rahul gandhi, akhilesh yadav

ରାଜନୀତିର ରେସରେ ଏବେ ଖୁବ୍ ପଛରେ ପଡିଛି କଂଗ୍ରେସ୍ ।ଏକଦା ସାରା ଦେଶରେ ରାଜୁତି ଚଳାଇଥିବା କଂଗ୍ରେସ୍ ଆଜି ରାଜନୈତୀକ କ୍ଷମତାରୁ ବେଶ୍ ଦୁରରେ।ମୋଦି ଲହର ପରେ ଧିରେଧିରେ କଂଗ୍ରେସ ଡୁବିଚାଲିଛି ।ଉପଯୁକ୍ତ ନେତୃତ୍ୱର ଅଭାବ ସାଙ୍ଗକୁ ସମୟ ସାପେକ୍ଷ ପଦକ୍ଷେପ ନେବାରେ ଅବହେଳା ଯୋଗୁଁ ସଂକଟ ଘେରରେ କଂଗ୍ରେସ୍।ଏହି ସମୟରେ ସମାଜବାଦୀ ପାର୍ଟୀ ନେତା ଅଖିଲେଶଙ୍କ ମତ ରାଜନୈତିକ ଆଲୋଡନ ସୃଷ୍ଟି କରିଛି ।ରାହୁଲଗାନ୍ଧୀଙ୍କ ସହ ହୋଇଥିବା ମେଣ୍ଟପାଇଁ ସେ ପଶ୍ଚାତାପ କରୁଥିବା କଥା କହିଛନ୍ତି।

ରାହୁଲ ଗାନ୍ଧୀ ଓ ଅଖିଲେଶ ଯାଦବ

ରାହୁଲଙ୍କ ପାଇଁ ଫେଲ୍ ମାରିଥିଲା ମିଶନ୍
୨୦୧୭ରେ କଂଗ୍ରେସ ସହ ମେଣ୍ଟ ଏକ ଭୁଲ ନିଷ୍ପତ୍ତି ଥିଲା ଲି ସେ କହିଛନ୍ତି।ଗତ ନିର୍ବାଚନରେ ଏକ ବଡ଼ ମିଶନ ଲକ୍ଷ୍ୟରେ ରାହୁଲ ଗାନ୍ଧିଙ୍କ ସହ ବୁଝାମଣା କରିଥିଲେ ଅଖିଲେଶ।ମାତ୍ର ଆଶାନୁରୁପ ସଫଳତା ମିଳିପାରିନଥିବାରୁ  ଏହା ତାଙ୍କର ଉଚିତ ନିର୍ଣ୍ଣୟ ନଥିଲା ବୋଲି ସେ କହିଛନ୍ତି।।ରାଜନୀତି କ୍ଷେତ୍ରରେ କଂଗ୍ରେସର ଲୋକପ୍ରିୟତା ଧିରେଧିରେ କମୁଥିବାରୁ ମେଣ୍ଟ ମହଙ୍ଗା ପହିଥିବା ଅଖିଲେଶ ପ୍ରକାଶ କରିଛନ୍ତି ।  
କଂଗ୍ରେସରେ  ପାର୍ଟ ଟାଇମ୍ ଲିଡର୍
ପାର୍ଟ ଟାଇମ୍ ପଲିଟିକ୍ସ ପାଇଁ କଂଗ୍ରେସର ସ୍ଥିତି ବର୍ତ୍ତମାନ ଜଟିଳ ହେବାକୁ ଯାଉଛି।ଯଦିଓ ପ୍ରିୟଙ୍କା ଗାନ୍ଧୀଙ୍କ ଯୋଗଦାନ କଂଗ୍ରେସକୁ କିଛି ମାତ୍ରାରେ ସୁଦୃଢ଼ କରୁଛି ତଥାପି ରାଜନୀତିରେ ପୁର୍ଣ୍ଣକାଳୀନ ସମୟ ଦେଇପାରୁନାହାନ୍ତି ପ୍ରିୟଙ୍କା ।ଯାହା ଫଳରେ ତାଙ୍କର ପୁର୍ଣ୍ଣକାଳୀନ ସମ୍ପୃକ୍ତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।ସେହିପରି ରାହୁଲ ଗାନ୍ଧୀ ମଧ୍ୟ ପାର୍ଟ ଟାଇମ୍ ଲିଡର୍ ଭଳି ରାଜନିତି କରୁଥିବାରୁ କଂଗ୍ରେସ୍ ଦଳକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅନେକ ଜନତା।କଂଗ୍ରେସର ସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି।ଦୀର୍ଘଦିନ ଧରି ଶାଷନ ଗାଦି ହାତେଇଥିବା କଂଗ୍ରେସର ଶୋଚନୀୟ  ପରାଜୟ ତାର ସ୍ଥିତି ବଖାଣୁଛି ।