shree-jagannath-medical-clg.

ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ସୋମବାର ଯୋଡ଼ି ହୋଇଯାଇଛି ଶଙ୍ଖକ୍ଷେତ୍ର ପୁରୀ। ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼.ମନସୁଖ ମାଣ୍ଡଭିୟା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ପ୍ରତିଷ୍ଠା ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ MBBS ପାଠ୍ୟକ୍ରମରେ ଶିକ୍ଷାଦାନ ହେବ। ୪ ବର୍ଷ ପରେ ଏହି ମେଡିକାଲ କଲେଜରୁ ଡାକ୍ତର ସୃଷ୍ଟି ହେବ। ତେବେ ଆଜି ଠାରୁ ଉନ୍ନତ ଚିକିତ୍ସା ସୁବିଧା ଉପଲବଧ୍ ହେବ। ୧୮୯ କୋଟି ଅର୍ଥରେ ସ୍ଥାପନ ହୋଇଥିବା ଏ କଲେଜ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଇଛନ୍ତି।

ନବୀନ ପଟ୍ଟନାୟକ,ନରେନ୍ଦ୍ର ମୋଦି

ମେଡିକାଲ କଲେଜର ବଢୁଛି କଳେବର : ଥିଲା ହେଲା୧୨
ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଉଥିବା ଉଭୟ କେନ୍ଦ୍ର ଏବଂ ଓଡ଼ିଶା ସରକାର ଅଧିକ ମେଡିକାଲ କଲେଜ ସ୍ଥାପନକୁ ମିଶନ ଭାବେ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ପଦରେ ଦାୟିତ୍ୱ ନେବା ପରେ ନରେନ୍ଦ୍ର ମୋଦି, ବିଭିନ୍ନ ରାଜ୍ୟରେ ୧୪ଟି AIIMS ପ୍ରତିଷ୍ଠା ଲାଗି ପଦକ୍ଷେପ ନେଇଛନ୍ତି। ଏବେ ଦେଶରେ ଥିବା୨୪ଟି AIIMS ମଧ୍ୟରୁ ୨୦ଟି କାର୍ଯ୍ୟକ୍ଷମ ଏବଂ ୪ଟି AIIMS ନିର୍ମାଣ କାର୍ଯ୍ୟ ଚାଲିଛି।
ସେହିଭଳି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ଉପରେ ଯଥେଷ୍ଠ ଗୁରୁତ୍ୱ ଦିଆଯାଇଛି।ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ନେବା ବେଳେ ଓଡ଼ିଶାରେ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୩ ଥିଲା। କଟକକର SCB ମେଡିକାଲ କଲେଜ, ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭୁବନେଶ୍ୱରରେ AIIMSର ଭିତ୍ତିପ୍ରସ୍ତର ପଡିଥିଲା। ସେତେବେଳେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ ନ ଥିଲା। ମାତ୍ର ଏବେ ଚିତ୍ର ବଦଳିଛି। AIIMS ସହ ୩ ପ୍ରାଇଭେଟ୍ କଲେଜ୍ ଓ ୫ଟି ସରକାରୀ କଲେଜ ମଧ୍ୟ ସ୍ଥାପନ ହୋଇ ସାରିଛି।
SUM, KIMS ଓ HITECH ପ୍ରାଇଭେଟ୍ କଲେଜରେ ପିଲାମାନେ ପଢ଼ିବାର ସୁଯୋଗ ପାଉଛନ୍ତି। ସେହିପରି ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ, କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବାଲେଶ୍ୱରରେ ଫକୀର ମୋହନ ମେଡିକାଲ କଲେଜ, ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ସ୍ଥାପିତ ହୋଇଛି।  
ଅନ୍ୟପଟେ MCL ଦ୍ୱାରା ନର୍ମିତ ତାଳଚେରରେ MIMSAR ମେଡିକାଲ କଲେଜ ଖୁବଶୀଘ୍ର ଆତ୍ମପ୍ରକାଶ କରିବାକୁ ଯାଉଛି। ସେହିଭଳି ସୁନ୍ଦରଗଡ଼ରେ ଓଡ଼ିଶା ସରକାରଙ୍କ ଜମିରେ NTPC ନିର୍ମାଣ କରିଥିବା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ଏହାସହ କେନ୍ଦୁଝର ମେଡିକାଲ କଲେଜରେ ଖୁବଶୀଘ୍ର ଶିକ୍ଷାଦାନ ହେବ।
ଏହାଦ୍ୱାରା ଡାକ୍ତରୀ ପାଠ ପଢ଼ିବାକୁ ଆଗ୍ରହୀ ଛାତ୍ରଛାତ୍ରୀ ପଢ଼ିବାକୁ ସୁଯୋଗ ପାଇଛନ୍ତି।

ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ମେଡିକାଲ କଲେଜ    ଡାକ୍ତରୀ ଛାତ୍ରଛାତ୍ରୀ

SCB                             ୨୫୦
MKCG                         ୨୫୦
VIMSAR                     ୨୦୦
ବାରିପଦା                      ୧୨୫
କୋରାପୁଟ                   ୧୨୫
ବଲାଙ୍ଗିର                      ୧୦୦
ବାଲେଶ୍ୱର                   ୧୦୦
SUMରେ                    ୧୫୦
KIMS                        ୨୦୦
HITECH                  ୧୦୦
ପୁରୀ                          ୧୦୦

ସେହିପରି  SCBକୁ AIIMS+ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ୧୨,୨୪୧ କୋଟିର ସ୍ୱାସ୍ଥ୍ୟ ବଜେଟ୍ କରିଥିବା ଓଡ଼ିଶା ସରକାର,୨୦୨୪ ସୁଦ୍ଧା ନିର୍ମାଣଧିନ ଫୁଲବାଣୀ, କଳାହାଣ୍ଡି ଓ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ଷ୍ଟୋରୀକୁ ଲେଖିଛନ୍ତି-ରଶ୍ମିତା ବେହେରା