ୟୁକ୍ରେନ୍ ସହ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଦେଶ ତଥା ବ୍ୟକ୍ତିମାନଙ୍କ ପ୍ରତି କଠୋର ହେଉଛି ଋଷ ସରକାର। ସେମାନଙ୍କ ଋଷ ଗସ୍ତ ଉପରେ ରୋକ୍ ଲଗାଇଛନ୍ତି ରାଷ୍ଟ୍ରପତି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ନେଇ ଋଷ ସରକାର ଏକ ବଡ ଘୋଷଣାନାମା କରିଛନ୍ତି। ବୋରିସ ଜନସନ୍‌ଙ୍କୁ ଏବେ ମସ୍କୋ ମନା। କେବଳ ବୋରିସ ଜନସନ୍‌ ନୁହନ୍ତି, ଅନେକ ଶୀର୍ଷ ଅଧିକାରୀମାନଙ୍କୁ ମଧ୍ୟ ରୁଷରେ ପ୍ରବେଶକୁ  ବାରଣ କରାଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ,ଏନେଇ ଘୋଷଣା କରିଛନ୍ତି।

ପାଲଟା ଜବାବ ଦେଉଛି ଋଷ
ୟୁକ୍ରେନ ଉପରେ ଆକ୍ରମଣ ପରଠୁ ରୁଷ ବିରୋଧରେ ସମଗ୍ର ବିଶ୍ଵରେ ଅନେକ କଟକଣା ଲାଗୁ କରାଯାଇଛି। ଆଉ ଏବେ ରୁଷ ଏହାର ପାଲଟା ଜବାବ ଦେଉଛି। ପୁଟିନ ସରକାର ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ରୁଷ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ରୁଷ ସରକାର ୟୁକେର ପ୍ରତିବନ୍ଧକ ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ପାଶ୍ଚାତ୍ୟ ରାଷ୍ଟ୍ର ସମେତ ବ୍ରିଟେନ ଏବଂ ଆମେରିକା ଦ୍ଵାରା ରୁଷ ଉପରେ ଲଗାଯାଇଥିବା କଟକଣାର ପ୍ରତି ଜବାବରେ ପୁଟିନ୍ ସରକାର ମଧ୍ୟ ଅନେକ କଟକଣା ଲଗାଇଛନ୍ତି। ସେ ବୋରିସ୍‌ ଜନ୍‌ସନ୍‌ଙ୍କ ସମେତ ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରୀ ଲିଜ୍‌ ଟୁରଙ୍କ ସହ ଅନେକ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ରୁଷ ଆସିବା ନେଇ ବ୍ୟାନ୍‌ କରାଯାଇଛି। ଏହା ପୂର୍ବରୁ ରୁଷ ଆମେରିକାର ବରିଷ୍ଠ ନେତାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା।ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ସମେତ ମୋଟ ୧୩ଜଣ ବ୍ରିଟିଶ ଅଧିକରୀଙ୍କୁ ବ୍ୟାନ୍‌ କରାଯାଇଛି। ଆଗକୁ ଏହି ତାଲିକା ଆହୁରି ବଢ଼ିପାରେ ବୋଲି ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ମଧ୍ୟ ଜାରି କରାଯାଇଛି।