kishor alaka

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି।ମେ ୩୧ ରେ ବ୍ରଜରାଜନଗର ଉପନିର୍ବାଚନହେବା ସହ  ଜୁନ ୩ ରେ ଫଳ ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିଜେଡି ପ୍ରାର୍ଥିଙ୍କୁ ନେଇ ସଂଶୟ ଲାଗି ରହିଛି। ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଚୟନ ପାଇଁ ସଜବାଜ ହେଉଥିବାବେଳେ ପ୍ରାର୍ଥୀ ଚୂଡ଼ାନ୍ତ ପାଇଁ ବିଜେଡିର ଏକ ସଂକଳ୍ପ ପତ୍ର ପାରିତ ହେବାକୁ ନେଇ ଦଳ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି। ଯଦିଓ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ଟିକେଟ୍ ନିମନ୍ତେ ମୁଖ୍ୟ ଦାବିଦାର ଅଛନ୍ତି,ତଥାପି ତାଙ୍କୁ ହତାଦର କରି ଅନ୍ୟ କାହାକୁ ଟିକେଟ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

bypoll brajarajnagar

ଅନୁକମ୍ପା କାର୍ଡକୁ ଚେକ୍ ଦେବକି ସଂକଳ୍ପ କାର୍ଡ
୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ୪ଟି ବିଧାନସଭା ଉପନିର୍ବାଚନ ସମ୍ମୁଖୀନ ହୋଇଥିଲେ ବି କେଉଁଠି ବି ଦଳ ପ୍ରାର୍ଥୀ ଚୟନ ପାଇଁ ‘ସଂକଳ୍ପ ପାରିତ’ କରିବା ଦେଖାଯାଇନଥିଲା। ଯଦିଓ ବାଲେଶ୍ୱର ଓ ପିପିଲିରେ ଏକାଧିକ ପ୍ରାର୍ଥୀ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ବିଜେଡି ସୁପ୍ରିମୋ ଯାହାକୁ ପ୍ରାର୍ଥୀ ଘୋଷଣା କଲେ ଦଳର ସମସ୍ତେ ତାଙ୍କୁ ସମର୍ଥନ କରି ଜିତାଇବା ପାଇଁ କାର୍ଯ୍ୟ କରିଥିଲେ। ଯଦି ସେସବୁ ସ୍ଥାନରେ ସଂକଳ୍ପର ଆବଶ୍ୟକତା ନଥିଲା, ଏଠି କାହିଁକି ଓ କାହାକୁ ଆଖିରେ ରଖି ସଂକଳ୍ପ ପାରିତ ହୋଇଛି ବୋଲି ପ୍ରଶ୍ନ ଉଠୁଛି । ଦିବଂଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଅଣଦେଖା କରି ଅନ୍ୟ କାହାକୁ ଟିକେଟ୍ ଦିଆ ଯାଇପାରେ ବୋଲି  ଚର୍ଚ୍ଚା ହେଉଛି।