ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ଗୋଟାଏ ମାସ ବିତିଗଲାଣି। ଏ ମାମଲାରେ ଗୋପାଳ ଦାସକୁ ଗିରଫ କରିବା ସହ କ୍ରାଇମବ୍ରାଞ୍ଚ  Adg ଅରୁଣ ବୋଥ୍ରା ଏ ଘଟଣାର ତଦନ୍ତ ଭାର ନେଇଛନ୍ତି। ମାତ୍ର ଏବେ ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI)ର ସହାୟତା ନିଆଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ସୂଚନା ଦେଇଛନ୍ତି।ଯାହାକୁ ନେଇ ଗୃହରେ ଅସନ୍ତୋଷ ଝାଡ଼ିଛନ୍ତି ବିରୋଧି। ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହିତ ବିଜେପି CBI  ତଦନ୍ତ ଓ କଂଗ୍ରେସ SIT ତଦନ୍ତ ପାଇଁ ଦାବୀ ରଖିଛନ୍ତି।

ନବ କିଶୋର ଦାସ ହତ୍ୟାକାଣ୍ଡ ସଂକ୍ରାନ୍ତରେ ବିବୃତିରେ ଉଚିତ ତଦନ୍ତ ନିମନ୍ତେ ରାଜ୍ୟ କ୍ରାଇମବ୍ରାଞ୍ଚ ଏଫବିଆଇର ସହାୟତା ଲୋଡ଼ିଛି। ମୁଖ୍ୟ ଅଭିଯୁକ୍ତର ମାନସିକ ସ୍ଥିତିର  ଅନୁଧ୍ୟାନ ପାଇଁ FBIର ବିହେଭି୍ଅରାଲ୍ ସପୋର୍ଟ ଟିମର  ସହାୟତା ନେବ। ଏ ମାମଲାରେ କେନ୍ଦ୍ରିୟ ସଂସ୍ଥାକୁ ତଦନ୍ତଭାର ହସ୍ତାନ୍ତର କରିବା ପରିବର୍ତ୍ତେ ରାଜ୍ୟ ସରକାର ଆମେରିକା ତଦନ୍ତ ସଂସ୍ଥାର ସାହାଯ୍ୟ ଲୋଡ଼ିବାକୁ ବିରୋଧି କଟାକ୍ଷ କରିଛନ୍ତି। ନାର୍କୋ ଓ ଲାଏ ଡ଼ିଟେକ୍ସନ ଟେଷ୍ଟ ପରେ କେନ୍ଦ୍ରୀୟ ସଂସ୍ଥାର ସାହାଯ୍ୟ ନେବା ପରିବର୍ତ୍ତେ ଏପରି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ବିରୋଧି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଜାନୁଆରି ୨୯ରେ  ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ  ଗୁଳିରେ ପ୍ରାଣ ହରାଇଥଇଲେ ଏହି ଘଟଣାରେ ଅଭିଯୁକ୍ତ  ଗୋପାଳକୃଷ୍ଣଙ୍କୁ  ଗିରଫ କରି ତଦନ୍ତ କରୁଥିବା ବେଳେ  FBIର ହସ୍ତକ୍ଷେପ ନୂଆ ମୋଡ଼ ଆଣିଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା