ନୀତିଶଙ୍କ ଟାର୍ଗେଟରେ ବିରୋଧି:ନବୀନଙ୍କ ଉପରେ ନଜର

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏବେ ବିରୋଧିଦଳ ମେଣ୍ଟ କରିବାରେ ଲାଗି ପଡିଛନ୍ତି। କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ପ୍ରସଙ୍ଗ ନେଇ କଂଗ୍ରେସ ଭାରତ ଯୋଡ ଅଭିଯାନ ଆରମ୍ଭ କରିଛି। ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଏବି ଜନ ସଂପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି। ତେବେ ଏହାରି ଭିତରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲାଗି ପଡ଼ିଛନ୍ତି। ନୀତିଶ ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟୁଛନ୍ତି। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଚର୍ଚ୍ଚା ହେଉଛି।

ନୀତିଶଙ୍କ ନଜରରେ ନବୀନ
କେନ୍ଦ୍ରବିରୋଧି ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛନ୍ତି ନୀତିଶ କୁମାର। ସେ ସମସ୍ତ ଅଣ ବିଜେପି ନେତାଙ୍କୁ ଭେଟି ମେଳି କରିବା ନେଇ ଚର୍ଚ୍ଚା ହେଉଛି। ଏନସିପି ନେତା ଶରଦ ପାୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ,ଜନତା ଦଳ ସେକୁଲାର ମୁଖ୍ୟ ଏଚ.ଡି କୁମାର ସ୍ୱାମୀଙ୍କୁ ମଧ୍ୟ ନୀତିଶ କୁମାର ଭେଟି ପାରନ୍ତି। ଆଗକୁ କେନ୍ଦ୍ର ବିରୋଧି ଲଢ଼େଇକୁ ଆହୁରି ସକ୍ରିୟ କରିବାକୁ ସେ ବିରୋଧି ଦଳଙ୍କୁ ନେଇ ମେଳି କରିବା ନେଇ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ନୀତିଶ ଓଡ଼ିଶା ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନବୀନ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ନୀତୀଶ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିରେ ନବୀନଙ୍କୁ ସାମିଲ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ନୀତିଶଙ୍କ ଏହି ସାକ୍ଷାତ ନବୀନଭ୍କ ଉପରେ କଣ ପ୍ରଭାବ ପକାଉଛି ତାହା ଉପରେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us