Featured/ ନ୍ୟୁଜ୍

ଜୟୀ ରାଜଗୁରୁଙ୍କୁ ଓଡିଶାରେ ନ ମାରି କାହିଁକି ମେଦିନୀପୁର ନେଇଥିଲା ଇଂରେଜ ସରକାର?

jayee rajguru

ଇଂରେଜ ଶାସନ ସମୟରେ ଜାତିପ୍ରୀତି ପାଇଁ ସଂଗ୍ରାମ କରି ଅନେକ ମହାପୁରୁଷ ନିଜର ପ୍ରାଣବଳୀ ଦେଇଛନ୍ତି।ଓଡ଼ିଶାରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳିଛି। ୧୮୧୭ ମସିହାର ସୀପାହି ବିଦ୍ରୋହକୁ ଦେଶର ପ୍ରଥମ ସଂଗ୍ରାମ କହୁଥିବା ବେଳେ ୧୮୦୪ର ପାଇକ ବିଦ୍ରୋହ ହିଁ ସର୍ବପ୍ରଥମ ସଂଗ୍ରାମ ବୋଲି ଇତିହାସ ରୋମନ୍ଥନରୁ ସ୍ପଷ୍ଟ ହୋଇଛି। ଏହି ଆଧାରରେ ସେ ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ପ୍ରମୁଖ ସ୍ୱାଧିନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ପ୍ରତମ ସ୍ୱାଧିନତା ସଂଗ୍ରାମୀର ମାନ୍ୟତା ପାଇଁ ମଧ୍ୟ ଦାବୀ ଉଠିଥିଲା।

