adit-chauchan

ଭାରତୀୟ ମହିଳା ଫୁଟବଲ ଟିମର କ୍ୟାପଟେନ୍ ଅଦିତି ଚୌହାନ। ଗୋଲ ପୋଷ୍ଟରେ ରହି ଭାରତୀୟ ଦଳକୁ ଗୋଲ ଖାଇବାରୁ ବଞ୍ଚାନ୍ତି।୨୦୧୨ରେ ଶ୍ରୀଲଙ୍କାରେ ଆୟୋଜିତ ସାଉଥ ଏସିଆନ୍ ଫୁଟବଲ୍ ଫେଡେରେସନ୍ ବା SAFF ମହିଳା କପରେ ଭାରତ ସ୍ୱର୍ଣ୍ଣ ଜିତିଥିଲା। ଦଳକୁ ଚାମ୍ପିଅନ୍ କରିବାରେ କ୍ୟାପଟେନ୍ ଅଦିତିଙ୍କୁ ହିଁ କ୍ରେଡିଟ୍ ଯାଏ। ସେହିଭଳି ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ପ୍ରଦର୍ଶନରେ ତାଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ମାତ୍ର ୧୭ବର୍ଷ ବୟସରେ ୧୯ବର୍ଷରୁ କମ୍ ଜାତୀୟ ମହିଳା ଟିମରେ ଏଣ୍ଟ୍ରି ମାରିଥିଲେ ଅଦିତି। ୨୩ବର୍ଷରୁ କମ୍ ଭାରତୀୟ ଦଳର ବି ସେ ଥିଲେ ସଦସ୍ୟ।Aditi-Chauhan-Goal-Keeperମାତ୍ର ୯ବର୍ଷ ବୟସରେ ବାପା-ମାଆଙ୍କ ସହ ଦିଲ୍ଲୀ ଚାଲି ଆସିଥିଲେ ଅଦିତି। ପିଲାଟି ଦିନକୁ ଖେଳ ପ୍ରତି ଭାରି ଆଗ୍ରହୀ ଥିଲେ। ଫୁଟବଲ ଖେଳିବା ଆଗରୁ କରାଟେକା ଥିଲେ। ବ୍ଲାକବେଲ୍ଟ ଅଧିକାରିଣୀ। ସେହିପରି ଭଲ ବାସ୍କେଟବଲ୍ ଖେଳାଳି ବି ଥିଲେ ଅଦିତି। ଦିଲ୍ଲୀ ବାସ୍କେଟବଲ ଟିମକୁ ବି ସେ ପ୍ରତିନିଧିତ୍ୱ କରୁଥିଲେ। କୋର୍ଟ ଭିତରେ ଭଲ ଭାବରେ ପାସ ଦେଇ ପାରୁଥିବା ଏବଂ ଆଥଲେଟ୍ ଗୁଣ ରଖୁଥିବା ଅଦିତିଙ୍କୁ ଫୁଟବଲ୍ ଗ୍ରାଉଣ୍ଡ ଯିବାକୁ ପ୍ରବର୍ତ୍ତାଇ ଥିଲେ ତାଙ୍କ କୋଚ୍। ବଲ ଉପରେ ଗ୍ରିପ୍ ରଖୁଥିବା ରୁ ଗୋଲ୍ କିପର ହେବାକୁ ପରାମର୍ଶ ଦେଇଥିଲେ ତାଙ୍କ ବାସ୍କେଟବଲ୍ କୋଚ୍ ଅନୀଲ ଯାଦବ। କୋଚଙ୍କ କଥା ମାନି ବାସ୍କେଟବଲ୍ ଛାଡ଼ି ଗୋଲ୍ କିପର ଭାବରେ ଫୁଟବଲ କ୍ୟାରିଅର ଆରମ୍ଭ କରିଥିଲେ ଅଦିତି। ଫୁଟବଲ ଯୋଦ୍ଧା ପାଲଟିଗଲେ ଅଦିତି। ତାଙ୍କ ପାଖକୁ ଆସିଲା ସଫଳତା। ୧୯ବର୍ଷରୁ କମ୍  ଦିଲ୍ଲୀ ମହିଳା ଫୁଟବଲ ଟିମ ପାଇଁ ମନୋନୀତ ହୋଇଥିଲେ ଅଦିତି। ୧୫ବର୍ଷ ବୟସରେ ନିଜ କାନ୍ଧରେ ବୋହିଥିଲେ ଦିଲ୍ଲୀ ମହିଳା ଟିମର ଗୋଲ କିପର ଭାର। ୨୦୧୫ ବେଳକୁ ଏସିଆନ୍ ଫୁଟବଲ ଆଓ୍ୱାର୍ଡ ଜିଣି ଓ୍ୱିମେନ୍ ଫୁଟବଲର ମୁକୁଟ ପିନ୍ଧିଥିଲେ ଅଦିତି।Aditi-Chauhanଗୋଲ ପୋଷ୍ଟରେ ବଲ୍ ଅଟକାଇବାରେ ଧୁରନ୍ଧର ଅଦିତି। ଚମତ୍କାର ଢଙ୍ଗରେ ବଲ ଅଟକାଇବାର କୌଶଳ ତାଙ୍କୁ ଜଣା। ଫୁଲବଲରେ କ୍ୟାରିୟର ପରଠୁ ଆଉ କେବେ ପଛକୁ ଫେରି ଦେଖି ନାହାନ୍ତି ଅଦିତି। ଭାରତୀୟ ମହିଳା ଫୁଟବଲର ଭାବେ ୨୦୧୫ରେ ଇଂଲିଶ ଫୁଟବଲ କପରେ ଖେଳିବା ପାଇଁ ଓ୍ୱଷ୍ଟେହାମ୍ ୟୁନାଇଟେଡ୍ ଲେଡିଜ୍ କ୍ଲବରେ ସାମିଲ ହେଲେ।୨୬ବର୍ଷୀୟ ଅଦିତି ଚୌହାନ ଏବେ ଜାତୀୟ ମହିଳା ଫୁଟବଲ ଦଳର ଅଧିନାୟିକା।Adititଭୁବନେଶ୍ୱରରେ ଖେଳା ଯାଉଥିବା ଚତୁଃରାଷ୍ଟ୍ରୀୟ ମହିଳା ଚମ୍ପିଅନସିପରେ ଭାଗ ନେବାକୁ ଆସିଛନ୍ତି ଅଦିତି। ଭାରତରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଥିବା ବେଳେ ଭାରତ, ମିଆଁମାର, ନେପାଳ ଓ ଇରାନ ଦଳ ଭାଗ ନେଉଛନ୍ତି। ଆଗାମୀ ଅଲମ୍ପିକ୍ସ ଲାଗି ଯୋଗ୍ୟତା ହାସଲ ପାଇଁ ଭାରତୀୟ ଦଳ ଅଦିତିଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।