ଜୁନରେ ଓଡ଼ିଶା ସମବାୟ ନିର୍ବାଚନ

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏବେ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏ ନେଇ ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁନ୍ଦରଲାଲ ସିଲ ସୁଚନା ଦେଇଛନ୍ତି।
ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ପ୍ରାଥମିକ ସମବାୟ ସମିତି ନିର୍ବାଚନର ୩ ମାସ ପରେ ଓଡ଼ିଶାରେ ଥିବା ୧୩୨ ଟି ସେଣ୍ଟ୍ରାଲ ସମବାୟ ସମିତି ନିର୍ବାଚନ ଏବଂ ତା’ର ୩ ମାସ ପରେ ୨୧ ଟି ଆପେକ୍ସ ବଡି ପାଇଁ ନିର୍ବାଚନ ହେବ। ପ୍ରାଥମିକ, ସେଣ୍ଟ୍ରାଲ ଓ ଆପେକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ୭୨୨୯ ସମବାୟ ସମିତି ପାଇଁ ପର୍ଯ୍ୟାୟକ୍ରମେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
ରାଜ୍ୟ ସରକାରଙ୍କ ୫ଟି ବିଭାଗ ଯଥା- ସମବାୟର୪୧୫୨, ହସ୍ତତନ୍ତ ଓ ବୟନ ଶିଳ୍ପ୮୦୩, ମତ୍ସ୍ୟ ଓପଶୁ ସମ୍ପଦ ୧୯୧୨, MSMEର ୨୦୮ ଓ ଆୟୁଷର ୧ଟି ସମବାୟ ସମିତି ଅଛି।• ପ୍ରତ୍ୟେକ ପ୍ରାଥମିକ ସମବାୟ ସମିତିରୁ୧୫ ଜଣ ଲେଖାଏଁ ନିର୍ଦ୍ଦେଶକ ନିର୍ବାଚିତ ହୋଇ ଅନୁବନ୍ଧିତ ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ ।
• ପ୍ରତ୍ୟେକ ସେଣ୍ଟ୍ରାଲ ସମବାୟ ସମିତିରୁ ୧୫ଜଣ ନିର୍ଦ୍ଦେଶକ ଅନୁବନ୍ଧିତ ଆପେକ୍ସ ବଡିକୁ ଯିବେ। ପରବର୍ତ୍ତି ସମୟରେ ଓଡ଼ିଶାରେ ଥିବା ୨୧ଟି ଆପେକ୍ସ ବଡି ଲାଗି ୨୧ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ।
• ଏବେ ୩୦,୯୦,୧୦୫ଚାଷୀ ବିଭିନ୍ନ ସମବାୟ ସମିତିରେ ଭୋଟର ଅଛନ୍ତି। ତେବେ ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟାରେ କିଛି ସଦସ୍ୟଙ୍କ ନାଁ କଟିବାର ସମ୍ଭାବନା ରହିଛି।
• ଆସନ୍ତା ୨ମାସ ଭିତରେ ୩୮୯୨ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଟ୍ରେନିଂ ଦେବେ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ।
• ନିର୍ବାଚନ ଅଧିକାରୀମାନେ ସମବାୟ ସମିତି ସ୍ତରରେ ନୂଆ ଭୋଟରଙ୍କ ତଥ୍ୟ ସଂଗ୍ରହ ଏବଂ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ କରିବେ।
• ନୋଟିସକୁ ପ୍ରଚାର ପ୍ରସାର ପାଇଁ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ବିଜ୍ଞପ୍ତି ଲଗାଯିବ।
• ନିର୍ବାଚନରେ ଦଳୀୟ ଚିହ୍ନ ରହିବ ନାହିଁ।
• ଶେଷରେ ସମବାୟ ସମିତିର ସଭାପତି ଓ ଉପସଭାପତି ପାଇଁ ନିର୍ବାଚନ ହେବ।
Connect With Us