Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପାଟକୁରା ବିଧାୟକଙ୍କୁ ଉପବାଚସ୍ପତି କରାଇଥିଲେ ବିଜୁ

By admin • July 14, 2019 • ନ୍ୟୁଜ୍, ପଲିଟିକ୍ସ

ପଲଟିକାଲ୍ ନ୍ୟୁଜରେ ଇଣ୍ଟ୍ରେଷ୍ଟ ଥିବା ଓଡ଼ିଆଙ୍କ ପାଇଁ,ଏବେ ହଟ୍ ଖବର ପାଟକୁରା ଇଲେକସନ୍। ଗରଦପୁର ଗାଁ ଗାଁରେ ମନ୍ତ୍ରୀ।ମାର୍ଶାଘାଇ-ଡେରାବିଶର ବିଭିନ୍ନ ଛକର ଟି-ଷ୍ଟଲରେ ବିଧାୟକ-ସାଂସଦ।ତେବେ ପାଟକୁରାର ହାଇଭୋଲଟେଜ୍ ରେସରେ କଂଗ୍ରେସ ଥିଲା ପରି ଲାଗୁନି।ଏଇଟା ସତ ଯେ ବିଜୟ ମହାପାତ୍ରଙ୍କୁ ହରାଇବାକୁ ମୁଖ୍ୟମନ୍ତ୍ରୀ,ନିଜ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟଙ୍କୁ କ୍ୟାମ୍ପେନରେ ଲଗାଇଛନ୍ତି।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ଜିତାଇବା ଲାଗି ଶାସନକଳ ଲାଗିଥିବାର ଅଭିଯୋଗ ହେଉଛି।ସେପଟେ ବିଜୟ ମହାପାତ୍ରଙ୍କୁ ୧୯ବର୍ଷ ପରେ ବିଧାନସଭା ଆଣିବାକୁ ପାଟକୁରାରେ ଚକ୍କର କାଟୁଛନ୍ତି ବିଜେପିର ମାଳମାଳ ବିଧାୟକ-ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ।ଏହି ଲଢ଼େଇରେ ୩ଟି ସ୍ଲୋଗାନ ଶୁଭଛି ପ୍ରଥମଟି ହେଲା ବେଇମାନ ବନାମ ପାଟକୁରାର ସ୍ୱାଭିମାନ,ଦ୍ୱିତୀୟଟି ହେଲା ମାଟିର ପୁଅ ବିଜୟ ଏବଂ ତୃତୀୟଟି ହେଉଛି ବିଜୁ ପଟ୍ଟନାୟକଙ୍କ ସିଟ୍ ପାଟକୁରା।

କଂଗ୍ରେସ ଗଡ଼ରେ ପ୍ରଜାସୋସାଲିଷ୍ଟ 
ଆରମ୍ଭରୁ ପାଟକୁରା ଥିଲା କଂଗ୍ରେସର ଦୁର୍ଗ।ସ୍ୱାଧିନତା ପରେ ପ୍ରଥମ ୩ଟି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଲୋକନାଥ ମିଶ୍ର ପାଟକୁରାକୁ ପ୍ରତିନିଧିତ୍ୱ କରୁଥିଲେ।ଉଚ୍ଚଶିକ୍ଷିତ ଲୋକନାଥ ମିଶ୍ର ୧୯୬୧ରେ ଉପବାଚସ୍ପତି ହୋଇ ଓଡ଼ିଶା ବିଧାନସଭାରେ ପାଟକୁରାର ଗୌରବ ବଢ଼ାଇଲେ।ତେବେ କଂଗ୍ରେସର ଗଡ଼ ପାଟକୁରାରେ ୧୯୬୭ନିର୍ବାଚନରେ ଲୋକନାଥ ମିଶ୍ରଙ୍କ ଅନୁପସ୍ଥିତ ଉପଲ୍ବଧି ହେଲା।ଫଳରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରଜାସୋସାଲିଷ୍ଟର ପ୍ରାର୍ଥୀ,ପାଟକୁରାରୁ ବିଜୟ ହେଲେ।ପ୍ରଜାସୋସାଲିଷ୍ଟ ପ୍ରାର୍ଥୀ ଚକ୍ରଧର ଶତପଥୀ,କଂଗ୍ରେସର ବି.ପଟ୍ଟନାୟକଙ୍କୁ ୧୫ହଜାର ୨୨ଖଣ୍ଡ ଭୋଟରେ ପରାସ୍ତ କଲେ।ଓଡ଼ିଶାର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ଆର.ଏନ୍.ସିଂହଦେଓ ୧୯୬୭ରେ କଂଗ୍ରେସ ଠାରୁ ପାଟକୁରାକୁ ଛଡାଇ ନେଲେ।ଫଳରେ ଆଜି ପର୍ଯ୍ୟନ୍ତ ପାଟକୁରାରୁ ଜିତି ପାରୁନାହିଁ କଂଗ୍ରେସ।

ଲୋକନାଥ ମିଶ୍ର

ବିଜୁଙ୍କ ଗଡ଼ ପାଟକୁରା
୧୯୬୧ରେ କଂଗ୍ରେସରୁ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲାବେଳେ ପାଟକୁରା ବିଧାୟକ ଲୋକନାଥ ମିଶ୍ରଙ୍କୁ ଉପବାଚସ୍ପତି କରାଇଥିଲେ।ସେଥିପାଇଁ ବିଜୁଙ୍କ ଭଲ ପାଉଥିଲେ ପାଟକୁରାବାସୀ। ଫଳରେ ବିଜୁଙ୍କ ଉତ୍କଳ କଂଗ୍ରେସର ପ୍ରାର୍ଥୀ ରାଜକିଶୋର ନାୟକଙ୍କୁ ୧୯୭୧ ଓ ୧୯୭୪ରେ ଲଗାତର ଦୁଇ ଥର ବିଧାନସଭା ପଠାଇଥିଲେ ପାଟକୁରା ଭୋଟର।
ତେବେ ଏର୍ମଜେନ୍ସି ପରେ ୧୯୭୭ ନିର୍ବାଚନରେ ବିଜୁ ପଟ୍ଟନାୟକ,ଜନତା ପାର୍ଟି ଚିହ୍ନରେ ପ୍ରହଲ୍ଲାଦ ମଲ୍ଲିକଙ୍କୁ ପାଟକୁରାରୁ ଲଢ଼ାଇ ଥିଲେ।ଭୋଟର ମଧ୍ୟ ପ୍ରହଲ୍ଲାଦ ମଲ୍ଲିକଙ୍କୁ ଜିତାଇଥିଲେ।ସେପଟେ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ମଧ୍ୟ ବିଜୁଙ୍କ ଫେଭରାଇଟ୍ ପାଟକୁରା ବିଧାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ। ଫଳରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଟକୁରାକୁ ସ୍ଥାନ ମିଳିଲା।

ବିଜୟଙ୍କ ଏଣ୍ଟ୍ରି
୧୯୮୦ନିର୍ବାଚନ ଆସୁ ଆସୁ ବିଜୁ ପଟ୍ଟନାୟକ ନିଜେ ପାଟକୁରାରୁ ଲଢ଼ିଲେ।କଂଗ୍ରେସର ହେଭିଓ୍ୱେଟ୍ ଭାଗବତ ପ୍ରସାଦ ମହାନ୍ତିଙ୍କୁ ୧୭ହଜାର ୮୬୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କଲେ।ହେଲେ ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ପାଟକୁରା ସିଟରୁ ଇସ୍ତଫା ଦେଇଥିଲେ।ଆଉ ବିଜୟ ମହାପାତ୍ରଙ୍କୁ ଜୁନିଅର ବିଜୁ କହି ବିଜୁ ପଟ୍ଟନାୟକ ପ୍ରଚାର କରିଥିଲେ।୮ହଜାର ୭୨୩ଭୋଟ ବ୍ୟବଧାନରେ ବିଜୟୀ ହୋଇ ୨୪ନଭେମ୍ବର ୧୯୮୦ରେ ବିଧାନସଭାକୁ ଏଣ୍ଟ୍ରି ମାରିଲେ ବିଜୟ ମହାପାତ୍ର।ଲଗାତର ୪ଥର ଜିତି ବିଜୁ ପଟ୍ଟନାୟକଙ୍କ ସରକାରରେ ସୁପର ଚିଫମିନିଷ୍ଟର ହୋଇଗଲେ ବିଜୟ।

ନବୀନଙ୍କ ଛଳନା
୨୦୦୦ ନିର୍ବାଚନରେ ଛଳନା କରି ବିଜୟଙ୍କ ଟିକେଟ କାଟିଦେଲେ ନବୀନ ପଟ୍ଟନାୟକ।ଫଳରେ ନିର୍ବାଚନ ଲଢ଼ି ପାରିଲେ ନାହିଁ ବିଜୟ ମହାପାତ୍ର।କିନ୍ତୁ ପାଟକୁରା ଭୋଟର ବିଜୟଙ୍କ ସମର୍ଥିତ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରା, ୩୬ହଜାର ୨୫୦ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରାସ୍ତ କଲେ।କିନ୍ତୁ ୨୦୦୪ ବେଳକୁ ପାଟକୁରା ଭୋଟର,ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ପୁଅ ଅତନୁ ସବ୍ୟସାଚୀଙ୍କୁ ୨ହଜାର ୮୫୫ଖଣ୍ଡ ଭୋଟ ବ୍ୟବଧାନରେ ଜିତାଇଲେ।ଫଳରେ ପାଟକୁରାରେ ବିଜୟ ମହାପାତ୍ରଙ୍କ ଓ୍ୱିନିଂ ଟ୍ରାକରେ ବ୍ରେକ ଲାଗିଲା।ଏହାପରେ ବିଜୟ ମହାପାତ୍ର ଚାଲିଗଲେ ମହାକାଳପଡ଼ାକୁ।୨୦୦୯ ଏବଂ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ ସହଜରେ ବିଜୟୀ ହେଲେ।
ଏବେ ବେଦପ୍ରକାଶ ନାହାଁନ୍ତି।କିନ୍ତୁ ପାଟକୁରା ଫେରିଛନ୍ତି ବିଜୟ ମହାପାତ୍ର।ତେବେ ବିଜୟ ଜିତନ୍ତୁ କି ବିଜେଡି ପ୍ରାର୍ଥୀ। ଏତିକି କହିହେବ-କଂଗ୍ରେସର ଗଡ଼ ପାଟକୁରାକୁ ଅଣକଂଗ୍ରେସର ଦୁର୍ଗ କରିବାରେ ବିଜୁ ପଟ୍ଟନାୟକ ଏବଂ ଆର.ଏନ୍.ସିଂହଦେଓଙ୍କ ଭୂମିକା ଯଥେଷ୍ଟ ରହିଛି।

Bartaman OdishaBIJOY MOHAPATRABiju PattnaikLokanath MishraPatkura ElectionR.N. Singhdeo
Tweet
0
କାହାକୁ ଡରୁଛନ୍ତି କ୍ୟାପଟେନ୍ କୋହଲି..
ଟାଇ..ଟାଇ..ଔର୍ ଚାମ୍ପିଅନ୍:କେହି କେବେ ଦେଖିନଥିଲେ ଏମିତି ବିଶ୍ୱକପ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.