ଶାନ୍ତିପାଇଁ ଲାହୋର ଚୁକ୍ତି କରିଥିଲା ଭାରତ:ବିଶ୍ୱାସଘାତକତାର ମଞ୍ଜି ବୁଣି ହାର ମାନିଲା ପାକିସ୍ତାନ

ସମୟର ସ୍ରୋତରେ ପ୍ରବାହିତ ହୋଇଗଲାଣି ଅନେକ ବର୍ଷ,ତଥାପି ଖବରର କବର ତଳେ ଚାପି ହୋଇଯାଇନି କାର୍ଗିଲ ବିଜୟର କାହାଣୀ। ଏବେବି ସେ କଥା ସମ୍ପୁର୍ଣ୍ଣ ନୂତନତ୍ୱର ସହ ବାନ୍ଧିପାରିଛି ଆମ ସମସ୍ତଙ୍କୁ। ସେ କାହାଣୀ ଥିଲା ଉଦ୍ୟମ ଓ ଅଭିଳାସର, ଅଦମନୀୟ ଦେଶ ପ୍ରିତୀର। ମାଟି ମା ପାଇଁ ଯୋଗ୍ୟ ସନ୍ତାନର ପ୍ରତିବଦ୍ଧତାର। ସେ କାହାଣୀ ଥିଲା ଯୁଦ୍ଧର ଓ ପରିଶେଷରେ ପ୍ରତିଟି ଭାରତୀୟର ଅଦମ୍ୟ ବିଶ୍ୱାସ ଓ ଭାସିଯାଉନଥିବା ବିଶ୍ୱାସର। ଏବେବି ସେ କଥା ସ୍ମରଣ ମାତ୍ରକେ ଆଖି ଆଗକୁ ଚାଲି ଆସେ ସଙ୍ଘର୍ଷର ସ୍ୱର। ଜୀବନକୁ ଜଳାଞ୍ଜଳୀ ଦେଇ ଦେଶ ମାତୃକାକୁ ରକ୍ଷା କରିବା ଆଖିରେ ଅଶ୍ରୁ ଆଣିଦିଏ। ତ୍ରିରଙ୍ଗା ଉଡାଇବାକୁ ଯାଇ ଶେଷରେ ତ୍ରିରଙ୍ଗା ଆଚ୍ଛାଦିତ ହୋଇ ଆସିଥିବା ବୀରପୁତ୍ରର ମାଙ୍କ ଓଦା ଆଖିର ଛବି ଶ୍ରାବରର ଧାରାଠୁ ବି ଅଧିକ ଶ୍ରୋତସ୍ୱିନୀ। ଏ ସବୁ ଭାବନାର ଅନୁପ୍ରବେଶ ମାତ୍ରେ ଆଖି ସାଜେ ଅଶ୍ରୁମୟ ଓ ହୃଦୟରେ ଦଲକାଏ ଦେଶପ୍ରେମର ମୃଦୁମଳୟ ପିଟିହୋଇ ଗର୍ବ ଓ ଗୌରବର ମୁକୁଟ ରେ ପ୍ରତିଟି ଭାରତୀୟଙ୍କୁ ମଣ୍ଡିତ କରେ। ଏ କାହାଣୀ ଚିତ୍ର ଆଙ୍କେ ବୀର ସୈନୀକଙ୍କ ପ୍ରତିବଦ୍ଦତାର,ଓ ମୁକଶାକ୍ଷୀ ସାଜେ ସଙ୍ଘର୍ଷ ସତ୍ତ୍ୱେ ହାର ମାନି ନଥିବା ଜବାନଙ୍କ ବୀରଗାଥାର ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ହାର ନ ମାନି ମାଟି ମା କୋଳକୁ ନିଜ ରକ୍ତରେ ରକ୍ତିମ କରି ବିଜୟଶିରୀପା ପିନ୍ଧାଇଥିବା ସେ ବୀରଙ୍କ ବୀରତ୍ତ୍ୱର।

ସେହି ୬୦ ଦିନର କାହାଣୀ
