Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କଣ ଗୁରୁ ଲୁଲୁ ମହାପାତ୍ରଙ୍କ ପରିବାର ପରି, ରମେଶଙ୍କର ମଧ୍ୟ ହେଲାଣି କଂଗ୍ରେସ ଠାରୁ ମୋହଭଙ୍ଗ?

By admin • October 22, 2018 • ପଲିଟିକ୍ସ
Ramesh Jena Profile

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାକୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜ ନିର୍ବାଚନୀ ଜିଲ୍ଲା ହୋଇଥିବାରୁ ଗତ ଏକ ବର୍ଷ ମଧ୍ୟରେ ଦଳୀୟ ସଂଗଠନରେ ଆଣିଛନ୍ତି ଅନେକ ପରିବର୍ତ୍ତନ। ଗୋଷ୍ଠୀ କନ୍ଦଳ ଯୋଗୁ ଜିଲ୍ଲା ବିଜେଡି ସଭାପତି ପଦରୁ ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କୁ ବିଦା କରି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ବସାଇଲେ ନବୀନ। ବିଜେପିକୁ ମନ ବଳାଉଥିବା ଟାଣୁଆ କଂଗ୍ରେସ ନେତା ବିକ୍ରମ ପଣ୍ଡା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଦଳରେ ମିଶାଇଲେ। ବୋଧହୁଏ ବିଜେଡିର ମିଶ୍ରଣ ପର୍ବରେ ଏବେ ସାମିଲ ହେବାକୁ ଯାଉଛନ୍ତି ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା !୨୦୧୬ମାର୍ଚ୍ଚରେ ଏକାଧିକ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ ହୋଇଥିଲେ ଗଞ୍ଜାମର ତଥାକଥିତ ଡନ୍ ରମେଶ ଜେନା। ରମେଶଙ୍କ ପତିଆରା ଖସାଇବାକୁ ତାଙ୍କ ସହଯୋଗୀଙ୍କୁ ଗିରଫ ଓ ଏନକାଉଣ୍ଟର ବି କରାଯାଇଥିଲା।RAMESH JENAରମେଶଙ୍କୁ ଗଞ୍ଜାମ କଂଗ୍ରେସର ବିରୋଧ
ଏବେ ପଶା ପାଲଟି ଯାଇଛି। ୨୦୧୮ଜୁଲାଇରେ ରମେଶଙ୍କୁ ଜେଲରୁ ମୁକ୍ତି ମିଳିଲା। ୨୦୧୯ନିର୍ବାଚନରେ ରମେଶ ସାନଖେମୁଣ୍ଡିରୁ ପ୍ରାର୍ଥୀ ହେବା ଉପରେ ବି ମୋହର ମାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ହେଲେ ଏହି ଘୋଷଣାର କିଛି ଦିନ ପରେ ଗଞ୍ଜାମରେ ଚାଲିଥିବା କଂଗ୍ରେସ ସମାବେଶରେ ରମେଶଙ୍କୁ ବିରୋଧ କରାଗଲା। ବାଧ୍ୟ ହୋଇ ସଭା ଅଧାରୁ ରମେଶ ଉଠି ଚାଲିଯିବାର ଖବର ଆଲୋଚନା ହେଲା। ସେ ସମୟରେ ଏହାକୁ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳର ନାଁ ଦିଆଗଲା। ହେଲେ ଏବେ ଗଞ୍ଜାମର କଂଗ୍ରେସ ଶିବରରେ ଚର୍ଚ୍ଚା ଯେ ୨୦୦୯ରେ ହାତ ଚିହ୍ନରେ ବିଜୟୀ ହୋଇଥିବା ରମେଶ ଜେନା, ବିଜେଡିରେ ମିଶିବାକୁ ସଜ୍ଜବାଜ ହେଉଛନ୍ତି। ଏପରି ସ୍ଥିତିରେ ଯଦି ରମେଶଙ୍କୁ ଦଳ ପକ୍ଷରୁ ମାଇଲେଜ୍ ଦିଆଯାଏ ଓ ନିର୍ବାଚନ ଠିକ୍ ପୂର୍ବରୁ ସେ କଂଗ୍ରେସ ଛାଡାନ୍ତି,  ଦଳକୁ କ୍ଷତି ସହିବାକୁ ପଡିବ। ତେଣୁ ଏବେଠୁ ତାଙ୍କୁ ବିରୋଧ କରି ଭଲ ପ୍ରାର୍ଥୀ ଖୋଜିବା ସପକ୍ଷରେ ଗଞ୍ଜାମ କଂଗ୍ରେସ।
ମାଷ୍ଟର ମାଇଣ୍ଡ-ପ୍ରଦୀପ
ଜେଲରେ ବିତାଇଥିବା ପ୍ରାୟ ଅଢେଇ ବର୍ଷ ଭିତରେ କୁଆଡେ ରମେଶଙ୍କୁ ନେଇ ଅନେକ ଡିଲିଂ ହୋଇଛି। ଦକ୍ଷିଣାଞ୍ଚଳ ଡିଆଇଜି ତଥା ତତ୍କାଳୀନ ଗଞ୍ଜାମ-ବ୍ରହ୍ମପୁର ଏସପି ଆଶିଷ ସିଂ, ରମେଶଙ୍କ ସହ ବିଜେଡିର ଡିଲିଂର ସୂତ୍ରଧାର ବୋଲି ଚର୍ଚ୍ଚା ହେଉଛି ! ଅବଶ୍ୟ ଆଇପିଏସ୍ ଆଶିଷଙ୍କୁ ବିଜେଡିର ଏଜେଣ୍ଟ ବୋଲି ବିରୋଧି ଦଳ ଅନେକ ଥର ଅଭିଯୋଗ କରିଛନ୍ତି। ସେପଟେ ରମେଶଙ୍କୁ ବିରୋଧ କରୁଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କାର୍ତ୍ତି ବି ଗଞ୍ଜାମରେ କମିଲାଣି। ନବୀନଙ୍କ ନିର୍ଦ୍ଦେଶରେ ସବୁ ହେଉଛି କହି ରମେଶଙ୍କୁ ବିଜେଡିରେ ମିଶାଇବା ଲାଗି ପ୍ରଦୀପ ପାଣିଗ୍ରାହୀ ବ୍ଲୁ-ପ୍ରିଣ୍ଟ, ପ୍ରସ୍ତୁତ କରୁଥିବା ଖବର ମିଳିଛି।Pradeep Panigrahi BJD MLA କାରଣ ଗଞ୍ଜାମରୁ ଯେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମ ଆରମ୍ଭ କଲେ, ଏହା ନବୀନଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଥିଲା। ହୁଏତ ଶାହଙ୍କୁ ଗଣମାଧ୍ୟମ ଆଗରେ ଆକ୍ଷେପ କରି ବାଃ ବାଃ ସାଉଣ୍ଟିବା ସହଜ ଲାଗୁଥିବ ହେଲେ ଅସଲରେ ଅମିତଙ୍କୁ ଟକ୍କର ଦେବା ଯେ କେତେ କାଠିକର ପାଠ, ତାହା ପ୍ରଦୀପ ପାଣିଗ୍ରାହୀଙ୍କ ପରି ସଂଗଠକ ଭଲ ଭାବରେ ଜାଣନ୍ତି।
ଦୁଶ୍ମନ୍ତଙ୍କ ରାସ୍ତାରେ ରମେଶ!
ନବୀନଙ୍କ ନିର୍ବାଚନୀ ଜିଲ୍ଲାରେ ବିଜେପି ଏଣ୍ଟ୍ରି ମାରିବାକୁ ଉଦ୍ୟମ କରୁଛି। ଯେଉଁଥିପାଇଁ ରମେଶ ହିଁ ପ୍ରକୃତ ବିଜେପି ବିରୋଧୀ ଅସ୍ତ୍ର ହେବ ବୋଲି ପ୍ରଦୀପ ବାବୁ ନବୀନଙ୍କ କାନରେ ଫୁଙ୍କିଛନ୍ତି ବୋଲି ଚର୍ଚ୍ଚା। ସେପଟେ ସାନଖେମୁଣ୍ଡି ବିଧାୟକ ତଥା ଧରାକୋଟ ରାଣୀ ନନ୍ଦିନୀ ଦେବୀ ବିଲକୁଲ୍ ସକ୍ରିୟ ନଥିବା ଖବର ନବୀନ ନିବାସରେ ପହଞ୍ଚିଛି। ରାଣୀ ମାଆ ବି ମୂଳ ବିଜେପି। ଯାହା ବିଜେପି ବିରୋଧୀ ରଣହୁଙ୍କାରରେ କାମ ନକରି ପାରେ ବୋଲି ବିଜେଡି ପାୱାର କରିଡରରେ ଚର୍ଚ୍ଚା। ହେଲେ ସାନଖେମୁଣ୍ଡିରେ ରମେଶଙ୍କ ସଂଗଠନ ଥିବାରୁ ବିଜେପିକୁ ଚେକ୍ ଦେଇପାରିବ ବୋଲି ବିଜେଡି ନେତୃତ୍ୱର ବିଶ୍ୱାସ। Dushamnta Naikଶୁଣିବାକୁ ମିଳିଛି, ଚଳିତ ବର୍ଷ ଶେଷ କିମ୍ବା ନୂଆ ବର୍ଷରେ ନୂଆ ଦଳ(ବିଜେଡି)ରେ ରମେଶ ଜେନା ମିଶି ପାରନ୍ତି! ତାହେଲେ ସୂର୍ଗତ ଲୁଲୁ ମହାପାତ୍ରଙ୍କୁ ନିଜର ରାଜନୈତିକ ଗୁରୁ ଭାବୁଥିବା ରମେଶ ଜେନା, କଣ ସତରେ ହାତ ଦଳକୁ ବାଏ ବାଏ କରିବେ ? ଲୁଲୁଙ୍କ ପରିବାର ପରି ନିଜେ କଂଗ୍ରେସ ଛାଡି, ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଶ୍ମନ୍ତ ନାଏକଙ୍କ ରାସ୍ତାରେ ଯାଇ ବିଜେଡିରେ ଯୋଗ ଦେବେ ରମେଶ ?

