ବଲିଉଡ଼ର ଦୁଇ ଚର୍ଚ୍ଚିତ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଚଳିତ ବର୍ଷର ସବୁଠାରୁ ବଡ଼ ଓ ପ୍ରତୀକ୍ଷିତ ବିବାହ ହେବାକୁ ଯାଉଛି। ଅନେକ ସମୟରେ ବିବାହକୁ ନେଇ ଟ୍ରୋଲ ହୋଇଥିବା ଏହି ଯୋଡି ଖୁବ୍ ଶିଘ୍ର ବିବାହ କରିବେ। ଯଦିଓ ଏମାନଙ୍କର ବିବାହ ତାରିଖ ଘୋଷଣା ହୋଇନାହିଁ ତଥାପି ବିବାହ ସ୍ଥିର ବୋଲି ଚର୍ଚ୍ଚା ହେଉଛି।

ରଣବୀର ଓ ଆଲିଆ

ତେବେ ଏବେ କିଛି ଦିନ ହେବ ଉଭୟ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପରିବାର ମଧ୍ୟରେ ବିବାହ ବହୁ ଆଡମ୍ବରରେ  ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ଯାହାକୁ ନେଇ ଖୁବ୍ ଶୀଘ୍ର ଏହି ଯୋଡି ହାତକୁ ଦୁଇ ହାତ ହୋଇପାରନ୍ତି ବୋଲି ଆଶା କରାଯାଉଛି। ତେବେ ନିକଟରେ ଏକ ଇଭେଣ୍ଟ ଉଭୟ ଆଲିଆ ଓ ରଣବୀର ଏକା ସାଥିରେ ନଜର ଆସିଥିବା ବେଳେ ସେମାନେ ଚଳିତ ମାସରେ ହିଁ ଅର୍ଥାତ୍ ଏପ୍ରିଲରେ ହିଁ ବିବାହ କରିବାକୁ ଯାଉଛନ୍ତି ବୋଲି ହିଣ୍ଟ୍ ଦେଇଛନ୍ତି ଯାହାକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଛି।