ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଲୋକାର୍ପିତ:ନେହରୁଙ୍କ ସହ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଜାଣିବେ ଯୁବପିଢୀ

ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଲୋକାର୍ପିତ ହୋଇଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ। ଦେଶ ବିକାଶରେ ୧୫ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଉପରେ ତଥ୍ୟ ଏବଂ ସେମାନଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ନୂଆଦିଲ୍ଲୀ ସ୍ଥିତ ଏହି ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ଦେଶ ଗଠନରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଓ ଦୁରଦର୍ଶିତାକୁ ସାମ୍ନାକୁ ଆଣିବାକୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ନେହରୁ-ମୋଦି ମୁହାଁମୁହିଁ
ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ନିର୍ମାଣ କରାଯାଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସଂପର୍କିତ ତଥ୍ୟ ଓ ସାମଗ୍ରୀର ନମୁନା ପ୍ରଦର୍ଶିତ ହୋଇଛି। ୧୫,୬୦୦ ବର୍ଗ ମିଟରରେ ନିର୍ମିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ବୁଲି ଦେଖିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିଛନ୍ତି। ସଂଗ୍ରହାଳୟରେ ମୋଟ ୪୩ଟି ଗ୍ୟାଲେରୀ ରହିଛି। ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସମ୍ବିଧାନ ପ୍ରଣୟନ ପର୍ଯ୍ୟନ୍ତ ସମସ୍ତ ବିଷୟ ବସ୍ତୁ ଏସବୁ ଗ୍ୟାଲେରୀରେ ସ୍ଥାନ ପାଇଛି।
PM @narendramodi visits #PradhanMantriSangrahalaya dedicated to all the Prime Ministers of India @MIB_India @PMOIndia pic.twitter.com/krvMlM0GXB
— DD News (@DDNewslive) April 14, 2022
ପ୍ରଧାନମନ୍ତ୍ରୀ ମୋଦି ଟିକେଟ କିଣି ପ୍ରଥମ ଦର୍ଶକ ଭାବେ ସଂଗ୍ରହାଳୟକୁ ପ୍ରବେଶ କରିଛନ୍ତି। ସଂଗ୍ରହାଳୟକୁ ବୁଲି ଦେଖିବା ପାଇଁ ଅନଲାଇନ୍ ଟିକେଟର ମୂଲ୍ୟ ୧୦୦ଟଙ୍କା ରହିଥିଲା ବେଳେ ଅଫଲାଇନ୍ ୧୧୦ ଟଙ୍କା ସ୍ଥିର କରାଯାଇଛି। ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଟିକେଟର ମୁଲ୍ୟ ଅଧିକ ରହିଛି। ସଂଗ୍ରହାଳୟରେ ଉପଲବ୍ଧ ବିଭିନ୍ନ ଅଡିଓ-ଭିଜୁଆଲ୍ ପ୍ରଦର୍ଶନକୁ ଉପଭୋଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ସ୍ଥାନ ପାଇଥିବା ଜାଗାରେ ମୋଦି ଓ ନେହେରୁଙ୍କ ଫଟୋ ମୁହାଁମୁହିଁ ହୋଇ ରହିଛି।

ସମସ୍ତଙ୍କୁ ସମ୍ମାନ
ସ୍ୱାଧିନତା ଆନ୍ଦୋଳନ ଏବଂ ଦେଶ ନିର୍ମାଣରେ ଅବଦାନ ଥିବା ମହାପୁରୁଷଙ୍କୁ ମର୍ଯ୍ୟଦା ପ୍ରଦାନ ଦେଉଛି।ମହାପୁରୁଷଙ୍କ ଅବଦାନକୁ ଯୁବବର୍ଗଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଭାରତ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି।ଇଣ୍ଡିଆ ଗେଟ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୁର୍ତ୍ତି ସ୍ଥାପନ ସହ ତାଙ୍କ ଜୟନ୍ତିୀକୁ “ପରାକ୍ରମ ଦିବସ”ର ମାନ୍ୟତା ମିଳିଛି। ସେହିପରି ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଧାର ବଲ୍ଲବଭାଇ ପଟେଲଙ୍କ ସ୍ମୃତିରେ “ଷ୍ଟାଚ୍ୟୁ ଅଫ ୟୁନିଟ୍” ପ୍ରତିଷ୍ଠା ହୋଇଛି।ଦଳୀୟ ମନୋଭାବକୁ ପଛରେ ପକାଇ ହାତଗଣତି ରାଜନେତାଙ୍କ ସ୍ମୃତିଚାରଣ କରିବାର ପରମ୍ପରାକୁ ଭଙ୍ଗ କରିବାକୁ ପ୍ରୟାସ ହେଉଛି।
Connect With Us