ଏଥିସହ ପଢ଼ନ୍ତୁ- ଦାମ ରାଉତଙ୍କ ସହ ବାରିପଦା ସଭାରେ ବୈଜୟନ୍ତ ପଣ୍ଡା କାହିଁକି ଯୋଗ ଦେଲେନି

BJDOdisha CongressPradip PanigrahiRamesh JenaSanakhemundi
Tweet
1
ରୋହିତଙ୍କ ବିଶ୍ୱ ରେର୍କଡ-୧୦ହଜାର ରନ୍ କ୍ଲବରେ ସାମିଲ ହେବେ କୋହଲି
ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦେଇ, ଅଭିଜିତଙ୍କୁ ସୁରକ୍ଷିତ ସ୍ଥାନ ଜେଲକୁ ପଠାଇଲେ ଓଡ଼ିଶା ପୋଲିସ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

1 Comment

  • Reply ଲିଜା October 24, 2018 at 6:53 am

    ଫାଲତୁ କଥା,ପଇସା ନେଇ ନ୍ଯୁଜ କରିବା ବନ୍ଦ କର ।
    ବିନା ତଥ୍ଯରେ ଏ ସବୁ ଲେଖି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ।ରମେଶ ଜେନା ଆପଣଙ୍କୁ ଡାକି ,ପାଖରେ ବସାଇ କହିଥିଲେ ନା ପ୍ରଦୀପ ପାଣିଗ୍ରହୀ ନା ନବୀନ ପଟ୍ଟନାୟକ ଯେ ସେ ବିଜେଡିରେ ମିଶିବେ । ଗପ ଲେଖିବା ବନ୍ଦ କର ।

Leave a Reply Cancel Reply

Video

https://www.youtube.com/watch?v=hER96lgu8yk

Latest News

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

    March 11, 2020
  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

    March 10, 2020
  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

    December 18, 2019
  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

    December 17, 2019
  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

    December 12, 2019

Subscribe & Follow

Find us on Facebook

Popular Posts

BIJU-ARUN

ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

On November 14, 2018
01
Prakash-Mishra

ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

On November 19, 2018
02
MAHANGA MOOD

ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

On November 4, 2018
03
Facebook Twitter

CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

Copyright © 2018. All rights reserved.