ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପ୍ରତିବାଦ କରି ଆଜି(ବୁଧବାର) ପୁରୀ ବନ୍ଦ ହୋଇଛି । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଡକା ଯାଇଥିବା ବନ୍ଦକୁ ନେଇ ପୁରୀ ସହରର ଆଇନ ଶୃଙ୍କଳା ପରିସ୍ଥିତିକୁ ଅଣାୟତ ହୋଇ ପଡିଛି। ସିଂହଦ୍ୱାରା ସମ୍ମୁଖରେ ଥିବା ବ୍ୟାରିକେଡ୍କୁ ସେବାୟତ ଓ ଶ୍ରୀଜଗନ୍ନାଥ ସେନା ଭାଙ୍ଗି ଦେଇଛନ୍ତି। ଭକ୍ତମାନେ ଧାଡ଼ି ବ୍ୟବସ୍ଥାକୁ ନମାନି ଶ୍ରୀମନ୍ଦିର ଭିତରକୁ ଧଶେଇ ପଶିଛନ୍ତି। ଆନ୍ଦୋଳନକାରୀଙ୍କ ଟାର୍ଗେଟ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆସିଛନ୍ତି। ମନ୍ତ୍ରୀ ଘରେ ପଶି ଭଙ୍ଗାରୁଜୁ କରିଛନ୍ତି ଆନ୍ଦୋଳନକାରୀ। ଏପରିକି ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ବାସଭାବନ ଉପରକୁ ଟେକାପଥର ମାଡ କରିଛନ୍ତି ।ଏଥିସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ମଧ୍ୟ ଭାଙ୍ଗି ପକାଇଛନ୍ତି ଆନ୍ଦୋଳନକାରୀ । ବଡ଼ଦାଣ୍ଡରେ ଭଙ୍ଗାରୁଜା କରିବା ସହିତ ଟ୍ରାଫିକ ପୋଷ୍ଟ ଗୁଡ଼ିକୁ ଭାଙ୍ଗି ଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ନଜର
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଅକ୍ଟୋବର ପହିଲାରୁ,ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ତେବେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ପ୍ରଥମେ ଶ୍ରୀଜଗନ୍ନାଥ ସେନା ବିରୋଧ କରିବା ସହ ଆଜି(ବୁଧବାର) ପୁରୀ ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦକୁ ସେବାୟତ, ବିଭିନ୍ନ ସାମାଜିକ ସଂଗଠନ ଏବଂ ପୁରୀ ସହରର ଜନ ସାଧାରଣ ସମର୍ଥନ କରିଛନ୍ତି । ଫଳରେ ପୁରୀରେ ଆଜି ସ୍କୁଲ, କଲେଜ ଏବଂ ବିଭିନ୍ନ ସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।ତେବେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ସକାଳୁ ପୋଲିସ ଗିରଫ କରିଥିଲା। ଅପରପକ୍ଷରେ ପ୍ରିୟଦର୍ଶୀଙ୍କୁ ତାଙ୍କ ଘରୁ ଗିରଫ କରିବା ପରେ ପୋଲିସ ଆନ୍ଦୋଳନକୁ ନିୟନ୍ତ୍ରଣ କରି ପାରିନାହିଁ । ସେପଟେ ସୁପ୍ରିମକୋର୍ଟଙ୍କ ନଜର ରହିଛି ଶ୍ରୀମନ୍ଦିରର ନୀତି ଶୃଙ୍କଳା ଓ ଭକ୍ତଙ୍କ ଦର୍ଶନ ଉପରେ ।
ଭକ୍ତଙ୍କ ସ୍ୱାଗତ, କିନ୍ତୁ
ତେବେ ଶ୍ରୀଜୀଉମାନଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଭକ୍ତମାନଙ୍କ ଅଭିଯୋଗ ଯେ ନୂଆ ବ୍ୟବସ୍ଥାରେ ଧାଡ଼ି ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଛି । ତେବେ ଦୁଇ ଦିନ ତଳେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପରୀକ୍ଷା ମୂଳକ ଭାବରେ ସପ୍ତାହରେ ଗୋଟିଏ ଦିନ ଲାଗୁ ହେଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଅକ୍ଟୋବର ପହିଲାରୁ,ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ରାଜ୍ୟ ତଥା ଦେଶରେ ବିଭିନ୍ନ ମହଲରେ ସ୍ୱାଗତ କରାଗଲା। କିନ୍ତୁ ସେବାୟତ ଏବଂ ଶ୍ରୀଜଗନ୍ନାଥ ସେନା ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସଂସ୍କୃତି ବିରୋଧି ବୋଲି କହୁଛନ୍ତି । ତଥାପି ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଜାରି ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏବେ ହୁଏତ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଷ୍ପତ୍ତିର ପୁର୍ନବିଚାର କରିପାରେ।
ଏଥିସହ ପଢ଼ନ୍ତୁ
ହାତ ଚିହ୍ନରେ ଲଢ଼ିବାକୁ କଣ କଂଗ୍ରେସ ବିଧାୟକ ଅମଙ୍ଗ?
No Comments