ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ।ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ପ୍ରଦାନ କରିଛନ୍ତି।5ଥର ବିଧାୟକ ବିଶ୍ୱଭୂଷଣ,1971ରେ ଜନସଂଘରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।ହାଇକୋର୍ଟରେ ଓକିଲାତି କରୁଥିବା ବିଶ୍ୱଭୂଷଣ,ଏକଦା କୋର୍ଟରେ ବିଚାରପତିଙ୍କୁ“ମାଇ ଲର୍ଡ”ଭାବେ ସମ୍ବୋଧନ କରୁଥିଲେ।ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଜୁକ୍ତି ହେବା ପରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଏବେ ସମସ୍ତେ ମାନ୍ୟବର ଭାବେ ସମ୍ବୋଧନ କରିବେ।
ରାଜନୈତିକ ପରିବାରରୁ ଆସିଥିବା ବିଶ୍ୱଭୂଷଣ,1977ରେ ପ୍ରଥମ ଥର ଚିଲିକା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ଜନତା ପାର୍ଟିରୁ ନିର୍ବାଚିତ ପ୍ରଥମ ଥରର ପ୍ରତିଭାବାନ ବିଧାୟକ ବିଶ୍ୱଭୂଷଣଙ୍କୁ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ମନ୍ତ୍ରୀ କରାଇଥିଲେ।ପରେ ବିଜେପିର ରାଜ୍ୟ ସଭାପତି ହୋଇଥିଲେ।କିନ୍ତୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ଅପଡ଼ ହେବାରୁ ଜନତା ଦଳରେ ଯୋଗ ଦେଇଥିଲେ।ଯଦିଓ ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ବିଶ୍ୱଭୂଷଣଙ୍କୁ ସ୍ଥାନ ମିଳିଥିଲା,କିନ୍ତୁ ସେ ମନ୍ତ୍ରୀ ପଦ ଓ ଜନତା ଦଳ ଛାଡି ପୁଣି ବିଜେପିରେ ମିଶିଥିଲେ। 2ଥର ଚିଲିକାକୁ ପ୍ରତିନିଧିତ୍ୱ କରିବା ପରେ ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ଭାବେ 3ଥର ଜିତିଥିଲେ।ନବୀନନ ପଟ୍ଟନାୟକଙ୍କ ନେତୃତାଧିନ ବିଜେଡି-ବିଜେପି ମେଣ୍ଟ ସରକାରରେ ବିଶ୍ୱଭୂଷଣ ହରିଚନ୍ଦନ ଥିଲେ ନମ୍ବର 2
ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟପାଳ ହେବାରୁ ସ୍ପଷ୍ଟ ହେଉଛି ଯେ ନରେନ୍ଦ୍ର ମୋଦି ସରକାର,ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି।ଏହା ପୂର୍ବରୁ ଦ୍ରୋପଦୀ ମୁର୍ମୁ,2015ରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ।ସେହିଭଳି ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପ୍ରଥମ ଥର ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତି ହୋଇ 2ଜଣ ଓଡ଼ିଆ(ରଘୁନାଥ ମହାପାତ୍ର-ସୋନାଲ ମାନସିଂ) ରାଜ୍ୟସଭା ଯାଇଛନ୍ତି।