ଜୟୀ ରାଜଗୁରୁ

ଓଡିଶାରେ ଜନ୍ମିତ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଜୟୀ ରାଜଗୁରୁ। ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ (ପୁଜାରୀ) ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେl ଭାରତର ସ୍ୱାଧୀନତା ସଂଗ୍ରାମର ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପ୍ରଥମ ସ୍ୱର ଉତ୍ତୋଳନ କରିଥିବା ଓଡିଶାର ପ୍ରଥମ ପାଇକ ପୁଅ ଜୟୀ ରାଜଗୁରୁl ଯାହାଙ୍କର ଜନ୍ମ ୨୯ ଅକ୍ଟୋବର ୧୭୩୯ ମସିହାରେ ହୋଇଥିଲାl ସେ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ଜନ୍ମ ନେଇଥିଲେ ଜୟୀ ରାଜଗୁରୁl ବାପାଙ୍କ ନାମ ଥିଲା ଶ୍ରୀଚନ୍ଦ୍ର ରାଜଗୁରୁ ଏବଂ ମାଙ୍କ ନାମ ହରାମଣି ଦେଵିl
ମୁଣ୍ଡ ନୁଆଁଇ ନଥିବା ଓଡ଼ିଆ ପୁଅ
 ଜୟୀ ରାଜଗୁରୁଙ୍କୁ ଧରିବା ପାଇଁ ଇଂରେଜମାନେ ସତ୍ତ ଜାଗ୍ରତ ହୋଇଥିଲେl ସେମାନେ ଭାବିଥିଲେ କି ଜୟୀରାଜଗୁରୁ ସେମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବେ, କିନ୍ତୁ ଏହା ହୋଇନଥିଲାl ଏକଥା ଶୁଣି ଜୟୀ ରାଜଗୁରୁ ହସିହସି ବୀରଦର୍ପରେ ଜବାବ ଦେଇଥିଲେ କି ସୂର୍ଯ୍ୟ ପଶ୍ଚିମ ଦିଗରେ ଉଇଁ ପାରେ, ପାହାଡରେ ପଦ୍ମ ଫୁଟି ପାରେ କିନ୍ତୁ ଏ ଓଡ଼ିଆ ପୁଅ କାହା ପାଖରେ ମୁଣ୍ଡ ନୁଆଁଇବ ନାହିଁ l ଶେଷରେ ସେଇୟା ହିଁ ହୋଇଥିଲା। ଶେଷ ଓ ସ୍ୱାଧୀନ ରାଜା ଭାବେ ଆଶ୍ରୟ ନେଇଥିଲେ ମୁକୁନ୍ଦ ଦେବ କଟକର ବାରବାଟୀ ଦୁର୍ଗରେ କିନ୍ତୁ ବ୍ରିଟିଶର ମାନେ ସେଇ ରାଜାଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ ଉପାୟ କରି ୧୮୦୩ ମସିହାରେ ଖୋର୍ଦ୍ଧା ଗଡ଼ରେ ପଂହଁଚିଥିଲେl ସେହି ସମୟରେ ସେମାନଙ୍କୁ କଡ଼ା ଜଵlବ ଦେଇଥିଲେ ଜୟୀ ରାଜଗୁରୁl 
ମେଦିନିପୁରର ଛାତିଥରା କାହାଣୀ
ଜୟୀ ରାଜଗୁରୁ ବ୍ରିଟିଶ ସରକାରଙ୍କୁ ହଟାଇବା ପାଇଁ ପାଇକ ମେଳି କରି ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇ ସହ ସହ ବ୍ରିଟିଶର ମାନଙ୍କୁ ଧରାଶାୟୀ କରିଦେଇଥିଲେl ବ୍ରିଟିଶର ମାନଙ୍କୁ ହଟାଇବା ପାଇଁ ସେମାନଙ୍କ ରକ୍ତରେ ରକ୍ତ ରଂଜିତ ହୋଇଥିଲା ଖୋର୍ଦ୍ଧାର ମାଟି। ଶେଷରେ କିଛି ଗୁପ୍ତଚର, ଗୃହ ଶତ୍ରୁ ଆଉ କିଛି କୂଟନୀତିଜ୍ଞମାନେ ଇଂରେଜମାନଙ୍କର ପଶାପାଲି ଖେଳକୁ ବୁଝିନପାରି ଜୟୀ ରାଜଗୁରୁଙ୍କ ଗୁପ୍ତ ତଥ୍ୟକୁ ଇଂରେଜମାନଙ୍କ ଆଗରେ ଯୋଗାଇ ଦେଇଥିଲେl ଆଉ ରାତାରାତି ବ୍ରିଟିଶ ମାନେ ଜୟୀ ରାଜଗୁରୁଙ୍କୁ ଧରିନେଇଥିଲେl ବ୍ରିଟିଶମାନେ ଜୟୀରାଜଗୁରୁଙ୍କୁ ଭୟରେ ଓଡ଼ିଶାରେ ନ ମାରି ନେଇଯାଇଥିଲେ ମେଦିନପୁରକୁl ମେଦିନପୁର ଜିଲ୍ଲାର ବାଘାତୁଟାନାଳ ପାଖରେ ଏକ ବିରାଟ ବରଗଛର ସିଅରରେ ବାନ୍ଧିଦେଥିଲେl ଯେତେବେଳେ ଇଂରେଜମାନେ ସେହି ସିଅରର ଡାଳକୁ ଛଡ଼ିଦେଇଥିଲେ ସେତେବେଳେ ଜୟୀ ରାଜଗୁରୁ ଜୀବନ୍ତ ଚିରିହୋଇ ଦୁଇଫାଳ ହୋଇଯାଇଥିଲେl ସେଦିନ ଥିଲା ୧୮୦୬ ମସିହା ଡ଼ିସେମ୍ବର ୦୬ ତାରିଖ ୬୭ ବର୍ଷ ବୟସରେ ହସିହସି ଦେଶ ପାଇଁ ଜୀବନ ଦେଇଥିଲେ ଜୟୀ ରାଜଗୁରୁ l

You Might Also Like

No Comments

Leave a Reply