ପ୍ରତିଟି ଭାରତୀୟର ଆଖି ସେହି ଷାଠିଏ ଦିନର ଲୋମଟାଙ୍କୁରା କାହାଣୀରେ ସାଜିଛି ଅଶ୍ରୁଭିଜା। ଭିଜାଶ୍ରାବଣର ଧାରା ବି ଆଜି ଫିକା ପଡିଛି ସେ ବୀରଙ୍କ ଉଦ୍ଧେଶ୍ୟରେ ଝରୁଥିବା ଅଶ୍ରୁଧାର ଆଗରେ। ୟେ ହେ ମେରେ ୱତନ୍ କେ ଲୋଗୋଁ ର ମୁର୍ଛନାରେ ରୋମନ୍ଥନ ହେଉଛି ବୀରତ୍ୱର କାହାଣୀ,ମର୍ମେମର୍ମେ ଅନୁଭୁତ ହେଉଛି ସଙ୍ଘର୍ଷର ଶୀର୍ଷକ ଓ ସ୍ୱତଃ ପ୍ରବୃତ ଭାବେ ନତମସ୍ତକ ହେବ ଭାରତ ମାଟିରେ ସେହି ବୀରମାନଙ୍କ ସ୍ମୃତିରେ ଯେଉଁଠି ତାଙ୍କ ବଳୀଦାନ ସାଜଛି ଶୀର୍ଷକ। ସଙ୍ଘର୍ଷ ସାଜିଛି ଉପସ୍ଥାପନା ଓ ବୀରତ୍ୱର ବିଜୟ ସାଜିଛି ଉପସଂହାର ତଥା ସାରବସ୍ତୁ। ଆଜି କାର୍ଗିଲ ବିଜୟର ୨୩ ବର୍ଷ ପୂର୍ତ୍ତି ଅବସରରେ ପୁରପଲ୍ଲୀରେ କୀର୍ତ୍ତିର କୀର୍ତ୍ତନ,ମହାନତାର ମୃଦଙ୍ଗ ଓ ସ୍ମୃତିର ଚାଦରକୁ ଆଡେଇ ବିସ୍ମୃତିର ବୁଡ଼ଆଣୀ ଜାଲରୁ ଉଦ୍ଧାର ହୋଇଛି କାର୍ଗିଲ ବିଜୟର ସେହି ଲେରମଟାଙ୍କୁରା କଥା ଅପରେସନ୍ ବିଜୟ।
କେମିତି ଥିଲା ଅପରେସନ ବିଜୟ
୧୯୯୮ରେ ଉଭୟ ଭାରତ ଓ ପାକିସ୍ତାନ ପରମାଣୁ ଶକ୍ତିର ପରୀକ୍ଷଣ କରନ୍ତି। ସମ୍ଭାବ୍ୟ ଯୁଦ୍ଧକୁ ଆଡେଇବାକୁ୧୯୯୯,୨୧ ଫେବୃୟାରୀରେ ଶାନ୍ତି ଉଦ୍ଧେଶ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାହୋର ଚୁକ୍ତି ସ୍ୱାକ୍ଷର ହୁଏ।କିନ୍ତୁ ବିଶ୍ୱାସଘାତକତାର ମଞ୍ଜିବୁଣି ପାକିସ୍ତାନ ସେନା ମୁଖ୍ୟ ପରଭେଶ ମୁଶରଫ୍ ବିନା ସୁଚନାରେ ଯୁଦ୍ଧ ଆରମ୍ଭ କରିଥିଲେ। ଅତ୍ୟଧିକ ଥଣ୍ଡାହେତୁ ଭାରତୀୟ ସୈନୀକ ଚୁକ୍ତି ଅନୁଯାୟୀ ବଙ୍କର ଖାଲି ଖଲାପରେ ପାକିସ୍ତାନ ସୈନିକ ଚୁକ୍ତିର ଅବମାନନା କରି ଅତର୍କିତ ଆକ୍ରମଣ କରିଥିଲେ। ଭାରତୀୟ ସେନା ଏହାର ସୂଚନା ପାଇବା ପରେ ପାଲଟା ଆକ୍ରମଣର ପ୍ରସ୍ତୁତି କରିଦେଇଥିଲା।

ମଇ 9 ୧୯୯୯ରେ ପାକିସ୍ତାନୀ ସେନା ଦ୍ୱାରା ପ୍ରବଳ ଗୁଳି ବିନିମୟ ହୋଇଥଲା। କାର୍ଗିଲରେ ଭାରତୀୟ ସେନାର ଗୁଳିଗୋଳା ଡିପୋକୁ ଟାର୍ଗେଟ କରିଥିଲା। ଏପରିକି ମଇ ୧୦ରେ ପାକିସ୍ତାନୀ ସେନା କର୍ମଚାରୀ ଏବଂ ମାଓବାଦୀମାନେ LoC ପାର୍ଶ୍ୱରେ ଥିବା ଡ୍ରାସ୍ ଏବଂ କାକସର ସେକ୍ଟରରେ ପ୍ରବେଶ କରିଥିଲେ। ସେହି ଦିନ ସେମାନଙ୍କୁ ଜବାବ ଦେବାକୁ ଭାରତୀୟ ସେନା ‘ଅପରେସନ୍ ବିଜୟ’ ଆରମ୍ଭ କରିଥିଲା।ଯାହାର ମଙ୍ଗ ଧରିଥିଲେ କ୍ୟାପଟେନ୍ ବିକ୍ରମ ବତ୍ରା। ଏହାସହିତ ନୌସେନା ଅପରେସନ ତଲବାର ଓ ବାୟୁସେନା ଅପରେସନ୍ ତଲବାର ମାଧ୍ୟମରେ ପାକିସ୍ତାନ ସୈନ୍ୟଙ୍କୁ ଧୁଳିସାତ କରିଥିଲେ । ପାହାଡି ଇଲାକା ସହ ବରଫର ଝଡ,ନା ଥିଲା ପାନୀୟ ଜଳର ସୁବିଧା,ନା ବରଫକୁ ତରଳାଇ ପାଣି ପିଇବାର ସମୟ । ବାସ୍ କେବଳ ଦେଶ କଥା ବିଜୟର ବାର୍ତ୍ତା। ଯାହା ଆଗରେ ହାର ମାନିଥିଲା ସବୁକିଛି। ଶତ୍ରୁକୁ ଧୁଳି ଚଟାଇ ଜନ୍ମ ମାଟିକୁ ସଜାଇଥିଲେ ବୀରାଙ୍ଗୀନି। ୧୫୦୦୦ କିଲୋମିଟରରୁ ଉର୍ଦ୍ଦ୍ୱ ଉଚ୍ଚା ପାହାଡ ଆରୋହଣ ତା ସାଙ୍ଗକୁ ପ୍ରତି ୧୫ ସେକେଣ୍ହରେ ବିପଦର ଘମାଘୋଟକୁ ସାମ୍ନା କରୁଥିଲେ ଆମ ବୀର ଜବାନ। ମାତ୍ର ମାନି ନଥିଲେ ହାର ଶତ୍ରୁକୁ ସବକ୍ ଶିଖାଇବା ସହ ରଚିଥିଲେ ଆଉ ଏକ ବିଜୟ କାହାଣୀ। ସେ ସମୟରେ ଯୁଦ୍ଧ ଏଭଳି ପରିସ୍ଥିତି ଦେଇ ଗତି କରୁଥିଲା ଯେଉଁଠୁ ଉଦ୍ଧାର ପାଇବା ଥିଲା ଅବଶମ୍ଭାବୀ। ମାତ୍ର ଏହାକୁ ଭୁଲ ପ୍ରମାଣିତ କରିଥିଲେ ଆମର ବୀର ଜବାନ ।ବୀରତ୍ୱରେ ଆଙ୍କିଥିଲେ ସୌର୍ଯ୍ୟର ସୁର୍ଯ୍ୟ ,ଦେଖାଇଥିଲେ ବୀରତ୍ୱର ଆଭା ଓ ଉଡାଇଥିଲେ ବିଜୟର ବାନା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us