ବଢ଼ିଲା ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ

ବିସିସିଆଇରେ ହବାକୁ ଥିବା ପରିବର୍ତ୍ତନରେ ରୋକ୍ ଲାଗିଛି। ଅଧ୍ୟକ୍ଷ ଓ ସଚିବ ପଦରେ ହେବାକୁ ଥିବା ପରିବର୍ତ୍ତନ ନିଷ୍ପତ୍ତି ବଦଳିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ଯାଏଁ ବିସିସିଆଇର ଅଧ୍ୟକ୍ଷ ରହିବା ସହ ଜୟ ଶାହ ମଧ୍ୟ ଆସନ୍ତା ତିନି ବର୍ଷ ଯାଏଁ ବିସିସିଆଇର ସଚିବ ହୋଇ ରହିବେ। ସର୍ବୋଚ୍ଚ ଅଦାଲତ ବିସିସିଆଇରେ ପ୍ରସ୍ତାବିତ ପରିବର୍ତ୍ତନକୁ ସ୍ୱୀକାର କରିଛନ୍ତି। ବର୍ତ୍ତମାନର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମତି ମିଳିଛି।

ବିସିସିଆଇର ସମ୍ବିଧାନରେ ସଂସ୍କାର
ବିସିସିଆଇର ସମ୍ୱିଧାନ ଅନୁସାରେ, ବିସିସିଆଇରେ ଲଗାତାର ଦୁଇଟି କାର୍ଯ୍ୟକାଳ ପାଇଁ ଜଣେ ପଦାଧିକାରୀଙ୍କୁ ତିନି ବର୍ଷର କୁଲିଂ ଅଫ୍ ପିରିୟଡ ଦେଇ ଯିବାକୁ ପଡିଥାଏ। ବିସିସିଆଇର ନୀତି ନିୟମ କ୍ଷେତ୍ରରେ ନୂଆ ସଂସ୍କାର ଅଣାଯାଇଛି।ସୁପ୍ରିମକୋର୍ଟ ନିଷ୍ପତ୍ତି ଅନୁଯାୟୀ ଗାଙ୍ଗୁଲି ଏବଂ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି। ଦୁହିଁଙ୍କ କାର୍ଯ୍ୟକାଳ ଚଳିତ ମାସ ଆରମ୍ଭରେ ବିସିସିଆଇର ସମ୍ୱିଧାନରେ କୁଲିଙ୍ଗ ଅଫ୍ ପିରିୟଡ କ୍ଲଜ ଯୋଗୁଁ ଶେଷ ହୋଇଥାଆନ୍ତା। ବିସିସିଆଇ ନିଜର ପ୍ରସ୍ତାବିତ ସଂଶୋଧନରେ ନିଜର ପଦାଧିକାରୀଙ୍କ ପାଇଁ କୁଲିଂ ଅଫ୍ ଅବଧିକୁ ଶେଷ କରିବାକୁ ଚାହିଁଥିଲା। ଏହାଦ୍ୱାରା ଗାଙ୍ଗୁଲି ଏବଂ ଜୟ ଶାହ ସମ୍ୱନ୍ଧିତ ରାଜ୍ୟ କ୍ରିକେଟରେ ବୋର୍ଡରେ ଛଅ ବର୍ଷ ପୂରଣ କରିବା ପରେ ବି ଅଧ୍ୟକ୍ଷ ଏବଂ ସଚିବ ପଦରେ ରହିପାରିବେ। ସର୍ବୋଚ୍ଚ ଅଦାଲତ ତାଙ୍କ ନିଷ୍ପତ୍ତିରେ ବିସିସିଆଇରେ ଜଣେ ପଦାଧିକାରୀଙ୍କୁ ଲଗାତାର ଦୁଇଟି କାର୍ଯ୍ୟ ପାଇଁ ପଦ ସମ୍ଭାଳିବାକୁ ଅନୁମତି ଦେଇଛନ୍ତି।
Connect With Us