ଛୁଟିରେ ରହିବାକୁ ପସନ୍ଦ କରନ୍ତିନି ବାୟୁସେନା ମୁଖ୍ୟ

କାରଗିଲ୍ ଯୁଦ୍ଧର ହିରୋ ବିବେକ ରାମ୍ ଚୈଧୁରୀଙ୍କ କାନ୍ଧରେ ଭାରତୀୟ ବାୟୁସେନାର ଭାର। କର୍ତ୍ତବ୍ୟ ପରାୟଣ ଅଫିସରଙ୍କ ଲିଷ୍ଟରେ ମର୍ଯ୍ୟଦାର ସହ ଉଚ୍ଚାରଣ ହେଉଥିବା ବିବେକ ରାମ, ଦେଶର ୨୭ତମ ଏୟାର ଚିଫ୍ ମାର୍ଶଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ବିବେକ ରାମ ବାୟୁସେନାର ମୁଖ୍ୟ ପଦରେ ରହିବେ। ଫ୍ରାନ୍ସରୁ ଅଣା ଯାଇଥିବା ଲଢୁଆ ବିମାନ ରାଫେଲ ପ୍ରୋଗ୍ରାମରେ ସମ୍ପୃକ୍ତି ରହିଥିବା ଚୌଧୁରୀ, ଜୁନ୍ ୨୦୨୧ରେ ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର୍ କମାଣ୍ଡୋର କମାଣ୍ଡର୍ ଚିଫ୍ ଥିଲେ।
ଅନ୍ ବ୍ରେକ୍ ବିବେକ
ପଡୋଶୀ ଚିନ୍,ପାକିସ୍ତାନ ଓ ଆଫଗାନସ୍ତାନକୁ ନେଇ ଉପୁଜୁଥିବା ବିବାଦକୁ ମ୍ୟାନେଜକରିବା ଯଦିଓ ବିବେକଙ୍କ ପାଇଁ ଏସିଡ୍ ଟେଷ୍ଚ ହେବ। କିନ୍ତୁ ତାଙ୍କ ସାହସିକତାର ପଟ୍ଟାନ୍ତର ନାହିଁ। ବିରତି ବା ଛୁଟି ନନେବାରେ ସୃଷ୍ଟି କରିଛନ୍ତି ନିଆରା ରେକର୍ଡ ବିବେକ ଚୌଧୁରୀଙ୍କର ରହିଛି ୩ ହଜାର ୮ଶହ ଘଣ୍ଟା ଯୁଦ୍ଧବିମାନ ଉଡ଼ାଇବାର ଅଭିଜ୍ଞତା। ମିଗସ୍ ରିଜ୍ର ଟ୍ୱେଣ୍ଟିଓ୍ୱାନ୍, ଟ୍ୱେଣ୍ଟିନାଇନ୍,ଟ୍ୱେଣ୍ଟିଥ୍ରୀ, ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବି ସେ ଉଡ଼ାଇଛନ୍ତି।

ସଫେଦ୍ ସାଗରରେ ବିବେକଙ୍କ ଅଙ୍କ
କାରଗିଲ୍ ଯୁଦ୍ଧର ହିରୋ ଥିଲେ ବିବେକ ଚୌଧୁରୀ। କାରଗିଲ୍ ଯୁଦ୍ଧରେ‘ସଫେଦ ସାଗର’ ଜରିଆରେ ସେ ପାକିସ୍ତାନକୁ କଡ଼ା ଜବାବ୍ ଦେଇଥିଲେ। ଅପରେସନ ମେଘଦୂତରେ ତାଙ୍କର ସକ୍ରିୟ ଉପସ୍ଥିତି ଭାରତୀୟ ସେନାକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା। ଅପରେସନ ପରାକ୍ରମରେ ନଅ ଜଣ ପାଇଲଟଙ୍କୁ ନେଇ ତିନୋଟି ଲୋକେସନକୁ କଣ୍ଟ୍ରୋଲ୍ କରି ଜଲୱା ଦେଖାଇଥିଲେ ବିବେକ ।ତାଙ୍କର ଅନନ୍ୟ ପାରଦର୍ଶିତା ପାଇଁ ସରକାର ତାଙ୍କୁ ପ୍ରଶସ୍ତିପତ୍ରର ଚାଦର ମଧ୍ୟ ମିଳିଛି । ସେ ପରମ ବିଶିଷ୍ଟ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍ ଓ ବାୟୁ ସେନା ମେଡାଲ୍ ପ୍ରାପ୍ତ କରିଛନ୍ତି । ଭି.ଆର୍ ଚୌଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ପାସଆଉଟ୍।ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟରୁ ସ୍ନାତକ କରିଛନ୍ତି।
Connect With Us