ପ୍ରତିନିଧିତ୍ବ କରିଛନ୍ତି। ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ୱ ତୁଲାଇବା ସହିତ ଏବେ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

TMC ଜଗଦୀପ ମୁହାଁମୁହିଁ
ଜଗଦୀପ ଧନଖଣ୍ଡ ପଶ୍ଚିମବଙ୍ଗର ରାଜ୍ୟପାଳ ଥିବାବେଳେ ଟିଏମ୍‌ସି ସହ ଅନେକ ପ୍ରସଙ୍ଗରେ ତାଙ୍କର ବିବାଦ ହୋଇଛି। ଟିଏମ୍‌ସି ନେତୃବୃନ୍ଦ ଅନେକ ଥର ଧନଖଡ଼ଙ୍କୁ ବିଜେପିର ଏଜେଣ୍ଟ୍ କହି ସମାଲୋଚନା କରିବା ହେତୁ ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରୀ ରହିଛି। ଏପରିକି ଧନଖଡ ଶପଥ ଗ୍ରହଣ କରିବା ପରେପରେ ଆଇନ ଶୃଙ୍ଖଳାକୁ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମୁହାଁମୁହିଁ ହୋଇଥିଲେ। ଏଥିସହିତ ଅନେକ ଥର ମମତା ବାନାର୍ଜୀ ଜଗଦୀପ ଧନଖଡଙ୍କୁ RSS କର୍ମୀ କହି ସମାଲୋଚନା କରିବା ହେତୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଯାଦବପୁର ଘଟଣାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ଉଦ୍ଧାର ପାଇଁ  ଧନଖଡ ପ୍ରସ୍ତାବ ଦେଇଥିଲା ବେଳେ ମମତା ବାନାର୍ଜୀ ଏହାକୁ ବିରୋଦ୍ଧ କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ସେହିପରି ସୁନ୍ଦରବନ, ଯାଦବପୁର ଆଦି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟପାଳ ଓ ଟି.ଏମ୍.ସି ନେତା ମୁହାଁମୁହିଁ ହୋଇଛନ୍ତି। କଲିକତା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ମଧ୍ୟ ଜଗଦୀପ ଧନଖଣ୍ଡ ଓ ମମତା ବାନାର୍ଜୀ ପରସ୍ପର ମୁହାଁମୁହିଁ ହୋଇଥିଲେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା

You Might Also Like

No Comments

Leave a Reply