Featured/ ନ୍ୟୁଜ୍

      ମିଳୁନି ଶ୍ରୀମନ୍ଦିର ମେଟାଲ୍ ଡିଟେକ୍ଟର ! ବର୍ଷକରେ ଖରାପ ହେଉଛି ୧୮୫ ସିସିଟିଭି

ମେଘନାଦ ପାଚେରୀ ବାହରେ ସୌନ୍ଦର୍ଯ୍ୟ କରଣ ବେଳ ଶ୍ରୀମନ୍ଦିରର ଆଭ୍ୟନ୍ତର ସୁରକ୍ଷା ଗୌଣ ହୋଇଛି। ଶହ ଶହ କୋଟି ବ୍ୟୟରେ ବିଶ୍ୱସ୍ତରୀୟ ଶୌଚାଳୟ ନିର୍ମାଣର ପ୍ରଚାର ବେଳେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ହେଉଛି। ଚୁଲି ଭାଙ୍ଗିଥିବା ଅଭିଯୁକ୍ତର ଦୋଷ ସ୍ୱୀକାରକ୍ତି ଅବିଶ୍ୱସନୀୟ ପରି ଲାଗୁଛି। ଅଭିଯୁକ୍ତ ଜଗନ ମହାପାତ୍ରର ଗଣମାଧ୍ୟମ ପ୍ରତିକ୍ରିୟା ଶୁଣିଲା ପରେ ପୁରୀ ପୋଲିସର କାର୍ଯ୍ୟଦକ୍ଷତାକୁ ବିଶ୍ୱାସ କରିବା ଅନୁଚିତ। ପହଡ଼ ପଡିବା ପରେ ମନ୍ଦିର ଭିତରେ ଅଭିଯୁକ୍ତ ଜଗନ,ବୁଲିବା ସହ ଚୁଲି ଭାଙ୍ଗି ପାରିଲା। ଜଗନ୍ନାଥ ମନ୍ଦିର ପୋଲିସ(ଜେଟିପି) ଅଭିଯୁକ୍ତକୁ ସନ୍ଦେହରେ ଅଟକ ରଖିବା ପରିବର୍ତ୍ତେ ଛାଡି ଦେବା ଘଟାଣକୁ ଆହୁରି ଅଡୁଆ କରୁଛି। ତେବେ ରହସ୍ୟ ଉପରେ ପରଦା ଢାଙ୍କୁଚି ଶ୍ରୀମନ୍ଦିର ଅକାମୀ ସିସି-ଟିଭି।

