ବଦଳିବ ନୟାଗଡ଼ର ଭାଗ୍ୟ,ଝଟକିବ ନୀଳମାଧବ ମନ୍ଦିର

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ନୀଳମାଧବ ପୀଠର ବିକାଶ ନିମନ୍ତେ ସରକାର ଅଣ୍ଟା ଭିଡିଛନ୍ତି। 5T ସଚିବ ଭି.କେ ପାଣ୍ଡିଆନ ନୟାଗଡ଼ ଗସ୍ତ କରି ପୀଠର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଥିବା ମତ ରଖିଛନ୍ତି। ନୟାଗଡ଼ର ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହାସହ କଣ୍ଟିଲୋ ନୀଳମାଧବ ପୀଠର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଭି. କେ ପାଣ୍ଡିୟାନ।

ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୁମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ମନ୍ଦିରରେ ପୂଜକ ମାନେ 5T ସଚିବଙ୍କୁ ସ୍ୱାଗତ କରିବା ସହ ମନ୍ଦିର ଭିତରେ ଦର୍ଶନ କରାଇଥିଲେ। ଭି.କେ ପାଣ୍ଡିଆନଙ୍କ ଗସ୍ତ ମନ୍ଦିରର ଉନ୍ନତି କରଣ ଦିଗରେ ଅନେକ ଗୁରୁତ୍ୱ ରଖୁଛି। ଏଥି ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଅନେକ ନିର୍ମାଣଧିନ କାର୍ଯ୍ୟକୁ ତ୍ୱରାନିତ କରିବାକୁ ମଧ୍ୟ ସରକାରୀ ଅଧିକାରୀଙ୍କୁ କହିଥିଲେ 5T ସଚିବ। ଶ୍ରୀମନ୍ଦିର ଐତୀହ୍ୟ ପରିକ୍ରମା ପ୍ରକଳ୍ପ ପରି ଶ୍ରୀ ନୀଳମାଧବ ମନ୍ଦିର ଚତୁର୍ପାର୍ଶ୍ୱରେ ଉନ୍ନୟନମୂଳକ କାର୍ଯ୍ୟ କରାଯିବ।ମନ୍ଦିରର ପାହାଚ ଗୁଡିକର ପୁନନିର୍ମାଣ କରାଯିବା ସହ ଉନ୍ନତ ମାନର ଆଲୋକ ବ୍ୟବସ୍ଥା ମଧ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ନୟାଗଡବାସୀ ଏନେଇ ଖୁବ୍ ଉତ୍ସାହିତ ଅଛନ୍ତି।
Connect With Us