ରୁଷର ଭୟଙ୍କର ହମଲାରେ ୟୁକ୍ରେନର ଏକାଧିକ ସହର ଏବେ ଧ୍ୱଂସ ହେବାକୁ ବସିଲାଣି। ଦୁଇ ଦେଶ ମଧ୍ୟ ଆରମ୍ଭ ହୋଇଥିବା ଯୁଦ୍ଧ ଧିରେଧିରେ ତୀବ୍ର ହେବାରେ ଲାଗିଛି । କିଭ୍ସ୍ଥିତ ଟିଭି ଟାୱାରକୁ ଧ୍ୱଂସ କରିଦେଇଛି ଋଷିଆ।ଋଷର ବର୍ବରତା ଧିରେଧିରେ ସୀମା ଟପୁଛି।ୟୁକ୍ରେନରେ ଋଷର ନରସଂହାର ଫଳରେ ଅରାଜକତା ସୃଷ୍ଟି ହେଇଛି।ଦୁଇ ଦେଶ ମଧ୍ୟରେ ବିବାଦ ଥମୁ ନ ଥିବାରୁ ଏବେ ଆନ୍ତର୍ଜାତୀୟ ଅଦାଲତର ସାହାଯ୍ୟ ନେଇଛି ୟୁକ୍ରେନ୍।
ଏବେ ୟୁରୋପୀୟ ସଂଘ ରୁଷିଆ ଉପରେ ଲଗାତାର କଟକଣା ଜାରି କରିଛି। ଏହା ବ୍ୟତୀତ ଆପଲ୍ସ ମଧ୍ୟ ରୁଷିଆ ଉପରେ ନିଜର ସମସ୍ତ ଉତ୍ପାଦକୁ ବିକ୍ରି କରିବା ଉପରେ କଟକଣା ଲଗାଇ ଦେଇଛି। ଅନ୍ତର୍ଜାତୀୟ ଅଦାତଲ ରୁଷିଆ-ୟୁକ୍ରେନ୍ ସଂକଟ ନେଇ ଆସନ୍ତା ୭-୮ ତାରିଖରେ ଶୁଣାଣି କରିବେ। କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୭-୮ ତାରିଖ ରୁଷିଆ-ୟୁକ୍ରେନ୍ ମାମଲାରେ ଶୁଣାଣି ହେବ। ଗତ ୨୭ ତାରିଖରେ ୟୁକ୍ରେନ୍ ପକ୍ଷରୁ ଅନ୍ତର୍ଜାତୀୟ ଅଦାଲତରେ ମାମଲା ରୁଜୁ କରାଯାଇଥିଲା। ୟୁକ୍ରେନ୍ କହିଥିଲା ଯେ,ରୁଷିଆର ନରସଂହାର ରୋକିବା ନେଇ ଦାବି ମିଛ। ୟୁଏନ କୋର୍ଟ କହିଥିଲେ ଯେ, ୟୁକ୍ରେନ୍ର ସୁରକ୍ଷା ପାଇଁ ତୁରନ୍ତ ଜରୁରୀ ପଦକ୍ଷେପ ନେବା ପାଇଁ ରୁଷିଆକୁ ନୋଟିସ ପଠାଇଥିଲେ।
ବଢ଼ୁଛି କଟକଣାର ତାଲିକା
ରୁଷିଆ ପାଇଁ କଟକଣାର ତାଲିକା ବଢ଼ି ଚାଲିଛି। କାନାଡା ପ୍ରଥମ ଥର ପାଇଁ ରୁଷୀୟ ବିମାନ ପାଇଁ ନିଜର ଆକାଶ ପରିସୀମା ବନ୍ଦ କରିଛି। ସେହିପରି ବନ୍ଦରରେ ମଧ୍ୟ ରୁଷିଆର ଜାହାଜ ଉପରେ କଟକଣା ଜାରି କରାଯାଇଛି। ଆମେରିକା ମଧ୍ୟ ରୁଷିଆ ଉପରେ କଟକଣା ଜାରି କରିଛି। ତଥାପି ପଛକୁ ହଟିନି ଋଷ। ଋଷ ଓ ୟୁକ୍ରେନ୍ ବିବାଦକୁ ନେଇ ଆସନ୍ତା ୮ରେ ଚୂଡାନ୍ତ ନିଷ୍ପତ୍ତି ଆସିବ।