ଶ୍ରୀମନ୍ଦିର

ଚୋର ଗଲା ପରେ ବୁଦ୍ଧି ଆସିଲା ଭଳି ଏବେ ଶ୍ରୀମନ୍ଦିର ପ୍ରଶାସନ ୧୩୫ଟି ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇଛି।ତେବେ ବର୍ଷକ ପୁର୍ବରୁ ୮୦ ଲକ୍ଷ ଟଙ୍କା ବ୍ୟୟରେ ୧୯୧ଟି ସିସିଟିଭି,ଶ୍ରୀମନ୍ଦିରରେ ସ୍ଥାପନ ହୋଇଥିଲା।ବର୍ଷକ ଭିତରେ ୧୮୫ଟି ସିସିଟିଭି ଅକାମୀ ହୋଇଯାଇଛି। ମାତ୍ର ୬ଟି ଏବେ କାର୍ଯ୍ୟକ୍ଷମ। ବିଶ୍ୱସ୍ତରୀୟ ସାର୍ଟିଫିକେଟ ଧରି ବୁଲୁଥିବା ଓଡ଼ିଶା ସରକାର,ଶ୍ରୀମନ୍ଦିରରେ ନିମ୍ନମାନର ସିସିଟିଭି ସ୍ଥାପନ ଲାଗି ଅନୁମତି ଦେଇଥିଲେ କେମିତି? ଯଦି ସିସିଟିଭି ଗୁଡିକର ଆୟୁଷ ବର୍ଷକରୁ କମ, ସେଥିପାଇଁ ୮୦ ଲକ୍ଷ ଟଙ୍କା ବ୍ୟୟ ହେବା ଉଚିତ କି? କାହିଁକି ଏହାର ମରାମତି କରା ଯାଉନାହିଁ? କେବଳ ସିସିଟିଭି ଲଗାଯାଉଛି! ନା ସିସିଟିଭିକୁ କେହି ମନିଟର କରୁଛି?
କେବଳ କାଗଜ ପତ୍ରରେ ୧୯୧ଟି ସିସିଟିଭି ସ୍ଥାପନ ଦର୍ଶାଇ ଅର୍ଥ ବାଟମାରଣା କରା ଯାଇନାହିଁ ତ? ଏବେ କହିଲେଣି ପୁଣି ୧୩୫ ସିସିଟିଭି ଲଗାଯିବ। ଯଦି ଗତବର୍ଷ ସ୍ଥାପନ ହୋଇଥିବା ୧୮୫ ଟି ସିସିଟିଭି ୧୨ମାସରେ ଖରାପ ହୋଇଗଲା,ଏବେ ଲଗାଯିବାକୁ ନିଷ୍ପତ୍ତି ହୋଇଥିବା ୧୩୫ ସିସିଟିଭିର ଆଯୁଷ କେତେ ଦିନ? ଶ୍ରୀମନ୍ଦିର ସୁରକ୍ଷା ନାଁରେ ସିସିଟିଭି ସ୍ଥାପନର ବାହାନା କରି, ଟଙ୍କା ହଡ଼ପ କରିବା ଲାଗି ଏହା ଏକ ସୁଚିନ୍ତିତ ଯୋଜନା ନୁହେଁ ତ?

JAGANNATH MANDIR
ଶ୍ରୀମନ୍ଦିର

ସେହିଭଳି ନବକଳେବର ସମୟରେ ଶ୍ରୀମନ୍ଦିର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମେଟାଲ୍ ଡିଟେକ୍ଟର ମେସିନ୍ ସ୍ଥାପନ ହେଲା। ପ୍ରାୟ ଏକ କୋଟି ଟଙ୍କାର ମେଟାଲ୍ ଡିଟେକ୍ଟର ଏବେ କେଉଁଠି ତାହା କାହାରିକୁ ଜଣା ନାହିଁ। କ୍ରିକେଟ୍ ମ୍ୟାଚ ପାଇଁ ଶ୍ରୀମନ୍ଦିରରୁ ବାରବାଟୀ ଷ୍ଟାଡିୟମକୁ ସାମୟିକ ଭାବେ ସ୍ଥାନାନ୍ତର ହୋଇଥିବା ମେଟାଲ୍ ଡିକ୍ଟେଟର ଏବେ ନିଖୋଜ। ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକଙ୍କ ଅନୁରୋଧରେ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମକୁ ନିଆ ଯାଇଥିବା ମେଟାଲ୍ ଡିଟେକ୍ଟର ଅଦ୍ୟାବଧି ଫେରି ନାହିଁ।
ସୁରକ୍ଷା ନାଁରେ ମଠ-ମନ୍ଦିରକୁ ମାଟିରେ ମିଶା ଦିଆଗଲା,ଅଥଚ ଶ୍ରୀମନ୍ଦିର ଏବେ ଅସୁକ୍ଷିତ। ଭକ୍ତଙ୍କୁ ପର୍ଯ୍ୟଟକଙ୍କ ଆଖ୍ୟା ଦିଆ ହେଉଛି। କିନ୍ତୁ ସୁରକ୍ଷା ଏବଂ ସୌନ୍ଦର୍ଯ୍ୟ କରଣ ନାଁରେ ଅର୍ଥ ଲୁଟ୍ ଲାଗି ରାସ୍ତା ପ୍ରଶସ୍ତ କରାଯାଉଛି।

You Might Also Like

No Comments

Leave a Reply